ଏପରି ଘୃଣ୍ୟ କାମ କରିବାବେଳେ ଧରା ପଡ଼ିଥିଲେ ଏହି ଏୟାର ହୋଷ୍ଟେସ୍ : ତାପରେ ହେଲେ ଗିରଫ

Published By : Prameya-News7 Bureau | August 14, 2019 IST

ନୂଆଦିଲ୍ଲୀ ୧୪/୮: ଆଭିଏସନ ଇଣ୍ଡଷ୍ଟ୍ରିରେ ଅତିଥି ସତ୍କାରକୁ ସବୁଠୁ ଅଧିକ ଗୁରୁତ୍ବ ଦିଆଯାଇଥାଏ । ଏୟାରହୋଷ୍ଟେସଙ୍କ ଏଥିରେ ସବୁଠୁ ଅଧିକ ମହତ୍ତ୍ବ ରହିଥାଏ। ଏୟାରହୋଷ୍ଟେସ୍ ହେବା ପାଇଁ ଝିଅମାନେ ବହୁତ ପରିଶ୍ରମ କରିଥାଆନ୍ତି। କାରଣ ଏହି କାମରେ ଝିଅଙ୍କୁ କେବଳ ଭଲ ଟଙ୍କା ମିଳିନଥାଏ ବରଂ ଦେଶ ବିଦେଶ ବୁଲିବାର ସୁବର୍ଣ୍ଣ ସୁଯୋଗ ମିଳିଥାଏ। ପ୍ରାୟ ଝିଅଙ୍କର ସ୍ବପ୍ନ ଥାଏ ଯେ ସେମାନେ ବଡ଼ ହୋଇ ଏୟାର ହୋଷ୍ଟେସ୍ ହେବେ। କିନ୍ତୁ କେତେକ ଏୟାର ହୋଷ୍ଟେସ୍ ଏପରି ମଧ୍ୟ ହୋଇଥାଆନ୍ତି ଯେଉଁମାନେ ନିଜ କାମକୁ ଦାୟିତ୍ବ ସହକାରେ ନକରି ପଦବୀର ଅତ୍ୟଧିକ ଫାଇଦା ଉଠାଇଥାଆନ୍ତି।

ଏପରି ଏକ ମାମଲା ସାମନାକୁ ଆସିଛି ଜେଟ୍ ଏୟାରଓ୍ବେଜରେ। ଭାରତର ନାଁ ଖରାପ କରିଛନ୍ତି ଜଣେ ୨୫ବର୍ଷ ବୟସ୍କା ଏୟାର ହୋଷ୍ଟେସ୍ । ତାଙ୍କ ବିରୋଧରେ ବିଦେଶୀ ମୁଦ୍ରା ଚୋରା ଚାଲାଣ ଅଭିଯୋଗ ଆସିଛି। ଏୟାର ହୋଷ୍ଟେସ୍ ଜଣକ ଡାଇରେକ୍ଟୋରେଟ୍ ଅଫ ରେଭେନ୍ୟୁ ଇଣ୍ଟେଲିଜେନ୍ସ ସାମନା​‌ରେ ଏକଥା ସ୍ବୀକାର ମଧ୍ୟ କରିଛନ୍ତି । ସେ କହିଛନ୍ତି ଯେ ଯେତେ ଟଙ୍କା ଚାଲାଣ କରୁଥିଲେ ତାର ଟଙ୍କା କମିଶନ ଆକାରରେ ଏୟାର ହୋଷ୍ଟେସକୁ ମିଳୁଥିଲା।

ଡିଆରଆଇର ଅଧିକାରୀ କହିଛନ୍ତି ଯେ ଏକ ସୂଚନା ଆଧାରରେ ଦିଲ୍ଲୀରୁ ହଙ୍ଗକଙ୍ଗ ଯାଉଥିବା ଜେଟ୍ ଏୟାରଓ୍ବେସର ଫ୍ଳାଇଟରେ ଚଢ଼ଉ କରାଯାଇଥିଲା। ବିଦେଶୀ ମୁଦ୍ରା ଚୋରା ଚାଲାଣ ମାମଲାରେ ଏହି ଭାରତୀୟ ଏୟାରହୋଷ୍ଟେସଙ୍କୁ ଗିରଫ କରାଯାଇଥିଲା। ଏହି ଏୟାରହୋଷ୍ଟେସର ବ୍ୟାଗ୍ ଯାଞ୍ଚ ବେଳେ ଲକ୍ଷେ ଡଲାର ମିଳିଥିଲା ଯାହାକୁ ଖାଦ୍ୟ ଗରମ ରହୁଥିବା ଆଲୁମିନିୟମ୍ ଫଏଲରେ ଗୁଡାଇ ରଖାଯାଇଥିଲା।  

ଏହାର ମୂଲ୍ୟ ଭାରତୀୟ ମୁଦ୍ରା ହିସାବରେ ପାଖାପାଖି ୩କୋଟି ୨୦ଲକ୍ଷ ଟଙ୍କା। ଏହା ସହ ଏୟାରହୋଷ୍ଟେସଙ୍କୁ ପଚରାଉଚୁରା ପରେ ତାଙ୍କର ଜଣେ ସହଯୋଗୀକୁ ମଧ୍ୟ ଗିରଫ କରାଯାଇଛି। ସେ ଏହି ଏୟାର ହୋଷ୍ଟେସଙ୍କୁ ବିଦେଶୀମୁଦ୍ରା ଚାଲାଣ କାମରେ ଲଗାଇଥିଲା । ଡିଆରଆଇର ସୂଚନା ଅନୁସାରେ ବିମାନର ଅପରେଟର ଅମିତକୁ ଏହି ମାମଲାରେ ଗିରଫ କରାଯାଇଛି। ଅମିତଙ୍କ ଦିଲ୍ଲୀ ସ୍ଥିତ ବିବେକ ବିହାରର ଘରେ ଯାଞ୍ଚ କରାଯାଇଥିଲା, ଏଠାରୁ ନଗଦ ୩ଲକ୍ଷ ଟଙ୍କା ଏବଂ ୧୬୦୦ ଡଲାର ମିଳିଥିଲା।

{"id":144221,"width":578,"height":445}

କୁହାଯାଉଛି ଯେ,ଅମିତ ଫ୍ଲାଇଟରେ ଏହି ଏୟାରହୋଷ୍ଟେସ ସହ ବନ୍ଧୁତା କରିଥିଲେ। ଅନେକ ଥର ଦେଖା ହେବା ପରେ ଅମିତ ଏୟାର ହୋଷ୍ଟେସକୁ ଟଙ୍କା ନେଇ ଯିବା ପାଇଁ ରାଜି କରାଇଥିଲା। ଏହିପରିଭାବେ ଏୟାର ହୋଷ୍ଟେସ୍ ଜଣକ ୨ମାସ ମଧ୍ୟରେ ୭ଥର ହଙ୍ଗକଙ୍ଗରେ ଟଙ୍କା ପହଞ୍ଚାଇସାରିଥିଲା। ଅଭିଯୁକ୍ତ ଯୁବତୀଙ୍କ ଶ୍ବଶୁର ଜଣେ ଅବସରପ୍ରାପ୍ତ ଅଧିକାରୀ ଏବଂ ତା’ର ବାପା ଏଲଆଇସିରେ ଜଣେ ଉଚ୍ଚ ପଦସ୍ଥ ଅଫିସର। ବର୍ଷେ ପୂର୍ବରୁ ଏହି ଯୁବତୀ ଲଭ ମ୍ୟାରେଜ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.