ଝିଅକୁ ଗର୍ଭବତୀ କରିଥିବା ପିତାକୁ ଦିଲୀ ହାଇକୋର୍ଟଙ୍କ ଦୃଷ୍ଟାନ୍ତମୂଳକ ଦଣ୍ଡ, ଜେଲରେ ବିତାଇବ ସାରାଜୀବନ

Published By : Prameya-News7 Bureau | April 25, 2019 IST

ନୂଆଦିଲ୍ଲୀ ୨୫।୪: ନିଜ ଜନ୍ମକଲା ଝିଅକୁ ଦୁଷ୍କର୍ମ କରି ଗର୍ଭବତୀ କରିଥିବା ପାପି ପିତାକୁ ଦୃଷ୍ଟାନ୍ତମୂଳକ ଦଣ୍ଡାଦେଶ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ନିଜ ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ବିଚାରପତି ସିଦ୍ଧାନ୍ତ ମୃଦୁଳ ଓ ବିଚାରପତି ମନୋଜ କେ ଓଖରିଙ୍କ ଖଣ୍ଡପୀଠ ଓମପ୍ରକାଶ ନାମକ ଜନୈକ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ କରିଛନ୍ତି ।

ମାମଲାର ଶୁଣାଣି କରି ଖଣ୍ଡପୀଠ ନିଜ ଜନ୍ମକଲା ଝି୍ଅ ପ୍ରତି  ଦୁଷ୍କର୍ମଠାରୁ ଅନ୍ୟ କିଛି ବଡ ଅପରାଧ ନାହିଁ ବୋଲି କହିବା ସହ ଦୋଷୀଙ୍କୁ କୌଣସି ଅନୁକମ୍ପା ପ୍ରଦର୍ଶନ କରିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି ।

ସେହିପରି ପିତା ଦ୍ବାର ଦୁଷ୍କର୍ମର ଆଉ ଏକ ଅଭିଯୋଗ ମିଳିଛି ଜମ୍ମୁ-କାଶ୍ମୀର ବାନ୍ଦିପୋରା ଜିଲ୍ଲାରୁ। ପିତା ଦ୍ବାରା ଦୁଷ୍କର୍ମର ଶିକାର ଝିଅଟି ଶେଷରେ ଆତ୍ମହତ୍ୟା କରିଛି । ଦୀର୍ଘ ବର୍ଷରୁ ଝିଅଟି ପିତା ଦ୍ବାରା ପୀଡିତ ହେଉଥିଲା। ଶେଷରେ ବିଷ ଖାଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା ବୋଲି ତା ଭଉଣୀ ଅଭିଯୋଗ କରିଛି । ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.