ବିବାହ ପାଇଁ ପୁଅଙ୍କ ନ୍ୟୂନତମ ବୟସ ୨୧ ହୋଇଥିବାବେଳେ ଝିଅଙ୍କ କାହିଁକି ୧୮ ? ଏହାକୁ ନେଇ ଉଠିଲା ବିବାଦ, ସରକାରଙ୍କୁ ନୋଟିସ ଜାରୀ କଲେ କୋର୍ଟ, ୩୦ରେ ଶୁଣାଣୀ

Published By : Prameya-News7 Bureau | August 20, 2019 IST

ନୂଆଦିଲ୍ଲୀ ୨୦/୮:ଲ କମିଶନ ଅଫ ଇଣ୍ଡିଆ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ଏକ ଆବେଦନକୁ ଗ୍ରହଣ କରି କୋର୍ଟ ସରକାରଙ୍କୁ ନୋଟିସ ଜାରୀ କରିଛନ୍ତି ।  କମିଶନଙ୍କ ପକ୍ଷରୁ ହୋଇଥିବା ଆବେଦନରେ କୁହାଯାଇଛି ଯେ ପୁରୁଷ ଏବଂ ମହିଳାଙ୍କ ପାଇଁ ବିବାହର ନ୍ୟୂନତମ ବୟସ ଅଲଗା ଅଲଗା ଧାର୍ଯ୍ୟ ହୋଇଛି । ଫଳରେ ଏହା ମହିଳାଙ୍କ ଗରିମାକୁ କ୍ଷୂର୍ଣ୍ଣ କରୁଥିବାବେଳେ ଲିଂଗଗତ ବୈଷମ୍ୟକୁ ପ୍ରୋତ୍ସାହିତ କରୁଛି । ଏହି ମାମଲାର ଶୁଣାଣି ଅକ୍ଟୋବର ୩୦ତାରିଖରେ କରାଯିବ।

ଲ କମିଶନର ଆବେଦନରେ ଆହୁରି କୁହାଯାଇଛି ଯେ ବିବାହ ପାଇଁ ପୁରୁଷ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବୟସ ବ୍ୟବଧାନ ଧାର୍ଯ୍ୟକରିବାର କୈାଣସି ଆଇନଗତ ଆଧାର ନାହିଁ । କାରଣ ବିବାହ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ପାରସ୍ପରିକ ସମ୍ମାନ, ବୁଝାମଣା ଓ ଭଲପାଇବା ଆବଶ୍ୟକତା ଥାଏ । ଲ କମିଶନ ଅଫ ଇଣ୍ଡିଆ କହିଛନ୍ତି ଯେ ‘ସ୍ତ୍ରୀ ସ୍ବାମୀଠୁ ସାନ ହେବା ଉଚିତ୍ ’ ଏହି ଚିନ୍ତାଧାରା ଏବେ ପୁରୁଣା ହୋଇଗଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.