ଗମ୍ଭୀରଙ୍କୁ କ୍ଲିନ ଚିଟ୍ ଦେବା ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ପଡିଲା ଭାରି: ହାଇକୋର୍ଟଙ୍କ କଡା ଭର୍ତ୍ସନା- ଯଦି ଯାଞ୍ଚ କରି ପାରୁନ ପଦ ଛାଡି ଦିଅ

Published By : Prameya-News7 Bureau | May 31, 2021 IST

ନୂଆଦିଲ୍ଲୀ ୩୧।୦୫: କରୋନା କାଳରେ ଅଧିକ ଔଷଧ କିଣି ମହଜୁଦ ରଖିବା ଏବଂ ବାଣ୍ଟିବା ମାମଲାରେ ଡ୍ରଗ୍ସ କଣ୍ଟ୍ରୋଲର ପକ୍ଷରୁ ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କ୍ଲିନ ଚିଟ୍ ଦେଇଥିଲେ। ଏବେ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ଗମ୍ଭୀରଙ୍କୁ କ୍ଲିନ ଚିଟ୍ ଦେବା ମହଙ୍ଗା ପଡିଛି। ଏଥିପାଇଁ ଦିଲ୍ଲୀ ହାଇକୋର୍ଟ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ କଡା ତାଗିଦ୍ କରିଛନ୍ତି। ଅଦାଲତରେ ହାଜର ହେବାକୁ ତଲବ କରିଛନ୍ତି ବିଚାରପତି।

ହାଇକୋର୍ଟ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ଗୋଟିଏ ସପ୍ତାହ ସମୟ ଦେବାକୁ ମନା କରି କହିଛନ୍ତି, ଆଜି ହିଁ ଆମ ସମ୍ମୁଖରେ ହାଜର ହୁଅନ୍ତୁ। ଯଦି ନିଜର କାମ କରି ପାରିବ ନାହିଁ ତେବେ ଆମେ ସସପେଣ୍ଡ କରି ଦେବୁ। ଯେବେ ସବୁ କିଛି ସ୍ପଷ୍ଟ ଦେଖା ଯାଉଛି ସେହି ସମୟରେ ଆମେ କଣ ନିଜ ଆଖି ବନ୍ଦ କରି ଦେବୁ।

ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ମାମଲାର ଗତ ଶୁଣାଣିରେ ଡ୍ରଗ କଣ୍ଟ୍ରୋଲରଙ୍କଠୁ ରିପୋର୍ଟ ମାଗିଥିଲେ। ଆଜି ଡ୍ରଗ କଣ୍ଟ୍ରୋଲର ରିପୋର୍ଟରେ ଦର୍ଶାଯାଇଥିଲା ଯେ, ଗମ୍ଭୀର ଏପ୍ରିଲ ୨୨ ରୁ ୨୭ ତାରିଖ ମଧ୍ୟରେ ମେଡିକାଲ କ୍ୟାମ୍ପ ଲଗାଇଥିଲେ। ସେ ଅନେକ ଡିଲର୍ସଙ୍କ ସହ ଔଷଧ ପାଇଁ ଯୋଗାଯୋଗା କରିଥିଲେ। ଏଥିପାଇଁ ଆମେ ରିଟେଲ୍ ବିକ୍ରି ଉପରେ ଦଖଲ ଦେଇନଥିଲୁ। ଏହା ଉପରେ ଦିଲ୍ଲୀ ହାଇକୋର୍ଟ କଣ୍ଟ୍ରୋଲରକୁ କଡା ଭର୍ତ୍ସନା କରି କହିଛନ୍ତି, ଏମିତି କେମିତି ହୋଇ ପାରିବ। ରୋଗୀଙ୍କୁ ଏହି ଔଷଧ ଅଭାବରୁ ଜୀବନ ହରାଇବାକୁ ପଡିଛି ଏବଂ ଆପଣ ଏମିତି ବ୍ୟକ୍ତିଙ୍କ ପକ୍ଷ ନେଉଛନ୍ତି, ଯିଏ ଅଧିକ ଔଷଧ ହାସଲ କରି ନେଇଛି।

ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ କଠୋର ଶବ୍ଦରେ କହିଛନ୍ତି ଯେ, କେଉଁଠି ଲେଖା ହୋଇଛି ଏତେ ମାତ୍ରାରେ ଔଷଧ ଜଣେ ସଂଗ୍ରହ କରି ପାରିବ, ପୁଣି ମହାମାରୀ ସମୟରେ। ଆମେ ଏହି ମାମଲାରେ ଆପଣଙ୍କଠୁ କଡା ତଦନ୍ତର ଆଶା କରୁଥିଲୁ। ଆମେ ଏହା ପଚାରିନଥିଲୁ ଯେ, ବଣ୍ଟା ଯିବା ପରେ କେତେ ଔଷଧ ବଳକା ରହିଛି।

ଯଦି ଯାଞ୍ଚ କରି ପାରିବେ ନାହିଁ, କୁହନ୍ତୁ ହଟାଇ ଦେବୁ

ଦିଲ୍ଲୀ ହାଇକୋର୍ଟ ଡ୍ରଗ୍ସ କୋଣ୍ଟ୍ରୋଲର ରିପୋର୍ଟ ଖାରଜ କରି କହିଛନ୍ତି, ଏହି କାଗଜ  ବ୍ୟତୀତ ଆପଣଙ୍କ ପାଖରେ ଆଉ କିଛି ନାହିଁ। ଯଦି ଆପଣ ମାମଲାର ତଦନ୍ତ କରି ପାରିବେ ନାହିଁ ତେବେ ସ୍ପଷ୍ଟ କହି ଦିଅନ୍ତୁ, ଆମେ ଆପଣଙ୍କୁ ହଟାଇ ଦେବୁ ଏବଂ ଅନ୍ୟ କାହାକୁ ତଦନ୍ତ କରିବାକୁ କହିବୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.