କରୋନା ଯୋଗୁ ସର୍ତ୍ତମୂଳକ ଜାମିନରେ ମୁକ୍ତ ବନ୍ଦୀଙ୍କୁ ଆତ୍ମସମର୍ପଣ ଲାଗି ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | October 23, 2020 IST

ନୂଆଦିଲ୍ଲୀ ୨୩।୧୦: ଦିଲ୍ଲୀରେ କରୋନା ଭାଇରସ ମହାମାରୀ ସଂକ୍ରମଣ ଯୋଗୁ ଗତ ମାର୍ଚ୍ଚ ମାସରେ ଯେଉଁ ବନ୍ଦୀମାନଙ୍କୁ ଅନ୍ତରୀଣ ଜାମିନରେ ମୁକ୍ତ କରାଯାଇଥିଲା ସେମାନଙ୍କୁ ଏବେ ଜେଲକୁ ଫେରିବାକୁ ହେବ। ଏ ନେଇ ଦିଲ୍ଲୀ ହାଇକୋର୍ଟ ମାର୍ଚ୍ଚମାସରେ ଜାରି କରିଥିବା ଆଦେଶରେ ପରିବର୍ତ୍ତନ କରିଛନ୍ତି। ଏଥିରେ ଦିଲ୍ଲୀର ବିଭିନ୍ନ କୋର୍ଟରେ ଯେଉଁ ଅଭିୟୁକ୍ତଙ୍କ ଜାମିନ ନିବେଦନ ଲମ୍ବିତ ରହିଛି ସେମାନଙ୍କୁ ଅଗ୍ରୀମ ଜାମିନ ଦେବାକୁ ହାଇକୋର୍ଟ କହିଥିଲେ। ତେବେ ଏଥିରେ ନିର୍ଦ୍ଦେଶ ମିଳିବାମାତ୍ରେ ଅଭିଯୁକ୍ତ ପୁଣି ଜେଲ ହାଜତକୁ ଫେରିବେ ବୋଲି ହାଇକୋର୍ଟ ସର୍ତ୍ତ ରଖିଥିଲେ।

{"id":349557,"width":576,"height":379,"sizeSlug":"large"}

ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ କରୋନାଭାଇରସ ମହାମାରୀ ଲାଗି ଦିଲ୍ଲୀର ବିଭିନ୍ନ ଜେଲରେ ବନ୍ଦୀ ଥିବା ୫ହଜାର ୫୦୦ରୁ ଅଧିକ ଅଭିଯୁକ୍ତଙ୍କୁ ମଧ୍ୟବର୍ତ୍ତିକାଳୀନ ଜାମିନରେ ମୁକ୍ତ କରାଯାଇଥିଲା। ଏବେ ହାଇକୋର୍ଟ ଏପରି ସର୍ତ୍ତମୂଳକ ଜାମିନରେ ଯାଇଥିବା ବନ୍ଦୀମାନଙ୍କୁ ଜେଲରେ ସରେଣ୍ଡର କରିବାକୁ କହିଛନ୍ତି। ଏଥିଲାଗି କୋର୍ଟ କେଉଁ ଦିନ କେଉଁ ବନ୍ଦୀ କେଉଁ ଜେଲରେ ଆତ୍ମସମର୍ପଣ କରିବେ ସେ ନେଇ ତାରିଖ ମଧ୍ୟ ଧାର୍ଯ୍ୟ କରିଦେଇଛନ୍ତି।

{"id":349558,"sizeSlug":"large"}

ହାଇକୋର୍ଟଙ୍କ ଆଦେଶ ମୁତାବକ ମଧ୍ୟ ଦିଲ୍ଲୀର ଯେଉଁ ଅଭିଯୁକ୍ତମାନଙ୍କୁ ତିଶହଜାରୀ କୋର୍ଟ ଜାମିନ ପ୍ରଦାନ କରିଥିଲେ ସେମାନଙ୍କୁ  ନଭେମ୍ବର ୨ ତାରିଖ ସୁଧା ଜେଲରେ ସରେଣ୍ଡର କରିବାକୁ କୁହାଯାଇଛି। ସେହିପରି ପଶ୍ଚିମ ଦିଲ୍ଲୀ ଅଞ୍ଚଳର ଯେଉଁ ବନ୍ଦୀମାନେ ତିଶହଜାରୀ କୋର୍ଟରୁ ଜାମିନରେ ଯାଇଥିଲେ ସେମାନଙ୍କୁ ନଭେମ୍ବର ୩ ତାରିଖରେ ଜେଲରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବ ଦିଲ୍ଲୀର ଅଭିଯୁକ୍ତମାନେ ଯେଉଁମାନେ କଡ଼କଡ଼ଡୁମା କୋର୍ଟରୁ ଜାମିନ ପାଇଥିଲେ ସେମାନଙ୍କୁ ୫ ନଭେମ୍ବରରେ ଜେଲରେ ସରେଣ୍ଡର କରିବାକୁ କୁହାଯାଇଛି।

{"id":349560,"width":575,"height":319,"sizeSlug":"large"}

ସେହିପରି କଡ଼କଡ଼ଡୁମା କୋର୍ଟରୁ ଜାମିନ ପାଇଥିବା ଉତ୍ତର ପୂର୍ବ ଦିଲ୍ଲୀର ଅଭିଯୁକ୍ତମାନଙ୍କୁ ନଭେମ୍ବର ୬ ତାରିଖରେ ସରେଣ୍ଡର କରିବାକୁ କୁହାଯାଇଥିବା ବେଳେ ଏହି କୋର୍ଟରୁ ଜାମିନ ପାଇଥିବା ସାହଦରା ଅଞ୍ଚଳର ଅଭିଯୁକ୍ତ ନଭେମ୍ବର ୭ ରେ ସରେଣ୍ଡର ଲାଗି ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶରେ କହିଛନ୍ତି। ରୋହିଣୀ କୋର୍ଟରୁ ଜାମିନ ପାଇଥିବା ଉତ୍ତର ଦିଲ୍ଲୀର ଅଭିଯୁକ୍ତ ନଭେମ୍ବର ୮ରେ ଜେଲକୁ ଫେରିବାକୁ କୁହାଯାଇଛି। ନଭେମ୍ବର ୯ତାରିଖରେ ଉତ୍ତର-ପଶ୍ଚିମ ଦିଲ୍ଲୀର ଅଭିଯୁକ୍ତଙ୍କୁ ଜେଲକୁ ଫେରିବାକୁ କୁହାଯାଇଥିବା ବେଳେ ଦ୍ୱାରକା କୋର୍ଟରୁ ଜାମିନ ପାଇଥିବା ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଅଭିଯୁକ୍ତଙ୍କୁ ନଭେମ୍ବର ୧୦ରେ ଜେଲକୁ ପହଞ୍ଚିବାକୁ କୁହାଯାଇଛି।

{"id":349562,"sizeSlug":"large"}

ସାକେତ କୋର୍ଟରୁ ଜାମିନ ପାଇଥିବା ଦକ୍ଷିଣ ଦିଲ୍ଲୀର ଅଭିଯୁକ୍ତ ନଭେମ୍ବର ୧୧ ତାରିଖ ସୁଦ୍ଧା ଜେଲରେ ପହଞ୍ଚିବାକୁ କୁହାଯାଇଥିବା ବେଳେ ଏହି କୋର୍ଟରୁ ଜାମିନ ପାଇଥିବା ଦକ୍ଷିଣ-ପୂର୍ବ ଦିଲ୍ଲୀର ଅଭିଯୁକ୍ତଙ୍କୁ ନଭେମ୍ବର ୧୨ ସୁଦ୍ଧା ଜେଲରେ ହାଜର ହେବାକୁ କୁହାଯାଇଛି। ରାଉଜ ଏଭେନ୍ୟୁ କୋର୍ଟରୁ ଜାମିନ ପାଇଥିବା ବନ୍ଦୀ ନଭେମ୍ବର ୧୩ ତାରିଖରେ ସରେଣ୍ଡର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀରେ କୋଭିଡ ଜନିତ ପରିସ୍ଥିତି ନେଇ ତିହାର ଓ ଅନ୍ୟ ଜେଲ ଅଧିକାରୀଙ୍କ ରିପୋର୍ଟ ସମୀକ୍ଷା କରିବା ପରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.