ସହମତିରେ ଶାରୀରିକ ସଂପର୍କ ପରେ କୌଣସି କାରଣରୁ ପରସ୍ପରଠାରୁ ଦୂରେଇଯିବା ଅପରାଧ ନୁହେଁ: ଦିଲ୍ଲୀ ହାଇକୋର୍ଟ

Published By : Prameya-News7 Bureau | October 11, 2019 IST

ନୂଆଦିଲ୍ଲୀ୧୧| ୧୦: ପ୍ରେମିକ ଓ ପ୍ରେମିକାଙ୍କ ଉପରେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ପ୍ରେମି ଯୁଗଳଙ୍କ ମଧ୍ୟରେ ସହମତିରେ ଶାରୀରିକ ସଂପର୍କ ରଖିବା ଆଇନଗତ ଅପରାଧ ନୁହେଁ। ଶାରୀରିକ ସଂପର୍କ ସତ୍ବେ ପରସ୍ପରଠାରୁ ଦୂରେଇ ଗଲେ କେହି କାହା ଉପରେ ଦୋଷ ଲଦି ପାରିବେ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ ଦେଇଛନ୍ତି। ଏକ ଦୁଷ୍କର୍ମ ମାମଲାରେ ଜଣେ ଯୁବକଙ୍କୁ ନିର୍ଦୋଶ ସାବ୍ୟସ୍ତ କରିବା ବେଳେ ଦିଲ୍ଲୀ ହାଇକୋର୍ଟର ବିଚାରପତି ବିଭୁ ବାଖରୁ ଏପରି ରାୟ ଦେଇଛନ୍ତି।

ବିଚାରପତି ବିଭୁ ବାଖରୁଙ୍କ କହିବା ଅନୁସାରେ ଯୌନ ସଂପର୍କ ରଖିବା ପରେ ପରସ୍ପରଠାରୁ ଦୂରେଇ ଯିବା ଏକ ଘୃଣ୍ୟ କଥା ହେଲେ ଏହା ଆଇନଗତ ଅପରାଧ ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହିଳା ହୁଅନ୍ତୁ କିମ୍ବା ଯୁବତୀ ସେମାନେ ନିଜ ଇଚ୍ଛାରେ ଶାରୀରିକ ସଂପର୍କ ରଖିବା ପରେ କାହା ବିରୋଧରେ ଅଭିଯୋଗ କରି ପାରିବେ ନାହିଁ।

ସୂଚନାଯୋଗ୍ୟ ଯେ, ଜଣେ ମହିଳା ବିବାହ ପ୍ରତିଶ୍ରୁତି  ପାଇବା ପରେ ତାଙ୍କ ପ୍ରେମିକଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ। ଉଭୟଙ୍କ ମଧ୍ୟରେ ଝଗଡ଼ା ହେବା ପରେ ମହିଳା ତାଙ୍କ ପ୍ରେମିକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ  କରିଥିଲେ। ୨୦୧୬ ମସିହାରେ ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ହୋଟେଲକୁ ତାଙ୍କ ପ୍ରେମିକ ନେଇଥିଲା। ସେଠାରେ ଉଭୟଙ୍କ ସହମତି ଶାରୀରିକ ସଂପର୍କ ରଖିଥିଲେ। ହେଲେ ପରବର୍ତ୍ତୀ ସମୟରେ ମହିଳାଙ୍କୁ ତାଙ୍କ ପ୍ରେମିକ ଛାଡି ଦେଇଥିଲେ।

୨୦୧୬ ମସିହାରେ ସଂପୃକ୍ତ ଯୁବକ ନାଁରେ ମହିଳା ଦୁଷ୍କର୍ମ ଅଭିଯୋଗ କରିଥିଲେ। ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ସହ ଅଭିଯୁକ୍ତ ସଂପର୍କ ରଖିଥିଲେ ବୋଲି ପୀଡ଼ିତା ଅଭିଯୋଗରେ ଦର୍ଶାଇଥିଲେ। ଏହି ମାମଲାର ବିଚାର କରି ସଂପୃକ୍ତ ଯୁବକଙ୍କୁ ଅଦାଲତ ନିର୍ଦୋଶରେ ଖଲାସ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.