ଦିଲ୍ଲୀ : ଶ୍ରମ ମନ୍ତ୍ରାଳୟର ୨୪ କର୍ମଚାରୀ କରୋନା ପଜିଟିଭ୍, ବିଲ୍‌ଡିଂ ସିଲ୍

Published By : Prameya-News7 Bureau | June 13, 2020 IST

ନୂଆଦିଲ୍ଲୀ ୧୩।୦୬: ଦେଶରେ କରୋନା ସ୍ଥିତି ବର୍ତ୍ତମାନ ଚିନ୍ତାଜନକ ରହିଛି । ଦିନକୁ ଦିନ ବଢାଚାଲଛି ସଂକ୍ରମଣ ସଂଖ୍ୟା । ଦିଲ୍ଲୀରେ କରୋନା ସଂକ୍ରମଣ ଏବେ ବଢିବାରେ ଲାଗିଛି । ଏବେ ଶ୍ରମ ମନ୍ତ୍ରାଳୟ ମଧ୍ୟ କରୋନା ଭାଇରସର ଶୀକାର ହୋଇଯାଇଛି ।  ଶ୍ରମ ମନ୍ତ୍ରାଳୟର ମୋଟ ୨୪ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ରିପୋର୍ଟ ସାମ୍ନାକୁ ଆସିବା ପରେ ପୁରା ବିଲ୍‌ଡିଂକୁ ସିଲ୍‌ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଶ୍ରମ ମନ୍ତ୍ରାଳୟ ଶନିବାର ଓ ରବିବାର ଦିନ ପୁରା ବନ୍ଦ ରହିବ ।  ଏହି ସମୟରେ ପୁରା ମନ୍ତ୍ରାଳୟକୁ ସାନିଟାଇଜ୍‌ କରାଯାଇଛି ।  କରୋନା ସଂକ୍ରମିତଙ୍କ ସଂପର୍କ ଆସିଥିବା ଅନ୍ୟ କର୍ମଚାରୀଙ୍କ ଟ୍ରେସିଂ ଜାରି ରହିଛି । ସଂପର୍କ ଆସିଥିବା ସମସ୍ତ ଲୋକଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରମ ଶକ୍ତି ଭବନକୁ ୨ଦିନ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ସମସ୍ତ ପଜିଟିଭ୍‌ ବାହାରିଥିବା ସଂକ୍ରମିତଙ୍କୁ ସଂପର୍କରେ ଆସିଥିବା ୧୭ଜଣ ହାଇ-ରିସ୍କରେ ଅଛନ୍ତି । ସେମାନଙ୍କ ସାତ ଦିନ ପାଇଁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଯଦି କୌଣସି କର୍ମଚାରୀ ନିଜ ଠାରେ କିଛି ଲକ୍ଷଣ ଦେଖାଯାଏ , ତେବେ ନିଜେ ଟେଷ୍ଟ କରି ଅଫିସ କୁ ଜଣାଦିଅନ୍ତୁ । ତାଙ୍କ ସହିତ ସଂସ୍ପର୍ଶରେ ଆସିଥିବା କୌଣସି ବି କର୍ମଚାରୀଙ୍କୁ ଯଦି କିଛି ବି ଅସୁବିଧାରେ ମନେ ହେଉଛି । ତେବେ ଓ୍ୱାର୍କ ଫ୍ରମ ହୋମରେ କାର୍ଯ୍ୟ କରିପାରିବେ ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ଦୃତ ଗତିରେ ବଢିବାରେ ଲାଗିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ରାଜଧାନୀରେ ୩୬,୮୨୪ ହୋଇଛି । ଆକ୍ଟିଭ୍‌ କେସ୍‌ ୨୨,୨୧୨ ରହିଥିବା ବେଳେ ୧, ୨୧୪ ଲୋକଙ୍କ ମୃତ୍ୟୁ ହୋଇଛି।  ସେହିପରି ୧୩, ୩୯୮ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି । ତେବେ ସମଗ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୦୮,୯୯୩ରେ ପହଞ୍ଚିଛି । କରୋନା ଭାଇରସରେ ଆକ୍ଟିଭ୍‌ କେସ୍‌ ୧,୪୫,୭୭୯ ରହିଥିବା ବେଳେ ୧, ୫୪, ୩୨୯ ଲୋକ ସୁସ୍ଥ ହୋଇଲସାରିଛନ୍ତି । ଦେଶରେ ମୋଟ ୮, ୮୮୪ ଜଣ ଲୋକ କରୋନା ଭାଇରସରେ ମୃତ୍ୟୁ ବରଣ କରିସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.