ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ-'ଠିକ୍ ଭାବେ ମାସ୍କ ନ ପିନ୍ଧିଲେ ଯାତ୍ରୀଙ୍କୁ ତୁରନ୍ତ ବିମାନରୁ ଓହ୍ଲାଇ ଦିଅନ୍ତୁ'

Published By : Prameya-News7 Bureau | March 10, 2021 IST

ନୂଆଦିଲ୍ଲୀ ୧୦/୦୩ : ଦିଲ୍ଲୀ ହାଇକୋର୍ଟ ବିମାନରେ ଯାତ୍ରୀ ସଠିକ ତରିକା ମାସ୍କ ନ ପିନ୍ଧିବା ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଘରୋଇ ଏୟାର ଲାଇନ୍ସ ଓ ଡ଼ିଜିସିଏକୁ ଗାଇଡଲାଇନ ଜାରି କରିଛନ୍ତି। ନିୟମ ଉଲଙ୍ଘନକାରୀଙ୍କ ପାଇଁ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ସି ହରି ଶଙ୍କର ଦେଖିଲେ ଯେ ବିମାନବନ୍ଦରରୁ ବିମାନ ଯାଏଁ ଯିବାବେଳେ ଯାତ୍ରୀ ଠିକ ଭାବେ ମାସ୍କ ପିନ୍ଧୁ ନାହାନ୍ତି। ସେ ସ୍ୱୟଂ ସ୍ଥିତି ପରଖିଥିଲେ ଏବଂ ଅନୁପାଳନ ପାଇଁ ତତ୍କାଳ ଗାଇଡଲାଇନ ଜାରି କରିଛନ୍ତି। ହାଇକୋର୍ଟ ସୋମବାର ଦିନ ପାରିତ ନିଜ ଆଦେଶରେ କହିଛନ୍ତି ଯେ ଭୟଙ୍କର ସ୍ଥିତି ଯୋଗୁଁ ଏହିଭଳି ଆଦେଶ ପାରିତ କରିବାକୁ ସେ ବାଧ୍ୟ ହୋଇଛନ୍ତି। କାରଣ ମାର୍ଚ୍ଚ ୫ ତାରିଖରେ କୋଲକାତାରୁ ନୂଆଦିଲ୍ଲୀ ଏୟାର ଇଣ୍ଡିଆ ଯାତ୍ରା ସମୟରେ ବିଚାରପତି ନିଜେ ସ୍ଥିତି ଦେଖିଥିଲେ।

{"id":420651,"sizeSlug":"large","linkDestination":"none"}

ସେ କହିଛନ୍ତି ଯେ ସମସ୍ତ ଯାତ୍ରୀ ମାସ୍କ ପିନ୍ଧିଥିଲେ କିନ୍ତୁ ଅନେକ ଯାତ୍ରୀଙ୍କ ମାସ୍କ ଥୋଡି ତଳେ ଥିଲା। ଯାତ୍ରୀ ବିମାନ ଭିତରେ ବି ଏହିଭଳି ମାସ୍କ ପିନ୍ଧି ବସିଥିଲେ। ବାରମ୍ବାର କହିବା ପରେ ଯାତ୍ରୀ ଠିକ ଭାବେ ମାସ୍କ ପିନ୍ଧିଥିଲେ। ବିମାନ କର୍ମଚାରୀ କହିଥିଲେ ଯେ ଯାତ୍ରୀଙ୍କୁ ବାରମ୍ବାର ମାସ୍କ ପିନ୍ଧିବାକୁ କୁହାଯାଉଛି କିନ୍ତୁ ସେମାନେ ଯଦି ପାଳନ କରିବେନି ତାହେଲେ ଏହିଭଳି ସ୍ଥିତିରେ କର୍ମଚାରୀ ବି ଅସହାୟ।

ଅଦାଲତ କହିଛନ୍ତି, ମାସ୍କ ସରକାରୀ ନିର୍ଦ୍ଦେଶ ଅନୁସାରେ ପିନ୍ଧାଯିବା ଉଚିତ। ମାସ୍କରେ ନାକ ଓ ପାଟି ଢାଙ୍କି ହେବା ଦରକାର। ଯଦି କୌଣସି ଯାତ୍ରୀ ଯାତ୍ରା ପୂର୍ବରୁ ପ୍ରୋଟୋକଲ ପାଳନ କରିବାକୁ ପ୍ରସ୍ତୁତ ନୁହେଁ ତାହେଲେ ତାଙ୍କୁ ତୁରନ୍ତ ବିମାନରୁ ଓହ୍ଲାଇ ଦେବା ଉଚିତ। ତାଛଡା ଉଲଙ୍ଘନକାରୀଙ୍କ ବିରୋଧରେ ସ୍ୱାସ୍ଥ୍ୟ କଲ୍ୟାଣ ମନ୍ତ୍ରାଳୟ ଏବଂ ଡ଼ିଜିସିଏ ତରଫରୁ ଜାରି ଗାଇଡଲାଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ, ଯେଉଁଥିରେ ଉଲଙ୍ଘନକାରୀଙ୍କୁ ସ୍ଥାୟୀ କିମ୍ବା ନିର୍ଦ୍ଧାରିତ ଅବଧି ଯାଏଁ 'ନୋ-ଫ୍ଲାଏ' ବ୍ୟବସ୍ଥା ସାମିଲ ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.