ଦିଲ୍ଲୀରେ ହେଲ୍‌ଥ ଆଡଭାଇସରି ଜାରି - ଗ୍ୟାସ ଚ୍ୟାମ୍ବରରେ ପରିଣତ ହୋଇଛି ଦେଶର ରାଜଧାନୀ, ଦିନକୁ ୫୦ ସିଗାରେଟ୍‌ ପିଇବା ସହିତ ସମାନ

Published By : Prameya-News7 Bureau | November 03, 2019 IST

ନୂଆଦିଲ୍ଲୀ ୦୩।୧୧-  ଗ୍ୟାସ ଚ୍ୟାମ୍ବରରେ ପରିଣତ ହୋଇଛି ଦେଶର ରାଜଧାନୀ ।ରବିବାର ଦିଲ୍ଲୀ-ଏନ୍‌ସିଆର୍‌ରେ ହାଲକା ବର୍ଷା ହୋଇଥିଲେ ମଧ୍ୟ ପରିସ୍ଥିତିରେ ବିଶେଷ କିଛି ସୁଧାର ଆସିନାହିଁ ।ପ୍ରଦୂଷଣର ସ୍ତର ଏବେ ଗମ୍ଭୀର ସ୍ତରରେ ଅଛି ।ଦିଲ୍ଲୀର ବାୟୁ ପ୍ରଦୂଷଣ ୫ ବର୍ଷରେ ସବୁଠୁ ଖରାପ ସ୍ଥିତିରେ ପହଞ୍ଚିଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି । ଏବେ ଦିଲ୍ଲୀରେ ହେଲ୍ଥ ଆଡଭାଇସରି ଜାରି  କରାଯାଇଛି ।  ଶ୍ୱାସକ୍ରିୟାରେ ଅସୁବିଧା ହେଲେ ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନେବା ପାଇଁ ନିର୍ଦେଶ ଦିଆଯାଇଛି ।

{"id":178772}

ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଆଜି ଦେଶର ରାଜଧାନୀରୁ ବିଭିନ୍ନ ସ୍ଥାନକୁ ଯିବା ଆସିବା କରୁଥିବା ବିମାନ ଚଳାଚଳ ପ୍ରଭାବିତ ହୋଇଛି । ଦିଲ୍ଲୀରେ ମଙ୍ଗଳବାର ପର୍ଯ୍ୟନ୍ତ ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି । ପ୍ରଦୂଷଣ ଯୋଗୁଁ ଦିଲ୍ଲୀରୁ ଆଜି ସକାଳ ୯ଟାରୁ ଗୋଟାଏ ଭିତରେ ଉଡ଼ାଣ ଭରୁଥିବା ୩୭ଟି ଫ୍ଲାଇଟ୍‌କୁ ଡାଇଭର୍ଟ କରାଯାଇଛି ।ଏହି ଫ୍ଲାଇଟ୍‌ ଗୁଡ଼ିକ ଜୟପୁର, ଅମୃତସର ଓ ଲକ୍ଷ୍ନୌରୁ ଚଳାଚଳ କରିବ । ଅତ୍ୟଧିକ ବାୟୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀର ହସ୍ପିଟାଲ ଗୁଡ଼ିକରେ ଆଇସିୟୁ ଗୁଡ଼ିକ ଓଭର ବୁକିଂ ହୋଇଛି ।

{"id":178773}

ବର୍ତ୍ତମାନ ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ଥିତି ଯାହା ଦିନକୁ ୫୦ଟି ସିଗାରେଟ୍‌ ପିଇବା ସହିତ ସମାନ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି । ପିଲାମାନଙ୍କ ପାଇଁ ଏଭଳି ବାୟୁ ପ୍ରଦୂଷଣ ଅତି ବିପଜ୍ଜନକ । ଆଜି ସକାଳ ୧୦ଟା ବେଳେ ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ ୬୨୫ରେ ପହଞ୍ଚିଯାଇଥିଲା ।ଗତ ୨୪ ଘଣ୍ଟା ଭିତରେ ୦.୩ ମିଲିମିଟର ବର୍ଷା ହୋଇଥିବା ବେଳେ ଆଗାମୀ ୨୪ ଘଣ୍ଟା ଭିତରେ ମଧ୍ୟ ସାମାନ୍ୟ ବର୍ଷା ହେବାର ସମ୍ଭାବନା ଅଛି । ଏମିତି ସ୍ଥିତିରେ ବାୟୁ ପ୍ରଦୂଷଣ କମିବା ସମ୍ଭାବନା ଦେଖାଯାଉନାହିଁ ।ସାଧାରଣ ଲୋକେ ଆଖିରେ ଜଳାପୋଡ଼ା ଏବଂ ନିଶ୍ବାସ ପ୍ରଶ୍ବାସରେ କଷ୍ଟ ଅନୁଭବ କରୁଛନ୍ତି ।

{"id":178776}

ସୋମବାର ଠାରୁ ଦିଲ୍ଲୀରେ ଅଡ୍‌-ଇଭିନ୍‌ ଫର୍ମୁଲା ଲାଗୁ ହେବ । ଏହା ନଭେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ଯାତ୍ରୀଙ୍କ ସୁବିଧା ପାଇଁ ୨୦୦୦ ଅତିରିକ୍ତ ବସ୍‌ ଚାଲିବ । ଦିଲ୍ଲୀ ସରକାର ଏହି ପ୍ରଦୂଷଣ ପାଇଁ ପଂଜାବ ହରିୟାଣା ଉପରେ ଦୋଷ ଲଦିଛନ୍ତି। ସେପଟେ କ୍ୟାବିନେଟ ସଚିବ ଆଜି ସ୍ଥିତିର ସମୀକ୍ଷା କରିଛନ୍ତି।

{"id":178778}

ପ୍ରଦୂଷଣକୁ ଦିଲ୍ଲୀରେ ମାସ୍କ ବଣ୍ଟା ଯାଉଛି। ତେବେ ଲୋକଙ୍କ ଜୀବନ ଧାରଣ ଏବେ ମୁସ୍କିଲ ହେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.