Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

କରୋନାଠୁ ଜିତୁଛନ୍ତି ଦିଲ୍ଲୀବାସୀ… ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ସଂକ୍ରମିତ ରୋଗୀ

27/04/2020 at 11:40 AM

ନୂଆଦିଲ୍ଲୀ ୨୭।୪: ଭାରତରେ କରୋନା ମହାମାରୀ ଏକ ଭୟଙ୍କର ରୂପ ଧାରଣ କରିଛି । କରୋନା ଭାଇରସ୍ ରେ ସଂକ୍ରମିତଙ୍କ ସଂଖ୍ୟା ୨୭ହଜାର ଅତିକ୍ରମ କରିଛି । ଯାହା ଚିନ୍ତାର ବିଷୟ ପାଲଟିଛି । ଏହି ସଙ୍କଟ ମଧ୍ୟରେ ରାଜଧାନୀ ଦିଲ୍ଲୀରୁ ଏକ ଖୁସି ଖବର ଆସିଛି । ଏଠାରେ ସଂକ୍ରମିତ ରୋଗୀମାନେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ଗତ ୮ ଦିନ ମଧ୍ୟରେ ୭୯୬ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ଏବଂ ଏହା କ୍ରମାଗତ ଭାବେ ବୃଦ୍ଧି ପାଉଛି । ୧୫ ଦିନ ପୂର୍ବରୁ ଦିଲ୍ଲୀରେ ସୁସ୍ଥ ରୋଗୀଙ୍କ ହାର ୪-୫% ଥିଲା ଯାହା ବର୍ତ୍ତମାନ ୩୩% କୁ ବୃଦ୍ଧି ପାଇଛି । ଦିଲ୍ଲୀରେ ନିଜାମୁଦ୍ଦିନ ମାମଲା ପରେ କୋରାନା ରୋଗୀଙ୍କ ସଂଖ୍ୟାରେ ହଠାତ୍ ବୃଦ୍ଧି ଘଟିଥିବା ଡାକ୍ତରମାନେ କହିଛନ୍ତି । ଶନିବାରର ଆକଳନକୁ ଦେଖିଲେ ଦିଲ୍ଲୀରେ ମୋଟ୍ ୨୬୨୫ ପଜିଟିଭ ରୋଗୀ ଥିଲେ । ଏହି ସମୟରେ ୮୬୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ୮ଦିନ ମଧ୍ୟରେ ୭୯୬ରୋଗୀ ସୁସ୍ଥ ହୋଇଛନ୍ତି ଯାହା ଏକ ଖୁସି ଖବର ।

ଦିଲ୍ଲୀ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଅନୁଯାୟୀ ରବିବାର ଦିନ ଜାତୀୟ ରାଜଧାନୀରେ ୨୯୩ ଜଣ  କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବା ରିପୋର୍ଟ ହୋଇଛି । ଫଳରେ ମୋଟ୍ ସଂକ୍ରମଣ ସଂଖ୍ୟା ୨୯୧୮କୁ ବୃଦ୍ଧି ପାଇଛି । ସ୍ବାସ୍ଥ୍ୟ ବିଭାଗ ଅନୁଯାୟୀ ରବିବାର ଦିନ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ଖବର ନାହିଁ । ଉଲ୍ଲେଖଯୋଗ୍ୟ ଯେ ଅପ୍ରେଲ ୧୩ ତାରିଖରେ ଗୋଟିଏ ଦିନରେ ସର୍ବାଧିକ ୩୫୬ ଜଣ ସଂକ୍ରମିତ ହୋଇଥିଲା ।

ଦିଲ୍ଲୀରେ ପ୍ଲାଜମା ଥେରାପି ଦ୍ବାରା କ୍ରମାଗତ ଭାବେ ନୂଆ ଆଶା ଏବଂ ସମ୍ଭାବନାରେ ଉନ୍ନତି ହେଉଛି । ମ୍ୟାକ୍ସ ହସ୍ପିଟାଲରେ ଯେଉଁ ରୋଗୀଙ୍କଠାରେ ପ୍ଲାଜମା ଥେରାପି ପ୍ରୟୋଗ କରାଯାଇଥିଲା ସେ ଏବେ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ସେହିଭଳି LNJP ରେ ଅନ୍ୟ ଜଣେ ରୋଗୀଙ୍କ ଉପରେ ଏହାର ପ୍ରୟୋଗ ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ୫ ଜଣ ରୋଗୀଙ୍କ ଉପରେ ପରୀକ୍ଷା ଜାରି ରହିଛି ।

   Related Posts