Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଦିଲ୍ଲୀରେ ଆତଙ୍କବାଦୀ ହମ୍‌ଲା ଭୟ ! ରାଜଧାନୀରେ ହାଇଆଲର୍ଟ, ଯାଗା ଯାଗା ଚେକିଂ

22/06/2020 at 8:01 AM

ନୂଆଦିଲ୍ଲୀ ୨୨।୦୬: ସାରାଦେଶରେ ଏବେ କରୋନା ଭାଇରସ ନେଇ ଚିନ୍ତା ଜାରି ରହିଛି । କିନ୍ତୁ ଆଉ ଗୋଟିଏ ପଟେ ସୀମାରେ ଅନୁପ୍ରବେଶ କରୁଥିବା ସେନା ନିପାତ କରୁଥିବା ବେଳେ ଆଉ ଗୋଟିଏ ପଟେ ଏବେ ଦିଲ୍ଲୀରେ ହାଇଆଲର୍ଟ । ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ସୂଚନା ଆଧାରରେ କିଛି ଆତଙ୍କବାଦୀ ଦିଲ୍ଲୀରେ ପ୍ରବେଶ କରି ବଡଧରଣର ଆକମ୍ରଣ କରିବାର ଯୋଜନା ପ୍ରସ୍ତକୁତ କରୁଥିବା ଖବର ମିଳିଛି । ସୂଚନାଆଧାରରେ ଦିଲ୍ଲୀ ପୋଲିସ, ସୁରକ୍ଷାକର୍ମୀ ଓ ସ୍ପେଶାଲ ସେଲ୍‌ ସମଗ୍ର ଦିଲ୍ଲୀ ଉପରେ କଡା ନଜର ରଖିଛନ୍ତି । ବିଭିନ୍ନ ସ୍ଥାନରେ ମଧ୍ୟ ଚେକିଂ ଆରମ୍ଭ କରିଦେଇଛନ୍ତି ସୁରକ୍ଷାକର୍ମୀ ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ କିଛି ଆତଙ୍କାବାଦୀ ପ୍ରବେଶ କରି ବଡ ଧରଣର ଆକ୍ରମଣ କରିବା ପାଇଁ ଯୋଜନା କରୁଥିବାର ଗୁଇନ୍ଦା ସୂଚନା ଉଭୟ ପୋଲିସ ଓ ସୁରକ୍ଷାକର୍ମୀଙ୍କୁ ମିଳିଛି । ଯାହାପରେ ସୁରକ୍ଷାକର୍ମୀମାନେ ଆଲର୍ଟ ହୋଇଯାଇଛନ୍ତି । ଦିଲ୍ଲୀକୁ ଲାଗିଥିବା ସମସ୍ତ ବର୍ଡରକୁ ସିଲ୍‌ କରିଦିଆଯାଇଛି । ଯାଗା ଯାଗାରେ ଚେକିଂ କରାଯାଉଛି । ବସ୍‌ ଷ୍ଟାଣ୍ଡ, ରେଲଓ୍ୱ ଷ୍ଟେସନ ଓ ଜନଗହଳି ପୂର୍ଣ୍ଣ ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଆତଙ୍କାବାଦୀମାନେ ଜାମ୍ମୁ-କାଶ୍ମୀରରୁ ଟ୍ରକ ଯୋଗେ ଦିଲ୍ଲୀରେ ପ୍ରବେଶ କରିଛନ୍ତି । ସୂତ୍ର ଅନୁଯାୟୀ ଜୈସ ଇ ମହମ୍ମଦ ଏବଂ ଲସ୍କର ଏ ତୋଇବାର ୪ ଆତଙ୍କବାଦୀ ଦିଲ୍ଲୀକୁ ପଶି ଆସିଛନ୍ତି। ତେବେ ମିଳିଥିବା ସୂଚନାନୁସାରେ ୪ରୁ ୫ଜଣ ଆତଙ୍କୀ ଅସ୍ତ୍ରଶସ୍ତ୍ର ସହିତ ଦିଲ୍ଲୀରେ କିଛି ବଡଧରଣ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି । ଯାହାର ଖବର ଗୁଇନ୍ଦା ବିଭାଗ ଓ ଦିଲ୍ଲୀ ସ୍ପେଶାଲ ସେଲ୍‌କୁ ମିଳିଥିଲା । ଆତଙ୍କୀମାନେ କୌଣସି ବି ସଂଗଠନ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ଏପରିକି ଜୈସ-ଏ-ମହମ୍ମଦ ଓ ଲସ୍କର-ଏ-ତୋଇବା ଭଳି ସଂଗଠନ ସଦସ୍ୟ ହୋଇପାରନ୍ତି ବୋଲି ସୁରକ୍ଷାକର୍ମୀ ଅନୁମାନ କରୁଛନ୍ତି । ଦିଲ୍ଲୀ-ଏନ୍‌ସିଆର୍‌ରେ ଆକ୍ରମଣ କରିବାର ଯୋଜନା କରିଥିବାର ସୂଚନା ମିଳିବା ପରେ ସମଗ୍ର ଦିଲ୍ଲୀକୁ ହାଇଆଲର୍ଟରେ ରଖାଯାଇଛି ।  ଦିଲ୍ଲୀର ସମସ୍ତ ଜିଲ୍ଲା ପୋଲିସ, ସ୍ପେଶାଲ ସେଲ୍‌, କ୍ରାଇମବ୍ରାଞ୍ଚ, ସ୍ପେଶାଲ ବ୍ରାଞ୍ଚ ଓ ଅନ୍ୟ ସୁରକ୍ଷା ଏଜେନ୍ସିଙ୍କୁ ଆଲର୍ଟରେ ରଖାଯାଇଛି । ବିଭିନ୍ନ ସ୍ଥାନରେ ଚେକିଂ ଆରମ୍ଭ କରିଦିଆଯାଇଛି । ଅନେକ ସମ୍ବେଦନଶୀଳ ସ୍ଥାନମାନଙ୍କରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି । ଦିଲ୍ଲୀରେ ଥିବା କିଛି ହୋଟେଲ, ଗେଷ୍ଟ ହାଉସ୍‌ର ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି । ସେହିପରି ଜାମ୍ମୁ-କାଶ୍ମୀର ନମ୍ବର ଥିବା ଗାଡିଗୁଡିକ ମଧ୍ୟ କଡାକଡି ଭାବେ ଯାଞ୍ଚ କରାଯାଉଛି । ସେପଟେ ଦିଲ୍ଲୀ ପୋଲିସ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି ଯେ, ଘର ଭଡା  ଦେବା ପୂର୍ବରୁ ସାବଧାନତାର ସହ ସମସ୍ତ କାଗଜପତ୍ର ଦେଖନ୍ତୁ ।ଯଦି କିଛି ଅସୁବିଧା ହେଉଛି , ତେବେ ପୋଲିସକୁ ଜଣାନ୍ତୁ । ଖାସ୍‌ କରି ରାଜ୍ୟର ବାହାରେ ଥିବା ସମ୍ବେଦନଶୀଳ ଅଞ୍ଚଳରେ ମଧ୍ୟ କଡା ନଜର ରଖାଯାଇଛି ।

   Related Posts