ରାଜଧାନୀର ଲେଡି ଡନ୍: ନାଁ ବସିରନ୍, ବୟସ ୬୫, ରହିଛି ୧୧୩ ସଙ୍ଗୀନ ମାମଲା

Published By : Prameya-News7 Bureau | February 22, 2021 IST

ନୂଆଦିଲ୍ଲୀ ୨୨/୦୨ : ଯଦି ଘରେ ମା' ହିଁ ଲେଡି ଡନ ହୁଅନ୍ତି ତାହେଲେ ଘରର ଅନ୍ୟ ସଦସ୍ୟଙ୍କ ମାନସିକ ଅବସ୍ଥା କଣ ହେଉଥିବ ଟିକେ ଚିନ୍ତା କଲେ। ଦେଶରେ ଏମିତି ଜଣେ କୁଖ୍ୟାତ ମମି ଲେଡି ଡନ ଅଛନ୍ତି ଯାହାଙ୍କ ବୟସ ବର୍ତ୍ତମାନ ୬୫ ବର୍ଷ। ବୃଦ୍ଧାବସ୍ଥାରେ ବି ତାଙ୍କର ଦବଦବା ରହିଛି। ପୋଲିସ ବି ତାଙ୍କ ଦ୍ଵାରମୁହଁକୁ ଯିବା ପୂର୍ବରୁ ଥରେ ଚିନ୍ତା କରେ। ଏହି ଲେଡି ଡନଙ୍କ ଘର ରାଜଧାନୀ ଦିଲ୍ଲୀରେ।

{"id":413024,"sizeSlug":"large","linkDestination":"none"}

ମାମଲା ୧୯୮୦ ଦଶକର। କମ୍ ବୟସରେ ତାଙ୍କର ବାହାଘର ହୋଇଥିଲା। ବାହାଘର ପରେ ସ୍ୱାମୀ ସହ ଆଗ୍ରାରୁ ଦିଲ୍ଲୀକୁ ପଳେଇ ଆସିଥିଲେ। ସେତେବେଳେ ତାଙ୍କ ପାଖରେ ରୋଜଗାରର କିଛି ପନ୍ଥା ନଥିଲ। ରୋଜଗାରର କୌଣସି ଜରିଆ ନଥିଲା ଓ ଭୋକରେ ସେ ଡହଳ ବିକଳ ହେଉଥିଲେ। ସେ ରହୁଥିବା ଅଞ୍ଚଳରେ ମଦ କଳାବଜାରୀ ହେଉଥିଲା। ପୋଲିସ ବାବୁ ବି ସେଠାରେ ମଦ ମାଫିଆଙ୍କ ସହ ନଜର ଆସୁଥିଲେ। ଏସବୁ ଦେଖି ସେ ରାତାରାତି ମଦ ମାଫିଆ ହୋଇଗଲେ।

{"id":413020,"sizeSlug":"large","linkDestination":"none"}

ଅନେକ ମଦ ମାଫିଆ ବସିରନଙ୍କ ଅଡ୍ଡାକୁ ସଲାମ କରିବାକୁ ଆସୁଥିଲେ। ଧୀରେ ଧୀରେ ପୋଲିସ ବାବୁ ବି ତାଙ୍କ ଅଡ୍ଡାକୁ ଆସିବାକୁ ଲାଗିଲେ। ଦୁଇ ତିନି ବର୍ଷରେ ଗୋବିନ୍ଦପୁରୀ ଅଞ୍ଚଳରେ ବସିରନ ବଡ ମଦ ମାଫିଆ ହୋଇଗଲେ। ଅପରାଧିକ ପ୍ରବୃତିର ଲୋକେ ବସିରନଙ୍କୁ ମମି ବା ଗୁଣ୍ଡାଙ୍କ ଗଡ୍ ମଦର୍ କହିଲେ। ବସିରନ ଧୀରେ ଧୀରେ ସେହି ଅଞ୍ଚଳର ଲେଡି ଡନ ହୋଇଗଲେ। ଦିଲ୍ଲୀ, ଉତ୍ତର ପ୍ରଦେଶର କୁଖ୍ୟାତ ଗୁଣ୍ଡା ବି ତାଙ୍କ ଶରଣ ନେଲେ। ସବୁ ସମସ୍ୟାର ସମାଧାନ ବସିରନ ମମି। ବଡ ବଡ ଅପରାଧ ବି ତାଙ୍କ ଆଗରେ ମୁଣ୍ଡ ନୂଆଉଁଥିଲେ। ବସିରନଙ୍କ ୮ଟି ପୁଅ। ପୁଅମାନେ ବି ଗୁଣ୍ଡା ବଦମାସଙ୍କ ସହ ଖେଳିଲେ, ବଢିଲେ। ପିଲାମାନେ ବି ଅପରାଧ ଦୁନିଆର ସବୁ ଶିକ୍ଷା ଗ୍ରହଣ କଲେ। ତାଙ୍କୁ ଆଉ ବାହାର ଗୁଣ୍ଡାଙ୍କ ଆବଶ୍ୟକ ପଡ଼ିଲାନି। ନିଜର ୮ ପୁଅଙ୍କ ଗୁଣ୍ଡା ଗ୍ୟାଙ୍ଗ ଛିଡା କଲେ ବସିରନ। ମା' ଗ୍ୟାଙ୍ଗ ଲିଡର ଓ ପିଲାମାନେ ଗ୍ୟାଙ୍ଗଷ୍ଟର।

{"id":413021,"sizeSlug":"large","linkDestination":"none"}

ଜେଲ ଥାନା ସହ ମଧ୍ୟ ତାଙ୍କର ଦୈନନ୍ଦିନ ସମ୍ପର୍କ ଥିଲା। ଜେଲ ଓ ଥାନା ତାଙ୍କ ପାଇଁ ଘର ଅଡ୍ଡା ଭଳି ଥିଲା। ଦିଲ୍ଲୀ ପୋଲିସ ଅନୁଯାୟୀ, ୨୦୧୮ରେ ଯେତେବେଳେ ବସିରନକୁ ଗିରଫ କରାଯାଇଥିଲା ସେତେବେଳେ ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ୧୧୩ ଅପରାଧିକ ମାମଲା ଥିଲା। ୨୦୧୭ରେ ଏକ ହତ୍ୟା ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ଦକ୍ଷିଣ ଦିଲ୍ଲୀର ତତ୍କାଳୀନ ପୋଲିସ କମିଶନର ଡିସିପି ରୋମିଲ ବଣିଆ କହିଛନ୍ତି ଯେ ଯୁବକଙ୍କ ହତ୍ୟା ପାଇଁ ବସିରନ ଯୁବକଙ୍କ ସାବତ ଭଉଣୀ ଠାରୁ ୬୦ ହଜାର ଟଙ୍କା ସଉଦା କରିଥିଲା। ଟଙ୍କା ହାତକୁ ଆସୁ ଆସୁ ଯୁବକର ଶବ ଜଙ୍ଗଲରୁ ଉଦ୍ଧାର ହୋଇଥିଲା।

ହତ୍ୟାକାଣ୍ଡ ପରେ ବସିରନ ଫେରାର ହୋଇ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ରହିଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବସିରନକୁ ଗିରଫ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.