Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||

ଫେସବୁକ୍‌ରୁ ଲିଙ୍କ୍, ତା ପରେ ଲଭ୍-ସେକ୍ସ-ଧୋକା… ପୋଲିସରେ ନ୍ୟାୟ ମାଗିଲେ ମହିଳା ଓକିଲ

21/06/2020 at 8:07 PM

ନୂଆଦିଲ୍ଲୀ ୨୧।୦୬:  ଫେସବୁକ୍‌ରୁ ପ୍ରେମ୍ ଆରମ୍ଭ, ତା ପରେ ଶାରୀରିକ ସମ୍ବନ୍ଧ ଏବଂ ପୁଣି ବିଚ୍ଛେଦ ପରେ ଆସେ ଶାରୀରିକ ନିର୍ଯ୍ୟାତନାର ଅଭିଯୋଗ। ଆପଣମାନେ ଏହି ଧରଣର ଖବର ଦୈନନ୍ଦିନ ଜୀବନରେ ଅନେକ ଥର ପଢି ସାରିଥିବେ ଏବଂ ଦେଖି ମଧ୍ୟ ଥିବେ। ବିଶେଷ କରି ଏହି ଘଟଣା ସାଧାରଣ ଯୁବକ ଏବଂ ଯୁବତୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ। କିନ୍ତୁ ଜଣେ ମହିଳା ଓକିଲଙ୍କ କ୍ଷେତ୍ରରେ ଏମିତି ଘଟଣା ଘଟିଛି। ପେଶାରେ ଓକିଲ ଥାଇ ମଧ୍ୟ ମହିଳା ଜଣକ ଫେସବୁକ୍‌ରେ ପ୍ରେମ କରି ଯୁବକଙ୍କ ସହ ସମ୍ବନ୍ଧ ରଖୁଛନ୍ତି ଏବଂ ଯେବେ ଯୁବକ ଦୂରେଇ ଯାଉଛି ମହିଳା ଓକିଲ ଜଣକ ଯୁବକ ବିରୋଧରେ ଅଭିଯୋଗ ଆଣୁଛନ୍ତି। ଏହି ଘଟଣା ଦିଲ୍ଲୀର ଜଣେ ମହିଳା ଓକିଲଙ୍କ ସହିତ ଘଟିଛି। ପୋଲିସ ପୀଡିତା ଓକିଲଙ୍କ ଅଭିଯୋଗ କ୍ରମେ ଗୁରୁଗ୍ରାମର ସୁଶାନ୍ତଲୋକ ଥାନାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଅନୂଯାୟୀ ଦିଲ୍ଲୀର କରୋଲବାଗ ବାସିନ୍ଦା ମହିଳା ପୋଲିସ ନିକଟରେ ଅଭିଯୋଗ କରି କହିଛନ୍ତି ଯେ, ସେ ପେଶାରେ ଜଣେ ଓକିଲ। ଦିଲ୍ଲୀ କୋର୍ଟରେ ସେ ପ୍ରାକ୍ଟିସ୍ କରୁଛନ୍ତି। ଗତ ବର୍ଷ ଅଗଷ୍ଟରେ ଫେସବୁକ୍‌ରେ ସନ୍ଦୀପ ଦାସ ନାମକ ଜଣେ ଯୁବକଙ୍କ ସହିତ ତାଙ୍କର ବନ୍ଧୁତା ହୋଇଥିଲା। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଧିରେ ଧିରେ ଉଭୟ ପରସ୍ପରକୁ ଭଲ ପାଇବା ଆରମ୍ଭ କରିଥିଲେ। ମହିଳା ଓକିଲଙ୍କ ଅନୁଯାୟୀ ଯୁବକ ଜଣକ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ଦିଲ୍ଲୀର ସୁଶାନ୍ତଲୋକ ଫେଜ୍‌-୧ ସ୍ଥିତ ନିଜର ଫ୍ଲାଟକୁ ଡକାଇ ଶାରୀରିକ ସମ୍ବନ୍ଧ ରଖିଥିଲେ। ଗତ ବର୍ଷ ଅଗଷ୍ଟରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ଅନେକ ଥର ଶାରୀରିକ ସଂପର୍କ ସ୍ଥାପନ ହୋଇଥିଲା। ଯେବେ ବିବାହର କଥା ଉଠେ ଅଭିଯୁକ୍ତ ଯୁବକ ତାଙ୍କୁ ଶୀଘ୍ର ବିବାହ କରିବ ବୋଲି ଆଶ୍ଵାସନା ଦିଅନ୍ତି। ଏହା ପରେ ଦୁହିଁ ପୁଣି ଥରେ ନିଜର କାମନା  ବାସନା ଚରିତାର୍ଥ କରନ୍ତି।

ଯେବେ ମହିଳା ଓକିଲ ଜଣଙ୍କ ବିବାହ କରିବାକୁ ଚାପ ପକାଇଲେ, ଯୁବକ ଜଣକ ବିବାହ କରିବେ ନାହିଁ ବୋଲି ସ୍ପଷ୍ଟ ଭାବେ ମନା କରି ଦେଇଥିଲେ। ଏହା ସହିତ ମହିଳାଙ୍କଠୁ ଦୂରେଇବା ଆରମ୍ଭ କରିଥିଲେ। ଏହାକୁ ନେଇ ପୀଡିତା ଓକିଲ ଅନେକ ଥର କଥା ହେବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି ଫାଇଦା ହୋଇ ନଥିଲା।

ଶେଷରେ ଅନ୍ୟ ଉପାୟ ନପାଇ ଶୁକ୍ରବାର ମହିଳା ଓକିଲ ସୁଶାନ୍ତଲୋକ ଥାନାରେ ଯୁବକ ବିରୋଧରେ ଅଭିଯୋଗ କରିଛନ୍ତି। ସୁଶାନ୍ତଲୋକ ଥାନା ଅଧିକାରୀ କହିଛନ୍ତି, ମହିଳାଙ୍କ ଅଭିଯୋଗକ୍ରମେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି। ଅଭିଯୁକ୍ତ ଯୁବକ ଏକ ଘରୋଇ କମ୍ପାନୀରେ କାମ କରେ। ସେ ସୁଶାନ୍ତଲୋକ ଫେଜ୍‌-୧ ସ୍ଥିତ ଏକ ଭଡାର ଫ୍ଲାଟରେ ରହୁଥିଲା।

   Related Posts