Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଦିଲ୍ଲୀ ନିର୍ବାଚନ ପାଇଁ ଆସନ୍ତା ୮ ତାରିଖରେ ହେବ ଭୋଟ ଗ୍ରହଣ

3/02/2020 at 9:48 PM

ନୂଆଦିଲ୍ଲୀ୩/୨: ଦିଲ୍ଲୀ ନିର୍ବାଚନ ପାଇଁ ଆସନ୍ତା ୮ ତାରିଖରେ ଭୋଟ ଗ୍ରହଣ ହେବ ।  ଆଉ ଏହା ପୂର୍ବରୁ ଦିଲ୍ଲୀରେ  ପ୍ରଚାର ମୈଦାନ ବିଲ୍ କୁଲ ଟକ୍କର ମୋଡକୁ ଆସିଗଲାଣି ।  ଆଜି ଦିଲ୍ଲୀ ଦାଣ୍ଡରେ ଦେଖିବାକୁ ମିଳିଥିଲା ବିଶାଳ ରୋଡ୍ ଶୋ ।  ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିଜ ସମର୍ଥକଙ୍କ ସହିତ ଶକ୍ତି ପ୍ରଦର୍ଶନ କରିଥିଲେ ।  କୋନ୍ଦଲି ଅଞ୍ଚଳରେ କେଜରିୱାଲ ଆମ ଆଦମି ପାର୍ଟି ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରିଥିଲେ । ଏହି ସମୟରେ କିଛି ମହିଳା ଛାତ ଉପରୁ କଳାପତାକା ପ୍ରଦର୍ଶନ କରିଥିଲେ।  ତେବେ ଏସବୁକୁ ଦୃଷ୍ଟି ନଦେଇ ଆଗକୁ ବଢ଼ିଥିଲା କେଜରିୱାଲଙ୍କ ଶୋଭାଯାତ୍ରା।   ଆଉ ଏହାର କିଛି ସମୟ ପରେ ପାହାଡ଼ଗଞ୍ଜ ଅଞ୍ଚଳରେ ବିଶାଳ ରାଲି କରିଥିଲେ ଗୃହମନ୍ତ୍ରୀ ଅମିତ ଶାହା । ବିଜେପିର  ଶକ୍ତି ପ୍ରଦର୍ଶନ କରିଥିଲେ । 

ରାତିରେ ଦିଲ୍ଲୀର ପାହାଡ଼ଗଞ୍ଜ ଅଞ୍ଚଳ ରଙ୍ଗୀନ ଆଲୋକରେ ରାସ୍ତା ହୋଇଥିଲା ଗେରୁଆ ।  ସେପଟେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରକୋଦୋମାରେ ଏକ ବିଶାଳ ରାଲିକୁ ସମ୍ବୋଧନ କରିଥିଲେ । ଏହି ସମୟରେ ସେ କହିଥିଲେ ଯେ ସାହିନବାଗରେ ଚାଲିଥିବା ଧାରଣା ପଛରେ ରହିଛି ରାଜନୈତିକ ଷଡ଼ଯନ୍ତ୍ର । ସେହିପରି କେଜରିୱାଲଙ୍କୁ ବିଜେପି ନେତା ଆତଙ୍କବାଦୀ ସମ୍ବୋଧନ କରିବାକୁ ନେଇ ମଧ୍ୟ ରାଜନୀତି ଜୋର ଧରିଛି । ଯାହାର ଜବାବ ରଖିଛି  ଆମ୍  ଆଦମି ପାର୍ଟି । ଏହା ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛି ଆପ୍  ।

   Related Posts