ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲା : ପୁଣି ଚିଦାମ୍ବରମଙ୍କ ଜାମିନ ଆବେଦନ ହେଲା ଖାରଜ

Published By : Prameya-News7 Bureau | September 30, 2019 IST

ନୂଆଦିଲ୍ଲୀ୩୦|୯: ପୁଣି ନିରାଶ ହେଲେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ପି ଚିଦାମ୍ବରମ୍ । ଦିଲ୍ଲୀ ହାଇକୋର୍ଟ  ଚିଦାମ୍ବରମଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଚିଦାମ୍ବରମଙ୍କ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟରେ ଜୋରଦାର ବିରୋଧ କରିଥିଲା ସିବିଆଇ।

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଏକପ୍ରକାର ନିଶ୍ଚିତ । ତେଣୁ ଏବେ ତାଙ୍କୁ ଜାମିନ ଦେଲେ ସେ ଦେଶ ବାହାରକୁ ଚାଲିଯିବାର ଆଶଙ୍କା ରହିଛି ବୋଲି ଯୁକ୍ତି ରଖିଥିଲା ସିବିଆଇ।

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ବରମଙ୍କୁ ଅଗଷ୍ଟ ୨୧ରେ ଗିରଫ କରିଛି ସିବିଆଇ।  ଏବେ ଅକ୍ଟୋବର ୩ ଯାଏ  ତିହାର ଜେଲରେ ରହିବେ ଚିଦାମ୍ବରମ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.