Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଦିଲ୍ଲୀରେ ପୁଣି Oxigen ସଂକଟ, ଚେତାବନୀ ବାର୍ତ୍ତା ପଠାଇଲେ ୨ ହସ୍ପିଟାଲ

29/04/2021 at 9:37 PM

ନୂଆଦିଲ୍ଲୀ ୨୯।୪:  କରୋନା ଦ୍ୱିତୀୟ ଲହର ଜାତୀୟ ରାଜଧାନୀ ଦିଲ୍ଲୀକୁ ଅସ୍ତବ୍ୟସ୍ତ କରିପକାଇଛି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସାଙ୍ଗକୁ ହସ୍ପିଟାଲରେ ବେଡ୍ ଓ ଅକ୍ସିଜେନର ଉତ୍କଟ ଅଭାବ ଲାଗି ରହିଛି। ଗୁରୁବାର ଦିଲ୍ଲୀରେ ପୁଣି ଅକ୍ସିଜେନ ଅଭାବ ଦେଖା ଦେଇଛି। ଫଳରେ ୨ଟି ହସ୍ପିଟାଲ ସଂକ୍ରମିତଙ୍କ ଚିକିତ୍ସା ଲାଗି ଚେତାବନୀ ବାର୍ତ୍ତା (ଏସଓଏସ୍) ଦେଇଥିବା ଜଣାପଡିଛି। ଏଥିରୁ ଗୋଟିଏ ବିମହାଁସ ହସ୍ପିଟାଲ ହୋଇଥିବା ବେଳେ ଅନ୍ୟଟି ରୋଜଉଡ୍ ହସ୍ପିଟାଲ ବୋଲି ଜଣାପଡିଛି।

ବିମହାଁସ ହସ୍ପିଟାଲର ଚିକିତ୍ସା ନିର୍ଦ୍ଦେଶକ ଡା. ଉବେଦ ହମ୍ମିଦ ତାଙ୍କ ହସ୍ପିଟାଲରେ ଏବେ ମାତ୍ର ୨ ଘଣ୍ଟା ଲାଗି ଅକ୍ସିଜେନ୍‌ ଥିବା କହିଛନ୍ତି। ଅକ୍ସିଜେନ୍‌ ଟ୍ୟାଙ୍କର ଅପରାହ୍ନ ୩ଟାରେ ହସ୍ପିଟାଲ ପହଞ୍ଚିବା କଥା। ହେଲେ ପହଞ୍ଚି ନାହିଁ। ଜିଲ୍ଲା ମାଜିଷ୍ଟ୍ରେଟ୍, ଏସଡିଏମ ଓ ଡିସିପି ଏକ ସରକାରୀ ଟ୍ୟାଙ୍କରର ବ୍ୟବସ୍ଥା କରିଥିଲେ। ଏଥିରେ ମାତ୍ର ୮୦୦ ଲିଟର ଅକ୍ସିଜେନ ଥିଲା ଯାହା ଆଉ କିଛି ସମୟ ପରେ ଶେଷ ହୋଇଯିବ ବୋଲି ଡା, ହମ୍ମିଦ କହିଛନ୍ତି।

ଏହି ହସ୍ପିଟାଲରେ ଏବେ ୨୧୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଏମାନଙ୍କମଧ୍ୟରୁ ୧୭୦ ଜଣ ଅକ୍ସିଜେନ ସପୋର୍ଟରେ ଅଛନ୍ତି। ଏହି ହସ୍ପିଟାଲର ଦୈନିକ ଅକ୍ସିଜେନ ଆବଶ୍ୟକତା ୫ ମେଟ୍ରିକ ଟନ ବୋଲି ଡାକ୍ତର କହିଛନ୍ତି। ରୋଜ ଉଡ ହସ୍ପିଟାଲ ମଧ୍ୟ ଏସଓଏସ୍‌ ଜାରି କରିଥିବା ଜଣାପଡିଛି। ଏହି ହସ୍ପିଟାଲରେ ୪୦ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଏଠାରେ ଅକ୍ସିଜେନ ସମାପ୍ତ ହୋଇଥିବା ନେଇ ଆମେ ଜଣାଇ ଦେଇଥିବା ଏହାର ମାଲିକ ଜଶବୀର ଡବାସ କହିଛନ୍ତି।

ହସ୍ପିଟାଲର ଖାଲି ଅକ୍ସିଜେନ ସିଲିଣ୍ଡର ମାୟାପୁରୀରେ ଥିବା ଓ ସେଗୁଡିକର ରିଫିଲ ପାଇଁ ଆମେ ଅପେକ୍ଷାରେ ଥିବା ଜଶବୀର କହିଛନ୍ତି। ରାଜଧାନୀର ଯେଉଁ ସବୁ ହସ୍ପିଟାଲର ଅକ୍ସିଜେନ ଆବଶ୍ୟକତା ଅଛି ସରକାର ତାର ଏକ ସୂଚୀ ପ୍ରସ୍ତୁତ କରିଛନ୍ତି। ତେବେ ରୋଡ ଉଡ ଭଳି ସଂସ୍ଥାଙ୍କୁ ସୂଚୀରେ ସ୍ଥାନ ଦିଆଯାଇନି। ତେବେ ତୁରନ୍ତ ସହାୟତା ଲାଗି ଜସବୀର ନିବେଦନ କରିଛନ୍ତି।  

   Related Posts