‘ଅମିତାଭ ବଚ୍ଚନଙ୍କ କରୋନା କଲର ଟ୍ୟୁନ୍ ଶୁଣିବାକୁ ଚାହୁଁନୁ, ଏହାକୁ ତୁରନ୍ତ ବନ୍ଦ କରାଯାଉ’ : କୋର୍ଟରେ ମାମଲା ରୁଜୁ

Published By : Prameya-News7 Bureau | January 07, 2021 IST

ନୂଆଦିଲ୍ଲୀ ୦୭/୦୧ : ଭାରତରେ ଜାନୁୟାରୀ ୨୦୨୦ରେ ପ୍ରଥମେ କରୋନାର ପ୍ରଥମ ଘଟଣା ସାମ୍ନାକୁ ଆସିଥିଲା । ପରେ ମାର୍ଚ୍ଚ ୨୦୨୦ରେ ସଂକ୍ରମଣ ମାମଲା ବୃଦ୍ଧି ପାଇବାରୁ ଦେଶବ୍ୟାପୀ ଲକଡାଉନ୍ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଏହାରି ମଧ୍ୟରେ ସବୁଠାରୁ ବେଶୀ ଚର୍ଚ୍ଚାରେ ରହିଆସିଛି କରୋନା ସଚେତନତା କଲର ଟ୍ୟୁନ୍‌ (ହେଲୋ ଟ୍ୟୁନ୍) । ଏହା ପ୍ରାୟତଃ ପ୍ରତି କଲ ଆରମ୍ଭରୁ ଣୁଣିବାକୁ ମିଳୁଥିଲା ।

ଏହି କଲରଟ୍ୟୁନ୍‌କୁ ବାରମ୍ବାର ଶୁଣି ଅନେକାଂଶରେ ଜନସାଧାରଣ ବିରକ୍ତି ପ୍ରକାଶ କରୁଛନ୍ତି । ତେବେ ଅକ୍ଟୋବର ୨୦୨୦ରୁ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ କଣ୍ଠରୁ ଶୁଣାଯାଉଥିବା କଲର ଟ୍ୟୁନରେ ବ୍ୟତିବ୍ୟସ୍ତ ହୋଇ ପଡିଲେଣି ଜନସାଧାରଣ । ଏହାକୁ ତୁରନ୍ତ ହଟାଇବାକୁ ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା ରୁଜୁ କରାଯାଇଥିବା ସୂଚନା ମିଳିଛି ।

wp:gallery {"ids":[388408],"linkTo":"none"} /wp:gallery

ଏହାକୁ ନେଇ ଅମିତାଭ ବଚ୍ଚନଙ୍କର ଜଣେ ପ୍ରଶଂସକ ସୋସିଆଲ ମିଡିଆରେ ଲେଖିଛନ୍ତି, ‘କରୋନା କଲର ଟ୍ୟୁନ୍‌ କେବେ ବନ୍ଦ ହେବ ?’ । ଏହାକୁ ନେଇ ପ୍ରତିଜବାବ ମଧ୍ୟ ଦେଇଛନ୍ତି ବିଗ୍‌ ବି । ସେ ଲେଖିଛନ୍ତି, ‘ମୁଁ ଦେଶ, ପ୍ରାନ୍ତ ଏବଂ ସମାଜ ପାଇଁ ଯାହା କିଛି ବି କରୁଛି କାହା ସମ୍ପୂର୍ଣ୍ଣ ଭାବେ ନିଷୁଳ୍କ । ତେବେ ଯଦି ଆପଣଙ୍କୁ ଏହା କଷ୍ଟ ଲାଗୁଛି ସେଥିପାଇଁ ମୁଁ ଦୁଃଖିତ, କିନ୍ତୁ ଏହାକୁ ବନ୍ଦ କରିବା ​‌ମୋ ହାତରେ ନାହିଁ’ ।

କରୋନା କଲର ଟ୍ୟୁନ୍‌ରେ ପ୍ରଥମେ ଜସଲୀନ୍ ଭଲ୍ଲାଙ୍କର କଣ୍ଠ ଶୁଣିବାକୁ ମିଳୁଥିଲା । ଏହି ଦୁଇ କଲର ଟ୍ୟୁନ୍‌ ଗତ ପ୍ରାୟ ୮ ମାସ ହେଲା ସମସ୍ତଙ୍କୁ ଶୁଣାଯାଉଛି । ପୂର୍ବରୁ ଅନେକ ଲୋକ ଏହାକୁ ନେଇ ଥଟ୍ଟା ପରିହାସ କରି ଆସିଛନ୍ତି । ତେଣୁ ଏହାକୁ ହଟାଇବାକୁ ଏବେ ଲୋକମାନେ ଆଇନର ଆଶ୍ରୟ ନେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.