Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ ରିଲିଜକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି

3/04/2019 at 5:00 PM

ମୁମ୍ୱାଇ୩|୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ ଫିଲ୍ମ ଏବେ ଜୋର ସୋର ଚର୍ଚ୍ଚାରେ ଅଛି। ଉମଙ୍ଗ କୁମାର ନିର୍ଦ୍ଦେଶିତ ଏହି ଫିଲ୍ମର ମୁକ୍ତଲାଭ ଏପ୍ରିଲ ୫ ତାରିଖରେ ହେବ ବୋଲି ସ୍ଥିର ହୋଇଛି । କିନ୍ତୁ ନିର୍ବାଚନ ସମୟରେ ଫିଲ୍ମର ରିଲିଜକୁ ନେଇ ବିତର୍କ ଆରମ୍ଭ ହୋଇଥିଲା ବେଳେ ଏହା ଉପରେ କଟକଣା ଜାରୀ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ରୁଜ୍ଜୁ ହୋଇଥିଲା ।
ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଫିଲ୍ମର ରିଲିଜ ପାଇଁ ନିର୍ଦ୍ଦେଶ ଦେବାକୁ ଆଇନଜୀବୀ ସୁଜିତ କୁମାର ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ ।  ତେବେ ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ ଓ ଜଷ୍ଟିସ ଅନୁପ ଜୟରାମ ଭମଭାନି ଆବେଦନକୁ ଖାରଜ କରିଦେଇଛନ୍ତି । ଫଳରେ ଚଳଚ୍ଚିତ୍ର ଏପ୍ରିଲ ୫ତାରିଖରେ ରିଲିଜ ହେବାକୁ ଯାଉଛି।
ଏହି ଚଳଚ୍ଚିତ୍ର ନିର୍ବାଚନ ପୂର୍ବରୁ ମୁକ୍ତିଲାଭ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫିଲ୍ମ ରିଲିଜ ହେବାକୁ ନେଇ ଦର୍ଶକ ଅପେକ୍ଷାରେ ଅଛନ୍ତି। ଏହି ଫିଲ୍ମର ଟ୍ରେଲର ଲୋକଙ୍କୁ ଅଧିକ ଉତ୍ସାହିତ କରିଛି। ମୋଦିଙ୍କ ଜୀବନ ବିଷୟରେ ଜାଣିବା ପାଇଁ ଦର୍ଶକ ଖୁବ୍‌ ଆଗ୍ରହ ସହ ଫିଲ୍ମ ରିଲିଜ ହେବା ପାଇଁ ଅପେକ୍ଷା କରିଛନ୍ତି।
 ଅନେକ ଦିନରୁ ବିବେକଙ୍କୁ ପରଦାରେ ଦେଖିବାକୁ ମିଳିନଥିଲା। ଏହି ଫିଲ୍ମରେ ପ୍ରଧାନମନ୍ତ୍ରୀଙ୍କ ଭୂମିକାରେ ବିବେକ ଓବରୟ ଅଭିନୟ କରିଛନ୍ତି। ତେବେ ଏହି ଫିଲ୍ମ ତାଙ୍କ କ୍ୟାରିଅର ବଦାଳାଇବ ବୋଲି କୁହାଯାଉଛି। ବିବେକ ଓବରୟ ମୋଦୀଙ୍କ ଭୂମିକାରେ କିପରି ଲାଗୁଛନ୍ତି ଏହା ଫିଲ୍ମ ଦେଖିଲେ ଜଣାପଡ଼ିବ। ବିବେକ ଓବରୟ ଏହି ଚଳଚ୍ଚିତ୍ରରେ ଧମାକେଦାର ଅଭିନୟ କରିଛନ୍ତି।   

 

   Related Posts