Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

‘ଦିଲ୍ଲୀର ୩୦ ହସ୍ପିଟାଲ୍‌ରେ ୮୦% ICU ବେଡ୍‌ କରୋନା ରୋଗୀଙ୍କ ପାଇଁ ସଂରକ୍ଷଣ ରଖ’, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

12/11/2020 at 3:34 PM

ନୂଆଦିଲ୍ଲୀ ୧୨/୧୧: ଦେଶରେ କରୋନା ସଂକ୍ରମଣ ପୁଣିଥରେ ବଢ଼ିଥିବା ଦେଖିବାକୁ ମିଳିଛି। କିନ୍ତୁ ଦେଶର ରାଜଧାନୀ ଦିଲ୍ଲୀରେ ସ୍ଥିତି ସଙ୍ଗୀନ ରହିଛି। ନିକଟରେ ଦିଲ୍ଲୀ ହାଇକୋର୍ଟ କରୋନା ପରିଚାଳନା କ୍ଷେତ୍ରରେ କେଜ୍ରିଓ୍ବାଲ ସରକାର ବିଫଳ ହୋଇଥିବା କହିଥିଲେ। ପୁଣି ଥରେ ଦିଲ୍ଳୀର ହସ୍ପିଟାଲକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ।

ଦିଲ୍ଲୀର ୩୩ଟି ଘରୋଇ ହସ୍ପିଟାଲ୍‌କୁ କରୋନା ରୋଗୀଙ୍କ ପାଇଁ ୮୦ ପ୍ରତିଶତ ଆଇସିୟୁ ରିଜର୍ଭ ରଖିବାକୁ ଆଦେଶ ଦେଇଛନ୍ତି। ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଦିଲ୍ଳୀ ହାଇକୋର୍ଟ ଏଭଳି ନିର୍ଦେଶ ଦେଇଥିବା ଜଣାପଡ଼ିଛି। ଏଭଳି ପରିସ୍ଥିତିରେ କେବଳ ଦୁଇ ସପ୍ତାହ ପର୍ଯ୍ୟନ୍ତ ହାଇକୋର୍ଟ ଏହି ନିର୍ଦେଶ ଦେଇଥିବା ଜଣାପଡ଼ିଛି। ଏହା ପରେ ୨୬ ନଭେମ୍ବରରେ ଏହି ମାମଲା​‌ରେ ପୁଣି ଥରେ ସମୀକ୍ଷା କରିବେ।

ନଭେମ୍ବର ୨୬ରେ ୩୩ ଘରୋଇ ହସ୍ପିଟାଲରେ ଆଗକୁ ୮୦ ପ୍ରତିଶତ ଆଇସିୟୁ ରିଜର୍ଭ ରଖାଯିବ କି ନାହିଁ ସେନେଇ ସମୀକ୍ଷା କରିବେ ହାଇକୋର୍ଟ। ଏହା ସହ ଦିଲ୍ଲୀରେ ଲଗାତର କରୋନା ମାମଲା ବଢ଼ୁଥିବା ନେଇ ରାଜ୍ୟ ସରକାର ଜବାବ ଦାଖଲ କରିବାକୁ ହାଇକୋର୍ଟ ତିନି ଦିନ ସମୟ ଦେଇଥିବା ବେଳେ କରୋନା ମୁକାବିଲା ପାଇଁ ସରକାର କେଉଁ ସବୁ ପଦକ୍ଷେପ ନେଉଛନ୍ତି ସେ ସମ୍ପର୍କରେ ହିସାବ ମଧ୍ୟ ମାଗିବେ ବୋଲି ଜଣାପଡ଼ିଛି।

୩୦ଟି ଘରୋଇ ହସ୍ପିଟାଲକୁ ୮୦ ପ୍ରତିଶତ ଆଇସିୟୁ ବେଡ୍‌ ଅଲଗା ପକାଇବାକୁ ନିର୍ଦେଶ ଦେଇଛନ୍ତି। କାରଣ ଅନ୍ୟ ଅଣ କୋଭିଡ୍‌ ରୋଗୀ ସଂକ୍ରିମିତ ହେବାର ଆଶାଙ୍କା ଥିବାରୁ କୋର୍ଟ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

   Related Posts