Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଅକ୍ସିଜେନ୍‌ ଅଭାବକୁ ନେଇ କେନ୍ଦ୍ରକୁ ଦିଲ୍ଲୀ ହାଇକୋର୍ଟଙ୍କ ଭର୍ତ୍ସନା, କହିଲେ ସରକାର ଆଖି ବୁଜି ଦେଇ ପାରନ୍ତି ହେଲେ ଆମେ ନୁହେଁ

4/05/2021 at 4:51 PM

ନୂଆଦିଲ୍ଲୀ, ୦୪/୦୫: ରାଜଧାନୀ ଦିଲ୍ଲୀରେ କରୋନା ଏବେ ଗମ୍ଭୀର ସ୍ଥିତିରେ ପହଞ୍ଚିଛି । ଏକ ପ୍ରକାର ଲଗାମ୍‌ ଛଡ଼ା ଭିବେ ବଢ଼ି ଚାଲିଥିବା କରୋନା ମଧ୍ୟରେ ଅକ୍ସିଜେନ୍‌ ଅଭାବ ମଧ୍ୟ ଆଉ ଏକ ସଙ୍କଟ ଭାବେ ଉଭା ହୋଇଛି । ମଙ୍ଗଳବାର ପୁଣିଥରେ ଏହି ମାମଲାର ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ ।  

ଦିଲ୍ଲୀ ହାଇକୋର୍ଟ ଅକ୍ସିଜେନ୍‌ ଅଭାବ ନେଇ କେନ୍ଦ୍ରକୁ ଭର୍ତ୍ସନା କରି କହିଛନ୍ତି ଯେ, ତମେ ଆଖି ବନ୍ଦ କରିଦେଇପାର ହେଲେ ଆମେ ନୁହେଁ । ଅକ୍ସିଜେନ୍‌ ନମିଳିବାରୁ ଦିଲ୍ଲୀରେ କେତେ ଲୋକ ମରି ଯାଇଥିବା ହାଇକୋର୍ଟର ଆମିକସ୍‌ କ୍ୟୁରୀ ସୂଚନା ଦେଇଛନ୍ତି ।

ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଏଥିରେ କହିଛନ୍ତି ଯେ, ଯଦି ମହାରାଷ୍ଟ୍ରରେ ଏହି ସମୟରେ ଅକ୍ସିଜେନ୍‌ର ବ୍ୟବହାର କମ୍‌ ରହିଛି ତେବେ ସେଠାରୁ କିଛି ଟ୍ୟାଙ୍କର ଦିଲ୍ଲୀ ପଠାଇ ହେବ । ତେବେ ଏହାର ପକ୍ଷ ରଖିବାକୁ ଯାଇ କେନ୍ଦ୍ର ସରକାର କହିଛନ୍ତି, ଆମେ ଆଜି ସୁପ୍ରିମ୍‌ କୋର୍ଟ ନିକଟରେ ଆମର ଅନୁପାଳନ ରିପୋର୍ଟ ଦାଖଲ କରିବୁ । ଏଥିରେ ଆମେ ୭ ଶହ ମେଟ୍ରିକ୍‌ ଟନ୍‌ ଗ୍ୟାସ୍‌ ଯୋଗାଣ ବା ବାକି ଗ୍ୟାସ୍‌ କୋଟା ପୂରଣ କରିବା ବିଷୟରେ ତଥ୍ୟ ରଖିବୁ ନାହିଁ ବୋଲି କେନ୍ଦ୍ର କହିଛି ।

ଅନ୍ୟପଟେ ଦିଲ୍ଲୀ ସରକାର ଅଦାଲତରେ କେନ୍ଦ୍ର ବିରୋଧରେ ଅଭିଯୋଗ ଆଣି କହିଥିଲେ ଯେ, ଅକ୍ସିଜେନ୍‌ ସପ୍ଲାଇ ଏବଂ ଟ୍ୟାଙ୍କର୍ସ ଗୁଡ଼ିକର ଠିକ୍‌ ଭାବେ ବିନିଯୋଗ ହେଉନାହିଁ । ଏହାର ଉତ୍ତରରେ କେନ୍ଦ୍ର ଦିଲ୍ଲୀରୁ ୧୨ଟି ଅତିରିକ୍ତ ଅକ୍ସିଜେନ୍‌ ଟ୍ୟାଙ୍କର୍ସ ଗତ ଦିନରେ ଫେରି ଆସିଥିବା କହିଛି ।      

   Related Posts