Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ରାଇରଙ୍ଗପୁର : ଗୁଣିଗାରେଡି ସନ୍ଦେହକୁ ନେଇ ହତ୍ୟାକାଣ୍ଡ : ୩ ସୁପାରୀ କିଲର ଗିରଫ
  • ||
  • ନୂଆଦିଲ୍ଲୀ : ଦୁଇ ସରକାରୀ ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବକୁ ବିରୋଧ, ଆସନ୍ତା ୧୬ରୁ ଦୁଇ ଦିନିଆ ହରତାଳ ଚେତାବନୀ ଦେଲା ୟୁଏଫବିୟୁ
  • ||

କୋଭିଡ ଲକଡାଉନ କାଳର ପ୍ରତିଶ୍ରୁତି ପୂରଣ କରନ୍ତୁ କେଜରିୱାଲ ସରକାର, ଦିଅନ୍ତୁ ଲୋକଙ୍କ ଘରଭଡ଼ା: ଦିଲ୍ଲୀ ହାଇକୋର୍ଟ

22/07/2021 at 8:17 PM

ନୂଆଦିଲ୍ଲୀ ୨୨।୭:  ଦିଲ୍ଲୀ ହାଇକୋର୍ଟ ଗୁରୁବାର ଏକ ଐତିହାସିକ ରାୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗତବର୍ଷ ମାର୍ଚ୍ଚ ୨୯ ତାରିଖ ଦିନ ସାମ୍ବାଦିକ ସମ୍ମିଳନୀରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପ୍ରଥମେ ପାଳନ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଯେଉଁମାନେ କରୋନା ଲକଡାଉନରେ ଘରଭଡା ଦେବାକୁ ଅସମର୍ଥ ସେମାନଙ୍କ ଭଡା ଦିଲ୍ଲୀ ସରକାର ଦେବେ ବୋଲି ଘୋଷଣା କରିଥିଲେ। ବିନା କୌଣସି ମଜଭୁତ କାରଣରେଏକ ଜନକଲ୍ୟାଣକାରୀ ସରକାରଙ୍କ ଠାରୁ ପ୍ରତିଶ୍ରୁତି ଭଙ୍ଗର ଆଶା କରାଯାଇ ନପାରେ ବୋଲି କୋର୍ଟ କହିଛନ୍ତି।

ସେହିପରି ପ୍ରତିଶ୍ରୁତି ପୂରଣ ପାଇଁ ଦିଲ୍ଲୀ ସରକାର ଆଗାମୀ ୬ ସପ୍ତାହରେ ଏକ ନୀତି ପ୍ରସ୍ତୁତ କରନ୍ତୁ। ଦିଲ୍ଲୀରେ ଘରଭଡା ପୈଠ କରିବାରେ ଅସମର୍ଥ କେତେକ ଦିନ ମଜୁରିଆ ଓ ଘର ମାଲିକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରୁଥିବା ବିଚାରପତି ଜଷ୍ଟିସ୍ ପ୍ରତିଭା ଏମ.ସିଂହ ଦିଲ୍ଲୀ ସରକାରଙ୍କ ପକ୍ଷରୁ ୨୯ ମାର୍ଚ୍ଚ ୨୦୧୯ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କରିଥିବା ଘୋଷଣା ପାଳନ ଲାଗି ବାଧ୍ୟ ବୋଲି କହିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ଯଦି କେହି ଘରଭଡ଼ା ଦେଇ ପାରୁ ନାହାନ୍ତି ତାଙ୍କ ଲାଗି ଦିଲ୍ଲୀ ସରକାର ଘରଭଡା ପ୍ରଦାନ କରିବେ ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ତାଙ୍କ ବଚନ ବଦ୍ଧତା ଓ ଏଥିଲାଗି ଲୋକଙ୍କ ଅପେକ୍ଷା ଉଭୟ ସିଦ୍ଧାନ୍ତ ଆଧାରରେ ଉପଯୁକ୍ତ ବୋଲି କୋର୍ଟ କହିଛନ୍ତି। ଏଣୁ ସରକାର ପ୍ରତିଶ୍ରୁତି ପାଳନ ଲାଗି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏଣୁ କୋର୍ଟ ଏଭଳି ଲୋକଙ୍କ ଘରଭଡା ପ୍ରଦାନ ନିମନ୍ତେ ସରକାର ତୁରନ୍ତ ନୀତି ତିଆରି କରନ୍ତୁ ବୋଲି କୋର୍ଟ କହିଛନ୍ତି।

   Related Posts