Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ସେଣ୍ଟ୍ରାଲ ଭିଷ୍ଟା ମାମଲା: ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ

2/06/2021 at 6:24 PM

ନୂଆଦିଲ୍ଲୀ ୨।୬: ଶେଷରେ ସୁପ୍ରିମକୋର୍ଟରେ ପହଞ୍ଚିଛି ‘ସେଣ୍ଟ୍ରାଲ ଭିଷ୍ଟା’ ପ୍ରସଙ୍ଗ । ପ୍ରକଳ୍ପରେ ପୁନର୍ବିକାଶ ଗତିବିଧି ରୋକିବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେବା ପରେ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଛି। ଓକିଲ ପ୍ରଦୀପ କୁମାର ଯାଦବ ସୁପ୍ରିମକୋର୍ଟରେ ଏ ନେଇ ପିଟିସନ ଫାଇଲ କରିଛନ୍ତି। ତେବେ ଦିଲ୍ଲୀ ହାଇକୋର୍ଟରେ ଯାଦବ ମାମଲାର ପକ୍ଷ ନଥିଲେ।

ଏହା ପୂର୍ବରୁ ଲ୍ୟାଣ୍ଡ ୟୁଜ୍ ଓ ପରିବେଶ ନିୟମର କଥିତ ଲଉଲ୍ଲଂଘନକୁ ନେଇ ରୁଜୁ ହୋଇଥିବା ମାମଲା ସୁପ୍ରିମକୋର୍ଟ ଜାନୁୟାରୀ ୫ତାରିଖରେ ଅଗ୍ରାହ୍ୟ କରିଦେଇଥିଲେ। ଏହା ପରେ କରୋନା ଦ୍ୱିତୀୟ ଲହରରେ ଜାତୀୟ ରାଜଧାନୀରେ ଚାଲିଥିବା ନିର୍ମାଣକାର୍ଯ୍ୟ ଉପରେ ଅସ୍ଥାୟୀ ରୋକ ଲାଗି ହାଇକୋର୍ଟରେ ରୁଜୁ ମାମଲାମଧ୍ୟ ଅଗ୍ରାହ୍ୟ ହୋଇଯାଇଥିଲା।

ଆବେଦନକାରୀଙ୍କୁ ୧ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଥିଲେ କୋର୍ଟ
ଗତ ସୋମବାର ଦିଲ୍ଲୀ ହାଇକୋର୍ଟ ସେଣ୍ଚ୍ରାଲ ଭିଷ୍ଟା ପ୍ରକଳ୍ପକୁ ନେଇ ଚୂଡ଼ାନ୍ତ ରାୟ ଘୋଷଣା  କରିଥିଲେ। ଏହାକୁ ରାଷ୍ଟ୍ରୀୟ ସ୍ୱାର୍ଥ ଲାଗି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଓ ଆଗତ ଅଭିଯୋଗକୁ ଦୁର୍ଭାଗ୍ୟପୂର୍ଣ୍ଣ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ହାଇକୋର୍ଟ କହିଥିଲେ। ଏଥିଲାଗି ଆବେଦନକର୍ତ୍ତାଙ୍କୁ କୋର୍ଟ ୧ଲକ୍ଷ ଟଙ୍କା ଜରିମନା ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ଏହା ପରେ ବି ହାଇକୋର୍ଟଙ୍କରାୟକୁ ଚାଲେଞ୍ଜ କରି ଓକିଲ ସୁପ୍ରିମକୋର୍ଟରେ ଆବେଦନ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

   Related Posts