Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ନାଳରୁ ଛାତ୍ର ନିଖୋଜ ଘଟଣା, ୧୮ଘଣ୍ଟା ପରେ ମିଳିଲା ଜ୍ୟୋତିଙ୍କ ମୃତଦେହ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୧୦ କୋଭିଡ୍ ପଜିଟିଭ୍
  • ||
  • ବାରବାଟୀରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟି୨୦ ! ବିସିସିଆଇ ଆପେକ୍ସ ବୈଠକରେ ଲାଗିପାରେ ମୋହର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୬ ମୃତ
  • ||
  • ଭିସୁଟର କୂଳପତି ସମେତ ୨ଛାତ୍ର କୋଭିଡ଼ ପଜିଟିଭ, ସଂଗରୋଧରେ ସମସ୍ତେ
  • ||
  • ବିଦ୍ୟାଭାରତୀଙ୍କର ମିଛଧରା ପରୀକ୍ଷା ଆଜି, ବାହାରିବ କି ସତ ?
  • ||
  • ରାଜଧାନୀ ନାଳରେ ନାବାଳକ ଭାସିଯିବା ଘଟଣା : ଏବେସୁଦ୍ଧା ମିଳିନି ପତ୍ତା, ଉଦ୍ଧାରକାର୍ଯ୍ୟ ଜାରି
  • ||

‘ଗୁଞ୍ଜନ ସକସେନା ଦ କାରଗିଲ୍ ଗର୍ଲ’ ପ୍ରସାରଣ ଉପରେ ଲାଗିବନି କଟକଣା

2/09/2020 at 6:15 PM

ନୂଆଦିଲ୍ଲୀ ୦୨/୦୯- ନେଟଫ୍ଲିକ୍ସ ଫିଲ୍ମ ‘ଗୁଞ୍ଜନ ସକ୍ସେନା: ଦ କାରଗିଲ୍ ଗର୍ଲ’ ଓଟିଟିରେ ରିଲିଜ୍ ସରିଛି। ଏବେ ଏହାର ପ୍ରସାରଣ ଉପରେ କଟକଣା ଲାଗି ପାରିବ ନାହିଁ ବୋଲି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ କହିଛନ୍ତି। କେନ୍ଦ୍ର ତା ଯାଚିକାରେ କହିଥିଲେ ଫିଲ୍ମ ଭାରତୀୟ ବାୟୁସେନାର ଭୁଲ୍ ଚିତ୍ର ପ୍ରଦର୍ଶନ କରୁଛି। ନ୍ୟାୟମୂର୍ତି ରାଜୀବ ଶକଧର କେନ୍ଦ୍ରକୁ ପଚାରିଛନ୍ତି ଓଭର ଦ ଟପ୍ (ଓଟିଟି) ପ୍ଲାଟଫର୍ମରେ ଫିଲ୍ମ ପ୍ରଦର୍ଶନ ପୂର୍ବରୁ ଅଦାଲତର ଦ୍ବାରସ୍ଥ କାହିଁକି ହେଲେ ନାହିଁ। ଏହା ସହ କହିଛନ୍ତି ଏବେ କୌଣସି ଆଦେଶ ପାରିତ ହୋଇପାରିବ ନାହିଁ। କାରଣ ଫିଲ୍ମ ରିଲିଜ୍ ହୋଇସାରିଛି। କେନ୍ଦ୍ର ତରଫରୁ ଅତିରିକ୍ତ ସଲିଷ୍ଟର ଜେନେରାଲ ସଞ୍ଜୟ ଜୈନ କହିଛନ୍ତି- ଫିଲ୍ମରେ ଭାରତୀୟ ବାୟୁସେନାର ଚିତ୍ର ସ୍ପଷ୍ଟ ଭାବେ ଦର୍ଶାଯାଇ ନାହିଁ। କାରଣ ଏଥିରେ ଲିଙ୍ଗଗତ ଭେଦଭାବ ଦର୍ଶଯାଇଛି ଯାହା ଠିକ୍ ନୁହେଁ।


ଉଚ୍ଚ ନ୍ୟାୟାଳୟ ଫିଲ୍ମ ପ୍ରସାରଣ ରୋକିବା ଦାବିରେ କେନ୍ଦ୍ରର ପିଟିସନ୍ ଉପରେ ଧର୍ମା ପ୍ରଡକସନ୍ ପ୍ରାଇଭେଟ୍ ଲିମିଟେଡ୍ ଓ ନେଟଫ୍ଳିକ୍ସକୁ ଜବାବ ମାଗିଛି। ଅଦାଲତ କହିଛନ୍ତି ପୂର୍ବ ଫ୍ଲାଇଟ୍ ଲେଫନାଣ୍ଟ ଗୁଞ୍ଜନ ସକସେନା ମଧ୍ୟ ମାମଲାର ଏକ ପକ୍ଷ । ଏଣୁ ତାଙ୍କୁ ନୋଟିସ୍ ଜାରି କରି ଜବାବ ମଧ୍ୟ ମଗାଯାଇଛି। ଫିଲ୍ମ ଗୁଞ୍ଜନ ସକସେନା: ଦ କାରଗିଲ୍ ଗର୍ଲ ଅଗଷ୍ଟ ୧୨ରେ ଓଟିଟିରେ ରିଲିଜ୍ ହୋଇ ଥିଲା। ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଜାହ୍ନବୀ କପୁର।

   Related Posts