ବିଚାରପତିଙ୍କ ପାଇଁ ପଞ୍ଚତାରକା ହୋଟେଲରେ ୧୦୦ ବେଡ୍ ସୁବିଧା ଆମେ ମାଗିନଥିଲୁ: ଦିଲ୍ଲୀ ହାଇକୋର୍ଟ

Published By : Prameya-News7 Bureau | April 27, 2021 IST

ନୂଆଦିଲ୍ଲୀ ୨୭/୦୪ : ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ପାଇଁ ଅଶୋକ ହୋଟେଲରେ ରୁମ୍ ବୁକ୍ କରିବା ମାମଲାରେ ହାଇକୋର୍ଟ ନିଜେ ହସ୍ତକ୍ଷେପ କରିଛନ୍ତି। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ନ୍ୟାୟାଧୀଶଙ୍କ ପାଇଁ କେବେ ବି ପଞ୍ଚତାରକା ହୋଟେଲରେ ୧୦୦ ବେଡ୍ ବିଶିଷ୍ଟ ସୁବିଧା ମଗାଯାଇନଥିଲା। ହାଇକୋର୍ଟ କହିଛନ୍ତି ଯେ ସେ ଏଥିପାଇଁ ସେମାନେ ଅନୁରୋଧ କରିନଥିଲେ। ହାଇକୋର୍ଟ କହିଛନ୍ତି, ଆପଣ ନିଜେ କଳ୍ପନା କରନ୍ତୁ ଯେ ଆମେ କିଭଳି ଏମିତି କହିପାରିବୁ। ଲୋକଙ୍କୁ ହସ୍ପିଟାଲ ମିଳୁନି, ଆଉ ଆମେ ଆପଣଙ୍କୁ ପଞ୍ଚତାରକା ହୋଟେଲରେ ବେଡ଼ ମାଗିବୁ ? ଗଣମାଧ୍ୟମ ଭୁଲ ନୁହେଁ, ଆପଣଙ୍କ ଅର୍ଡର ଭୁଲ। ଆପଣ କୌଣସି ଗୋଟିଏ ଶ୍ରେଣୀକୁ ସୁବିଧା କେମିତି ଦେଇପାରିବେ। ଦିଲ୍ଲୀ ସରକାର ଏ ସମ୍ବନ୍ଧରେ ଜବାବ ଦାଖଲ କରନ୍ତୁ।

 ହାଇକୋର୍ଟ ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ସରକାର କହିଛନ୍ତି ଯେ ଏହା ପଛରେ କିଛି ଖରାପ ଭାବନା ନଥିଲା। ଏହି ଆଦେଶ ତୁରନ୍ତ ଫେରାଇ ନେବାକୁ ହାଇକୋର୍ଟ ଦିଲ୍ଲୀ ସରକାରଙ୍କୁ କହିଛନ୍ତି। ସରକାର କହିଛନ୍ତି ଆଦେଶ ଫେରାଇ ନେବେ। ହାଇକୋର୍ଟ କହିଛନ୍ତି ଏହି ମାମଲା ଭାବନାରୁ ବି ବହୁତ ଦୂରରେ ଯେ ଆମେ ଏକ ସଂସ୍ଥା ଭାବେ ସୁବିଧା ମାଗିବୁ। ଗୁରୁବାର ଦିନ ଏହି ମାମଲାର ଶୁଣାଣି ହେବ।

{"id":445176,"sizeSlug":"large","linkDestination":"none"}

ହାଇକୋର୍ଟ ଦିଲ୍ଲୀ ସରକାରଙ୍କୁ ଅକ୍ସିଜେନ ଅଭାବରେ ପ୍ରାଣ ହରାଇଥିବା ରୋଗୀଙ୍କ ତଥ୍ୟ ମାଗିଛନ୍ତି। ହାଇକୋର୍ଟ କହିଛନ୍ତି ଯେ ସରକାର ୪ ଦିନ ଭିତରେ ରୋଗୀଙ୍କ ନାମ, ୱାର୍ଡ/ରୁମ ନମ୍ବର, ମୃତ୍ୟୁ ସମୟ ଓ କାରଣ ସାରଣୀବଦ୍ଧ ତରିକାରେ ଆଫିଡେଭିଟରେ ଦିଅନ୍ତୁ। ହାଇକୋର୍ଟ କହିଛନ୍ତି ସେମାନଙ୍କୁ କ୍ଷତିପୂରଣ ଦେବାକୁ ପଡିବ, ରାଜ୍ୟକୁ ଦେବାକୁ ପଡିବ।

ହାଇକୋର୍ଟ ଦିଲ୍ଲୀ ସରକାରଙ୍କୁ ଆଦେଶ ଦେଇଛନ୍ତି ଯେ ସମସ୍ତ ଫର୍ମାସୀଙ୍କ ଠାରୁ ରେମଡେସିଭିର, ଡେକ୍ସାମେଥାସୋନ ଓ ଫାବିଫ୍ଲୁ ସପ୍ଲାଏ ରେକର୍ଡ ସଂଗ୍ରହ କରନ୍ତୁ ଓ ଅଡିଟ୍ କରନ୍ତୁ ଯେପରି କଳାବଜାରୀ ହେଉଛି କି ବୋଲି ଜଣାପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.