ଆମନେଷ୍ଟିକୁ ଦିଲ୍ଲୀ ହାଇକୋର୍ଟଙ୍କ ଝଟକା, କହିଲେ ଜାରି ହେବନି ରହିତାଦେଶ

Published By : Prameya-News7 Bureau | May 28, 2021 IST

ନୂଆଦିଲ୍ଲୀ ୨୮।୫: ଏନଜିଓ ଆମନେଷ୍ଟି ଇଣ୍ଟରନ୍ୟାସନାଲଙ୍କ ବ୍ୟାଙ୍କ ଆକାଉଣ୍ଟ ଲାଗି ଜାରି ଅସ୍ଥାୟୀ ନେଣଦେଶ କଟକଣା ଉପରେ ରହିତାଦେଶ ଦେବାକୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। ଏହା ଛଡା ମାମଲାରେ ଯାହାବି ତୂଡ଼ାନ୍ତ ନିଷ୍ପତ୍ତି ହେବ ତାହା ନ୍ୟାୟାଳୟଙ୍କ ଆଦେଶ ବିନା ଲାଗୁ ନ କରିବା ପାଇଁ ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନଜିଓର ବ୍ୟାଙ୍କ ଆକାଉଣ୍ଟରେ ନେଣଦେଣ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତ ୨୬ ନଭେମ୍ବର ୨୦୨୦ରେ ଅସ୍ଥାୟୀ ରୋକ (ପିଏଓ) ଜାରି କରିଥିଲେ।

ଇଡିଙ୍କ ଏହି ରୋକ ମାତ୍ର ୧୮୦ ଦିନ ଲାଗି ଥିଲା ଓ ଏହା ଗତ ମେ ୨୫ ତାରିଖରେ ସମାପ୍ତ ହୋଇସାରିଛି। ତେବେ ମନିଲଣ୍ଡ୍ରିଂ ଆକ୍ଟ (ପିଏମଏଲଏ) ଅନ୍ତର୍ଗତ କୌଣସି ବିଚାରବିଭାଗୀୟ ପ୍ରାଧିକର୍ତ୍ତା ଏ ନେଇ ପୁଷ୍ଟି କରି ନଥିବାରୁ ଏହା ପ୍ରଭାବହୀନ ମାନିବାକୁ ପଡିବ ବୋଲି ସଂସ୍ଥା ପକ୍ଷରୁ କୋର୍ଟରେ କରାଯାଇଥିବା ଆବେଦନରେ କୁହାଯାଇଛି। ତେବେ ପ୍ରସଙ୍ଗରେ ଉଚ୍ଚନ୍ୟାୟାଳୟଙ୍କ ବିଚାରପତି ଜଷ୍ଟିସ୍‌ ରେଖା ପଲ୍ଲୀ ଇଡିଙ୍କୁ ନୋଟିସ ପଠାଇ ଜବାବ ତଲବ କରିଛନ୍ତି।

ବିଶ୍ୱ ମାନବାଧିକାର  ତଦାରଖକାରୀ ସଂସ୍ଥା ଆମନେଷ୍ଟି ଇଡିଙ୍କ ନଭେମ୍ବର ୨୦୨୦ ଆଦେଶକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେବେ ଶୁକ୍ରବାର କୋର୍ଟ ମାମଲାର ଶୁଣାଣି କରି ଆଦେଶ ଉପରେ ଅନ୍ତରିଣ ରହିତାଦେଶ ଜାରି କରିବେନି ବୋଲି ପ୍ରଥମେ ସ୍ପଷ୍ଟ କରି ଦେବା ସହ  ଜୁଡିସିଆଲ ଅଥରିଟିଙ୍କ ଦ୍ୱାରା ସଂସ୍ଥା ଲାଗି ଜାରି ଚୂଡ଼ାନ୍ତ ଆଦେଶ କାର୍ଯ୍ୟକାରୀ ହେବା ପୂର୍ବରୁ ତାହା ନ୍ୟାୟାଳୟଙ୍କ ବିନା ମଞ୍ଜୁରୀରେ ପ୍ରଭାବୀ ହୋଇ ପାରିବନି ବୋଲି ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.