ଅମ୍ଲଯାନ ଲାଗି ହାହାକାର ଜାରି, ଗଙ୍ଗାରାମ ହସ୍ପିଟାଲରେ ୨୪ ଘଣ୍ଟାରେ ୪ ଥର ଅକ୍ସିଜେନ ସଂକଟ

Published By : Prameya-News7 Bureau | April 25, 2021 IST

ନୂଆଦିଲ୍ଲୀ ୨୫।୪: ରାଜଧାନୀ ଦିଲ୍ଲୀର ହସ୍ପିଟାଲମାନଙ୍କରେ ଏବେବି ଅମ୍ଲଯାନ ( ଅକ୍ସିଜେନ) ସଂକଟ ଟଳି ନାହିଁ। ସଂକ୍ରମିତଙ୍କ ଲୋକେ ଅନେକ ଗୁହାରୀ ନିବେଦନ କରିବା ପରେ ରୋଗୀକୁ ଟିକେ ଅକ୍ସିଜେନ୍‌ ଦିଆଯାଉଛି। ଏବେ ବି ଅନେକ ରୋଗୀଙ୍କ ଜୀବନ ବିପଦରେ ଥିବାର ସୂଚନାରୁ ଜଣାପଡୁଛି।  ଦେଶର ହସ୍ପିଟାଲମାନେ ଅକ୍ସିଜେନ ଲାଗି ଦୈନିକ ଏସଓଏସ୍ ପଠାଉଛନ୍ତି ଯାହା ରବିବାର ମଧ୍ୟ ଜାରି ରହିଛି। ତେବେ ରାଜଧାନୀ ଦିଲ୍ଲୀର କେତେକ ହସ୍ପିଟାଲକୁ ୨୫ ଏପ୍ରିଲ ସକାଳୁ ସକାଳୁ ଅକ୍ସିଜେନ ମିଳିଥିବାର ଜଣାପଡିଛି ।

{"id":444008,"sizeSlug":"large","linkDestination":"none"}

ଅକ୍ସିଜେନ୍‌ ସଂକଟ ଦୂର କରିବାକୁ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ କଡା ତାଗିଦ କରିଛନ୍ତି। ଯେ କୌଣସି ପ୍ରକାର ହସ୍ପିଟାଲ ମାନଙ୍କୁ ଅକ୍ସିଜେନ ଯୋଗାଇ ଦେବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ କେନ୍ଦ୍ର ଗୃହମନ୍ତ୍ରାଳୟ ଅକ୍ସିଜେନ ବୋଝେଇ ବାହନଙ୍କୁ ନ ଅଟକାଇବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଏହା ସତ୍ୱେ ହସ୍ପିଟାଲମାନଙ୍କରେ ଅକ୍ସିଜେନ ଅଭାବ ଯୋଗୁ ଏବେବି ରୋଗୀଙ୍କ ମୃତ୍ୟୁ ଜାରି ରହିଛି। ସବୁଦିନ ଭଳି ରବିବାର ମଧ୍ୟ ହସ୍ପିଟାଲମାନେ ଏସଓଏସ୍ ଜାରି କରିଆଉ ମାତ୍ର କିଛି ଘଣ୍ଟା ଅକ୍ସିଜେନ୍‌ ଥିବା ଓ ରୋଗୀଙ୍କ ଜୀବନ  ସଂକଟରେ ଥିବା ସୂଚିତ କରାଯାଇଛି।

{"id":444009,"width":838,"height":540,"sizeSlug":"large","linkDestination":"none"}

ଦିଲ୍ଲୀ ସାର ଗଙ୍ଗାରାମ ହସ୍ପିଟାଲ ୨୪ ଏପ୍ରିଲ ବିଳମ୍ବିତ ରାତ୍ରିରେ ଅକ୍ସିଜେନ ଲାଗି ଏସଓଏସ  ପଠାଇଥିଲା। ଏଥିରେ ହସ୍ପିଟାଲ ଆଉ ମାତ୍ର ୪୫ ମିନିଟ୍‌ରୁ ୧ ଘଣ୍ଟା ପର୍ଯ୍ୟନ୍ତ ଅକ୍ସିଜେନ ଯୋଗାଇ ହେବ ବୋଲି ସୂଚିତ କରିଥିଲା। ସେତେବେଳେ ହସ୍ପିଟାଲ ଆଇସିୟୁରେ ୧୩୦ ଓ ଭେଣ୍ଟିଲେଟରରେ ୩୦ ଜଣ ରହି ଚିକିତ୍ସିତ ହେଉଥିଲେ।  ହସ୍ପିଟାଲ ମୁଖପାତ୍ର ୫ ମେଟ୍ରିକ ଟନ୍‌ ଅକ୍ସିଜେନ ହେଲେ ୧୧ରୁ ୧୨ ଘଣ୍ଟା ଚାଲିପାରିବ ବୋଲି କହିଛନ୍ତି। ତେବେ ହସ୍ପିଟାଲର ଅକ୍ସିଜେନ ୟୁନିଟି ପ୍ରେସରରେ ଚାଲିବା ପର୍ଯ୍ୟନ୍ତ ୪ ଥର ସଂକଟର ସମ୍ମୁଖୀନ ହୋଇସାରିଥିବାର ଜଣାପଡିଛି।

{"id":444010,"sizeSlug":"large","linkDestination":"none"}

ଗତ ଏପ୍ରିଲ ୨୩ ତାରିଖ ଦିନ ଅକ୍ସିଜେନ ସରିଯିବା ଯୋଗୁ ଗଙ୍ଗାରାମ ହସ୍ପିଟାଲରେ ୨୫ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୪ ତାରିଖ ଦିନ ଜୟପୁର ଗୋଲ୍ଡେନ ହସ୍ପିଟାଲର ଅକ୍ସିଜେନ ଷ୍ଟକ୍‌ ସରିଯିବାରୁ ୨୦ ଜଣଙ୍କ ମୃତ୍ୟୁ ହୋଇଛି। ଏଲଏନଜେପି ହସ୍ପିଟାଲକୁ ରବିବାର ପୂର୍ବାହ୍ନ ୧୦ଟା ବେଳକୁ ଏକ ଅକ୍ସିଜେନ ବୋଝେଇ ଟ୍ୟାଙ୍କର ପହଞ୍ଚିଥିଲା। ସେତେବେଳକୁ ହସ୍ପିଟାଲ ଶେଷ ଷ୍ଟକ୍‌ ରେ ଚାଲିଥିଲା। ଏପ୍ରିଲ ୨୪ ତାରିଖ ଦିନ ଦିଲ୍ଲୀ ଉତ୍ତମ ନଗର ଗାନ୍ଧି ହସ୍ପିଟାଲ ଅକ୍ସିଜେନ ଲାଗି ଏସଓଏସ୍ ପଠାଇଥିଲା। ସେତେବେଳକୁ ହସ୍ପିଟାଲ ପାଖରେ ମାତ୍ର ଆଉ ଘଣ୍ଟାକ ଲାଗି ଷ୍ଟକ ଥିଲା। ରୋଗୀଙ୍କ ଜୀବନ ବିପଦରେ ପଡିଯାଇଥିବା ବେଳେ ବିଜେପି ନେତା ତାଜିନ୍ଦର ବଗଗା କୌଣସି ସୂତ୍ରରୁ ୨୦ଟି ସିଲିଣ୍ଡର ପହଞ୍ଚାଇ ପରିସ୍ଥିତିକୁ ଆୟତ୍ତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.