ଆରଟିଆଇରେ ତଥ୍ୟ ମାଗିଲେ କହିବାକୁ ହେବ କାରଣ, ମାମଲାର ଶୁଣାଣି ବେଳେ କହିଲେ ଦିଲ୍ଲୀ ହାଇକୋର୍ଟ

Published By : Prameya-News7 Bureau | January 17, 2021 IST

ନୂଆଦିଲ୍ଲୀ,୧୭/୦୧:  ଆରଟିଆଇରେ ତଥ୍ୟ ମାଗିବା ବେଳେ ଆବେଦନକାରୀଙ୍କୁ ଏବେ କହିବାକୁ ହେବ ଉଦ୍ଦେଶ୍ୟ । ବା କେଉଁ ଉଦ୍ଦେଶ୍ୟରେ ଆବେଦନକାରୀଙ୍କୁ ତଥ୍ୟ ଦରକାର । ଏନେଇ ଏକ ଆବେଦନର ଶୁଣାଣି ବେଳେ କହିଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟ କହିଛନ୍ତି ଯେ, ଏଥିରୁ ଆବେଦନକାରୀଙ୍କୁ ତଥ୍ୟ କଣ ପାଇଁ ଦରକାର ତାହା ସ୍ପଷ୍ଟ ହୋଇଯିବ ।

କୋର୍ଟ କହିଛନ୍ତି ଯେ, ଆବେଦନକାରୀଙ୍କୁ କେଉଁଥି ପାଇଁ ତଥ୍ୟ ଦରକାର ତାହା କହିବାକୁ ହେବ । ଏଥିରୁ ଯେଉଁମାନଙ୍କ ବାବଦରେ ତଥ୍ୟ ମଗାଯାଉଛି ସେମାନଙ୍କ ବିରୋଧରେ ହେଉଥିବା ଅନ୍ୟାୟ  ଉପରେ ରୋକ୍ ଲାଗିବ।

ସିଆଇସିଙ୍କ  ନିର୍ଦ୍ଦେଶ ବଳବତ୍ତର

ଜଷ୍ଟିସ୍ ପ୍ରତିଭା ଏମ ସିଂ କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ସେହି ଆଦେଶକୁ ବଳବତ୍ତର ରଖିଛନ୍ତି ଯେଉଁଥିରେ ରାଷ୍ଟ୍ରପତି ଭବନକୁ କିଛି ନିଯୁକ୍ତି ଉପରେ ତଥ୍ୟ ମଗାଯାଇଥିଲା । କୋର୍ଟ କହିଥିଲେ ଯେ, ଯେତେବେଳେ ଆରଟିଆଇରେ ତଥ୍ୟ ମଗାଯାଏ ସେହି ସମୟରେ ଆବେଦନକାରୀଙ୍କ ଉଦ୍ଦେଶ୍ୟ ସାମ୍ନାକୁ ଆସିବା ଦରକାର । ଏପରି ନକଲେ ସେହି ଲୋକଙ୍କ ପାଇଁ ଅନ୍ୟାୟ ହେବ ଯାହାଙ୍କ ବାବଦରେ ତଥ୍ୟ ମଗାଯାଇଛି ।ଏହାସହ ଆବେଦନକାରୀଙ୍କ ବିରୋଧରେ କୋର୍ଟ ୨୫ ହଜାର ଟଙ୍କାର ଜରିମାନା କରିଛନ୍ତି ।

କୋର୍ଟ କହିଥିଲେ ଯେ, ଆବେଦନକାରୀଙ୍କ ଝିଅ ରାଷ୍ଟ୍ରପତି ଭବନର ମଲ୍ଟି ଟାସ୍କିଂ ଅଫିସର ପଦ ପାଇଁ ଆବେଦନ କରିଥିଲେ । କିନ୍ତୁ ତାଙ୍କର ଚୟନ ହୋଇନଥିଲା । ଏହାକୁ ଭିତ୍ତି କରି ଆବେଦନକାରୀ ଆରଟିଆଇରେ ରାଷ୍ଟ୍ରପତି ଭବନକୁ ତଥ୍ୟ ମାଗିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.