ପାଚେରୀ ଡେଇଁ ଘରେ ପସିଗଲେ ମୁଖାପିନ୍ଧା ଦୁର୍ବୃତ୍ତ, ମହିଳାଙ୍କୁ ଦୁଷ୍କର୍ମ ସହ ଜୀବନରୁ ମାରିଦେବାକୁ ଉଦ୍ୟମ

Published By : Prameya-News7 Bureau | May 21, 2020 IST

ନୂଆଦିଲ୍ଲୀ ୨୧।୦୫: କରୋନା  ଭାଇରସ ନେଇ ସାରାଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି । ଦେଶରେ ଲକ୍‌ଡାଉନ୍‌ ୪ର୍ଥ ପର୍ଯ୍ୟାୟରେ ଚାଲିଛି । କିନ୍ତୁ ଏହି ଲକ୍‌ଡାଉନ୍‌ ସମୟରେ ଦେଶର ରଜଧାନୀରୁ ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି ।  ପୋଲିସ ଘଟଣାରେ କେସ୍‌ ରୁଜୁ କରି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀର ଜଂଗପୁରା ଅଞ୍ଚଳରୁ ଏହିଭଳି ଘଟଣା ସାମ୍ନାକୁ ଆସିଛି । ଦୁଷ୍କର୍ମ ଘଟଣା ଶୁଣି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ପୀଡିତା ମହିଳାଙ୍କ ଅଭିଯୋଗ ଯେ, ମୁହଁରେ ମୁଖାପିନ୍ଧି ତାଙ୍କୁ ଦୁଷ୍କର୍ମ କରାଯାଇଥିବା କହିଛନ୍ତି । ପୀତିତାଙ୍କ ମୁତାବିକ ବିଳମ୍ବିତ ରାତି ସମୟରେ ନିଜ ଘରର ବାଲକୋନିରେ ଛିଡା ହୋଇ ମୋବାଇଲରେ ଭିଡିଓ ଦେଖୁଥିଲେ । ଠିକ୍‌ ଏହି ସମୟରେ ମୁଖାପିନ୍ଧା ବଦ୍‌ମାସମାନେ ତାଙ୍କ ପାଚେରୀ ଡେଇଁ ଘର ଭିତରକୁ ପ୍ରବେଶ କରିଥିଲେ । ଏହାପରେ ତାଙ୍କୁ ଛୁରୀ ଦେଖାଇ ମୁଖାପିନ୍ଧା ବଦ୍‌ମାସ ମାନେ ଦୁଷ୍କର୍ମ କରିଥିଲେ । ଏହାସହିତ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ ମଧ୍ୟ କରିଥିଲେ । ପୀଡିତା ଯେତେବେଳେ ଏହାକୁ ବିରୋଧ କରିଥିଲେ , ଠିକ୍‌ ସେହିସମୟରେ ତାଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ କରାଯାଇଥିଲା । ଏହାସହିତ ପୀଡିତାଙ୍କ ଏଟିଏମ୍‌ କାର୍ଡ ନେଇ ସେଥିରୁ ଟଙ୍କା ଉଦ୍ୟମ କରୁଥିଲେ । କିନ୍ତୁ ପିନ୍‌ ନମ୍ବର ନକହିବାରୁ  ପୀଡିତାଙ୍କ ସହ ମାର୍‌ପିଟ୍‌ ମଧ୍ୟ କରିଥିଲେ । ପୀଡିତା ଯୁବତୀଜଣଙ୍କ ଜଙ୍ଗପୁରୀ ଅଞ୍ଚଳରେ ଭଡାରେ ରହୁଥିଲେ । ପେଶାରେ ସେ ଜଣେ ଓକିଲ । ତେବେ ନିକଟସ୍ଥ ପୋଲିସ ଥାନାରେ ମାମଲା ଦାଏର କରିଛନ୍ତି ପୀଡିତା। ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖଛନ୍ତି । ଅଭିଯୁକ୍ତମାନେ ମୁହଁରେ ମାସ୍କ ପିନ୍ଧିଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପରିଚୟ ହୋଇପାରିନାହିଁ । ଯେଉଥିପାଇଁ ତଦନ୍ତରେ ବିଳମ୍ବ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.