ଦିଲ୍ଲୀ ବିସ୍ଫୋରଣ : ଘଟଣାସ୍ଥଳରୁ ମାତ୍ର ୨ କିମି ଦୂରରେ ଥିଲେ ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ବିଭିନ୍ନ ସ୍ଥାନରେ ହାଇଆଲର୍ଟ

Published By : Prameya-News7 Bureau | January 29, 2021 IST

ନୂଆଦିଲ୍ଲୀ ୨୯/୦୧ : ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ସମ୍ମୁଖରେ ବିସ୍ପୋରଣ ହୋଇଛି । ଏହି ବିସ୍ପୋରଣ ବଡ ଧରଣର ନଥିଲେ ମଧ୍ୟ ଦୂତାବାସ ନିକଟରେ ଥିବା ୪/୫ଟି କାର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ତେବେ ଏହି ବିସ୍ପୋରଣରେ କେହି ମୃତାହତ ହୋଇଛନ୍ତି କି ନାହିଁ ସେ ନେଇ ସୂଚନା ମିଳିନାହିଁ । ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଗୁଇନ୍ଦା ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ଦିଲ୍ଲୀ ସ୍ଥିତ ଅବଦୁଲ୍‌ କାଲାମ ରୋଡ୍‌ରେ ଥିବା ଇସ୍ରାଏଲ ଦୂତାବାସ ନିକଟ​‌ରେ ହୋଇଛି ଏହି ବିସ୍ଫୋରଣ ।

ବିସ୍ଫୋରଣସ୍ଥଳରୁ ମାତ୍ର ୨ କିମି ଦୂରରେ ବିଜୟ ଚୌକ୍ ଅବସ୍ଥିତ ଯେଉଁଠାରେ କି ବିଣ୍ଟିଙ୍ଗ୍ ରିଟ୍ରିଟ୍‌ ହେଉଥିଲା । ତେବେ ସବୁଠାରୁ ବଡ କଥା ହେଉଛି ସେଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ । ବିସ୍ଫୋରଣ ପରେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

wp:gallery {"ids":[400668],"linkTo":"none"} /wp:gallery

ଦିଲ୍ଲୀ ବିସ୍ଫୋରଣ ପରେ ବୟାନ ଜାରି କରିଛି ଗୃହ ମନ୍ତ୍ରାଳୟ । କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି ଯେ, ଘଟଣାସ୍ଥଳରେ NIA ଟିମ୍‌ ପହଞ୍ଚିଛି । ଅନୁସନ୍ଧାନ ପାଇଁ ଫରେନସିକ୍‌ ଟିମ୍‌କୁ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି । କେଉଁଥି ପାଇଁ ବିସ୍ଫୋରଣ ହେଲା ସେ ନେଇ ଖୋଳତାଡ ଜାରି ରହିଛି ।

ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ପରେ ବିମାନବନ୍ଦର, ସରକାରୀ କାର୍ଯ୍ୟାଳୟ ଏବଂ ଗୁରୁତ୍ବପୂର୍ଣ୍ଣ ସ୍ଥାନଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଇସ୍ରାଏଲ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ଯେ, ସେଠାରେ ଥିବା ସମସ୍ଥେ ସୁରକ୍ଷିତ ଅଛନ୍ତି । ଦୂତାବାସ ନିକଟରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି । ବିସ୍ଫୋରଣରେ RDX ବ୍ୟବହାର କରାଯାଇଥିବା ସନ୍ଦେହ କରାଯାଉଛି । ବିସ୍ଫୋରଣ ଏତେ ବଡଧରଣର ନଥିଲେ ସୁଦ୍ଧା ନିକଟରେ ଥିବା କିଛି କାର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.