ଜୟପୁର ଗୋଲ୍ଡେନ ହସ୍ପିଟାଲରେ ଅଘଟଣ: ଅକ୍ସିଜେନ୍ ଅଭାବରୁ ୨୦ ରୋଗୀ ମୃତ

Published By : Prameya-News7 Bureau | April 24, 2021 IST

ନୂଆଦିଲ୍ଲୀ ୨୪/୪: ଦେଶରେ ଅକ୍ସିଜେନ ଅଭାବ ଏବେ କରୋନା ମହାମାରୀଠାରୁ ବଳିଯାଇଛି । ଅକ୍ସିଜେନ ସଂକଟରେ ଦୈନିକ ମୃତ୍ୟୁହାର ବଢିବାରେ ଲାଗିଛି। ରାଜଧାନୀ ଦିଲ୍ଲୀରୁ ପୁଣି ଆସିଛି ହୃଦୟ ବିଦାରକ ଦୃଶ୍ୟ  । ପୁଣି ରୋଗୀଙ୍କ ଜୀବନ ନେଇଛି ଅକ୍ସିଜେନ୍ । ଏଠାରେ ଥିବା ଜୟପୁର ଥିବା ଗୋଲଡେନ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୦ ରୋଗୀଙ୍କ ମୃତ୍ୟୁ ହୋଇଛି ।

ହସ୍ପିଟାଲର ଡାକ୍ତର ଏମଡି ଡକ୍ଟର ଡି.କେ ବଲୁଜା କହିଛନ୍ତି ଯେ ଗତକାଲି ଅକ୍ସିଜେନ ଅଭାବରୁ ୨୦ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା । ଏବେ ହସ୍ପିଟାଲରେ ଅକ୍ସିଜେନ ଟ୍ୟାଙ୍କର ପହଞ୍ଚିଛି । ଯାହାକି ୧ ଘଣ୍ଟା ପର୍ଯ୍ୟନ୍ତ କାଫି । ବର୍ତ୍ତମାନ ଏଠାରେ ୨୬୦ ରୋଗୀ ଚିକିତ୍ସାଧୀନ ଅଛନ୍ତି । ସେପଟେ ବତ୍ରା ହସ୍ପିଟାଲରେ ଅକ୍ସିଜେନ୍ ଅଭାବ ଦେଖାଦେଲାଣି । କିଛି ସମୟ ମଧ୍ୟରେ ଏହା ଶେଷ ହେବାର ଅନେକ ସମ୍ଭାବନା ଅଧିକ ରହିଛି । ତୁରନ୍ତ ହସ୍ପିଟାଲରେ ପହଞ୍ଚାଇବାକୁ ଦାବି କରିଛନ୍ତି ଡାକ୍ତର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.