ଜେଏନୟୁରେ ପୁଣି ଛାତ୍ର ଅଶାନ୍ତି : ଭାଙ୍ଗିଲେ ଲାଇବ୍ରେରୀ କାଚ, ଫିଙ୍ଗିଲେ ବହି, ମାମଲା ରୁଜୁ

Published By : Prameya-News7 Bureau | June 10, 2021 IST

ନୂଆଦିଲ୍ଲୀ ୧୦/ ୦୬ : ଜେଏନୟୁରେ ପୁଣି ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି । ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଥିବା ଲାଇବ୍ରେରୀ ପରିଷରରେ କିଛି ଛାତ୍ର ଜୋର ଜବରଦସ୍ତ ପଶି ଭଙ୍ଗାରୁଜା କରିଥିବା ସୂଚନା ମିଳିଛି । ଲାଇବ୍ରେରୀ ମଧ୍ୟରେ ଲାଗିଥିବା କାଚ ଭଙ୍ଗାରୁଜା କରିବା ସହିତ ବହି ମଧ୍ୟ ଫିଙ୍ଗା ଯାଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, କରୋନା ମହାମାରୀ କାରଣରୁ ଜେଏନୟୁ ଲାଇବ୍ରେରୀ ବନ୍ଦ ରହିଛି । ପାଢ ପଢିବା ପାଇଁ ଲାଇବ୍ରେରୀ ଖୋଲିବା ପାଇଁ କିଛି ଛାତ୍ର ଦାବି କରୁଥିଲେ । କିନ୍ତୁ କଲେଜ କର୍ତ୍ତୃପକ୍ଷ ମନାକରିବା ପରେ ସେଠାରେ ହଙ୍ଗାମା କରିଥିଲେ କିଛି ଛାତ୍ର । ଉତ୍ତ୍ୟକ୍ତ ଛାତ୍ରମାନେ ଲାଇବ୍ରେରୀର କାଚ ଏବଂ ଅନ୍ୟାନ୍ୟ ଆସବାବପତ୍ର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ପ୍ରାୟ ୩୦ରୁ ଉର୍ଦ୍ଦ୍ବ ଛାତ୍ର ଭଙ୍ଗାରୁଜା କରିଥିବା କଲେଜ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି । ସରକାରୀ ଆଦେଶ ଉଲ୍ଲଂଘନ ଧାରା ୧୮୮ ଏବଂ ମହାମାରୀ ଅଧିନିୟମ ଧାରା ୩ ଉଲ୍ଲଂଘନ ଅଭିଯୋଗ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.