Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଦିଲ୍ଲୀକୁ ଆଜି କୌଣସି ମତେ ୪୯୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ୍‌ ଦିଅ, କେନ୍ଦ୍ରକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

1/05/2021 at 4:14 PM

ନୂଆଦିଲ୍ଲୀ ୧/୫:  ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି। ହସ୍ପିଟାଲରେ ବେଡ୍‌ ମିଳୁନଥିବା ବେଳେ ଅକ୍ସିଜେନ୍‌ ବିନା ଲୋକେ ଛଟପଟ ହୋଇ ଜୀବନ ହରାଉଛନ୍ତି। ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଲଗାତାର ଶୁଣାଣି ହେଉଛି। ଦିଲ୍ଲୀରେ ଅକ୍ସିଜେନ୍‌ ଅଭାବକୁ ନେଇ ଶନିବାର ଶୁଣାଣି ହେଉଥିବା ବେଳେ ଅନ୍ୟପଟେ ବାତ୍ରା ହସ୍ପିଟାଲରେ ଆକ୍ରାନ୍ତ ଅମ୍ଳଜାନ ବିନା ପ୍ରାଣ ହରାଇଛନ୍ତି। ଶୁଣାଣି ସମୟରେ ହାଇକୋର୍ଟରେ ବାତ୍ରା ହସ୍ପିଟାଲ ପକ୍ଷରୁ ଅକ୍ସିଜେନ୍‌ ଅଭାବକୁ ନେଇ କୁହାଯାଉଥିଲା । ଠିକ ଏହି ସମୟରେ ଖବର ଆସିଲା ବାତ୍ରା ହସ୍ପିଟାଲରେ ଅକ୍ସିଜେନ୍‌ ଅଭାବରୁ ୮ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।

ଯେଉଁଥରେ ଜଣେ ଡାକ୍ତର ମଧ୍ୟ ସାମିଲ ଅଛନ୍ତି। ହସ୍ପିଟାଲକୁ ଏହାରି ଭିତରେ ଅକ୍ସିଜେନ୍‌ ଯୋଗାଣ ହୋଇଛି କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିଲା। ହସ୍ପିଟାଲ ପକ୍ଷରୁ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି, ‘ଆମକୁ ଅକ୍ସିଜେନ୍‌ ମିଳିନଥିଲା। ଦିନ ୧୨ରେ ଅକ୍ସିଜେନ୍‌ ଶେଷ ହୋଇଯିବା ପରେ ଆମକୁ ଦେଢ଼ଟାରେ ଅକ୍ସିଜେନ୍‌ ମିଳିଲା। ଆମେ ଜୀବନ ରକ୍ଷା କରିପାରିଲୁ ନାହିଁ। ଯେଉଁଥିରେ ଆମର ଏକ ଡାକ୍ତର ମଧ୍ୟ ଅଛନ୍ତି।’ ହାଇକୋର୍ଟରେ ହସ୍ପିଟାଲ ପକ୍ଷରୁ କୁହାଯାଇଛି, ଆମେ ପ୍ରତିଦିନ ଅକ୍ସିଜେନ୍‌ ଅଭାବ ଦେଇ କିଛି ଘଣ୍ଟା ବିତାଉଛୁ। ଏ ସମସ୍ୟ ସମାପ୍ତ ହେଉନାହିଁ।

ଦିଲ୍ଳୀ ସରକାରଙ୍କ ପକ୍ଷରୁ କୋର୍ଟରେ କୁହାଯାଇଛି ଯେ, ରାଜ୍ୟରେ ଅକ୍ସିଜେନ୍‌ ଟ୍ୟାଙ୍କରକୁ ପ୍ରାଥମିତା ମିଳୁନାହିଁ। ଦିଲ୍ଲୀକୁ ପ୍ରତିଦିନ ସଂଘର୍ଷର ସାମ୍ନା କରିବାକୁ ପଡ଼ୁଛି। ଏହାକୁ ଜାଣିବାକୁ ହେଲେ ଆମକୁ ସ୍କ୍ରିନ୍‌ ପଛରେ କଣ ହେଉଛି ତାହା ଜାଣିବାକୁ ପଡ଼ିବ। ଏହାରି ଭିତରେ ଆଡଭୋକେଟ୍‌ ବିରାଟ ଗୁପ୍ତା କହିଛନ୍ତି, ସେ ଜାଣିଛନ୍ତି ୧୨ ରାଜନୈତିକ ଦଳ ଅକ୍ସିଜେନ୍‌ କଳାବଜାରୀ କରୁଛନ୍ତି। ସେପଟେ ହାଇକୋର୍ଟ କେନ୍ଦ୍ରକୁ ନିର୍ଦେଶ ଦେଇଛନ୍ତି, କୌଣସି ବି ପରିସ୍ଥିତିରେ ଆଜି ୪୯୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ୍‌ ଦିଲ୍ଳୀରେ ପହଞ୍ଚିବା ଦରକାର। ଯଦି ନିର୍ଦେଶ ପାଳନ କରାନଯାଏ ତେବେ କୋର୍ଟ ଅବମାନନା ନେଇ କାର୍ଯ୍ୟାନୁଷ୍ଠାନ କରିପାରେ। ଯଦି କାମ ପୂରା ନକରାଯାଏ ତେବେ ଡିପିଆଇଆଇଟି ସିଚିବଙ୍କୁ ଆଗାମୀ ଶୁଣାଣିରେ କୋର୍ଟରେ ହାଜର ହେବାକୁ ପଡ଼ିବ।

ଏବେ ପାଣି ମୁଣ୍ଡରୁ ଉପରକୁ ଉଠିସାରିଛି ବୋଲି ମଧ୍ୟ କୋର୍ଟ କହିଛନ୍ତି।  ଦିଲ୍ଲୀ ସରକାର ଏବଂ ହସ୍ପିଟାଲ ପ୍ରତିନଧିଙ୍କୁ ନେଇ ହୋଇଥିବା ଏକ ହ୍ବାଟସଆପ୍‌ ଗ୍ରୁପ୍‌ କରାଯାଇଛି। ଏଥିରେ ଅକ୍ସିଜେନ୍‌ ଯୋଗାଣ ନେଇ ଅନୁରୋଧ କରାଯାଇଥିଲା। କିନ୍ତୁ ରିପ୍ଲାଏ ଆସିଲା ‘ଆମକୁ ଡିଷ୍ଟର୍ବ କରନ୍ତୁ ନାହିଁ।’ ଏନେଇ ବାତ୍ରା ହସ୍ପିଟାଲ ଏମଡି କୋର୍ଟରେ ଜଣାଇଛନ୍ତି। ତାଙ୍କୁ କୋର୍ଟ କହିଛନ୍ତି ଆପଣ ଶାନ୍ତି ରଖନ୍ତୁ। ଆପଣ କ୍ରୋଧାନ୍ବିତ ହେବା ଉଚିତ ନୁହେଁ। ଆପଣ ଜଣେ ଡାକ୍ତର । ଆପଣ ନିଜ ଉପରୁ ନିୟନ୍ତ୍ରଣ ହରାଇଲେ ବାକି ଲୋକଙ୍କ କଣ ହେବ ବୋଲି କୋର୍ଟ କହିଛନ୍ତି। ଦିଲ୍ଲୀ ହାଇକୋର୍ଟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ଯଥାଶୀଘ୍ର ବାତ୍ରା ହସ୍ପିଟାଲକୁ ସାହାଯ୍ୟ କର। କୋର୍ଟରେ ଲମ୍ବା ଶୁଣାଣି ପରେ ବାତ୍ରା ହସ୍ପିଟାଲକୁ ଅକ୍ସିଜେନ୍‌ ତ ପଠାଗଲା କିନ୍ତୁ ସେତେବେଳକୁ ୮ ସଂକ୍ରମିତ ମୃତ୍ୟବରଣ କରିସାରିଥିଲେ।

   Related Posts