Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||

ନିର୍ବାଚନ ଆୟୋଗକୁ ହାଇକୋର୍ଟଙ୍କ ପ୍ରଶ୍ନ-ନିର୍ବାଚନୀ ରାଲିରେ କରୋନା ନିୟମ ଉଲଙ୍ଘନ କରୁଥିବା ନେତାଙ୍କ ଉପରେ କାହିଁକି ଲାଗୁନି ଜରିମାନା ?

8/04/2021 at 1:25 PM

ନୂଆଦିଲ୍ଲୀ ୦୬/୦୪ : ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ସ୍ଥିତି ଭୟାବହ ହେବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଇତି ମଧ୍ୟରେ ନିର୍ବାଚନୀ ରାଲିରେ ରାଜନୈତିକ ଦଳର ନେତାମାନେ କରୋନା ଗାଇଡଲାଇନ ଉଲଙ୍ଘନ ମାମଲା ସାମ୍ନାକୁ ଆସିଛି। ଏହି ମାମଲାକୁ ଆଧାର କରି ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଏର କରାଯାଇଛି। ହାଇକୋର୍ଟ ଶୁଣାଣି କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ଓ ନିର୍ବାଚନ ଆୟୋଗକୁ ନୋଟିସ ଜାରି ଜବାବ ମାଗିଛନ୍ତି। ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ଗୃହ ମନ୍ତ୍ରାଳୟ ଓ କେନ୍ଦ୍ର ନିର୍ବାଚନ ଆୟୋଗକୁ ନୋଟିସ ଜାରି କରି ଏପ୍ରିଲ ୩୦ ସୁଦ୍ଧା ଜବାବ ଦେବାକୁ କହିଛନ୍ତି।

ଦିଲ୍ଲୀ ହାଇକୋର୍ଟରେ ଦାଏର ଆବେଦନରେ କୁହାଯାଇଛି ଯେ କେନ୍ଦ୍ର ସରକାର କରୋନା ଭାଇରସ ସଂକ୍ରମଣ ରୋକିବାକୁ ଏସଓପି ଜାରି କରିଛନ୍ତି। କିନ୍ତୁ ରାଜନୈତିକ ଦଳ ନେତା ନିର୍ବାଚନୀ ରାଲି ସମୟରେ ଏସଓପି ପାଳନ କରିନାହାନ୍ତି। ଆବେଦନରେ ଦାବି କରାଯାଇଛି ଯେ କେନ୍ଦ୍ର ନିର୍ବାଚନ ଆୟୋଗକୁ ନିର୍ଦ୍ଦେଶ ଦିଆଯାଉ ଯେ କେନ୍ଦ୍ର ଦ୍ୱାରା ଜାରି ନିର୍ଦେଶ କଡାକଡି ଭାବେ ପାଳନ କରାଯାଉ।

ମାର୍ଚ୍ଚ ୧୭ ତାରିଖରେ ଉତ୍ତର ପ୍ରଦେଶ ଡିଜିପି ଓ ଥିଙ୍କ ଟ୍ୟାଙ୍କ ସିଏଏସସି ଚେୟାରମ୍ୟାନ ବିକ୍ରମ ସିଂହ ହାଇକୋର୍ଟରେ ପିଟିସନ ଦାଏର କରିଥିଲେ। କୋର୍ଟ ୨୨ ତାରିଖରେ ଶୁଣାଣି କରି ନୋଟିସ ଜାରି କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ଓ ନିର୍ବାଚନ ଆୟୋଗକୁ ଏପ୍ରିଲ ୩୦ ସୁଦ୍ଧା ଜବାବ ଦେବାକୁ ଆଦେଶ ଦେଇଥିଲେ। 

କାହିଁକି ଦାଏର ହୋଇଥିଲା ଏହି ପିଟିସନ ? ଏହି ପିଟିସନ ସେହି ଆବେଦନ ସହ ଦାଏର କରାଯାଇଥିଲା ଯେଉଁଥିରେ କୁହାଯାଇଥିଲା ଯେ ଗୋଟିଏ ପଟେ ସାଧାରଣ ଜନତାଙ୍କୁ ମାସ୍କ ନ ପିନ୍ଧିବରୁ ଜରିମାନା ଆଦାୟ କରାଯାଉଛି ଓ ଅପରପକ୍ଷରେ ରାଜନୈତିକ ଦଳର ରାଜନେତା ଖୋଲାଖୋଲି ମାସ୍କ ବିନା ରାଲି କରୁଛନ୍ତି, ପ୍ରଚାର ପ୍ରସାର କରୁଛନ୍ତି। ଏପରିକି ରାଜନୈତିକ ଦଳଗୁଡିକର ରାଲିରେ ମଧ୍ୟ କୌଣସି ନିୟମ ପାଳନ କରାଯାଉନାହିଁ।

   Related Posts