ପୁଣି ଖୋଲିବ ନିଜାମୁଦ୍ଦିନ ମରକଜ୍, ସର୍ତ୍ତମୂଳକ ମଞ୍ଜୁରୀ ଦେଲେ ହାଇକୋର୍ଟ

Published By : Prameya-News7 Bureau | April 15, 2021 IST

ନୂଆଦିଲ୍ଲୀ ୧୫।୪: ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ ମହାମାରୀର ଦ୍ୱିତୀୟ ଲହର ତୀବ୍ର ବ୍ୟାପୁଛି। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେଜରିୱାଲ ସରକାର ରାଜଧାନୀରେ ୱିକେଣ୍ଡ ଲକଡାଉନ୍‌ ଘୋଷଣା କରିଛନ୍ତି। ସେପଟେ ଦିଲ୍ଲୀ ହାଇକୋର୍ଟ ଗୁରୁବାର ନିଜ୍ଜାମୁଦ୍ଦିନ ମରକଜ୍‌ ଖୋଲିବା ଲାଗି ନିବେଦନର ଶୁଣାଣି କରିଛନ୍ତି। ଯେଉଁଥିରେ କୋର୍ଟ ପୁଣି ଥରେ ମରକଜ ଖୋଲିବା ଲାଗି ସର୍ତ୍ତମୂଳକ ଅନୁମତି ଦେଇଥିବା ଜଣାପଡିଛି। ଏଥିରେ ରମଜାନ ସମୟରେ ମାତ୍ର ୫୦ ଜଣ ଲୋକଙ୍କୁ ନେଇ ଏଠାରେ ନମାଜ ପାଠ କରିପାରିବେ ବୋଲି କହିଛନ୍ତି କୋର୍ଟ।

ତେବେ ମରକଜ ଖୋଲିବାରେ ଡିଡିଏମଏଙ୍କ ଗାଇଡଲାଇନ୍‌ କଡାକଡି ପାଳନ ଉପରେ କୋର୍ଟ ଜୋର ଦେଇଛନ୍ତି। ରମଜାନରେ ଦୈନିକ ୫ ଥର ନମାଜ ବେଳେ ସୋସିଆଲ ଡିଷ୍ଟାନସିଂ କଡାକଡି ପାଳନ ଲାଗି ମଧ୍ୟ କୋର୍ଟ କହିଛନ୍ତି। ମରକଜ ପକ୍ଷରୁ ଓକିଲ ରମେଶ ଗୁପ୍ତା କୋର୍ଟରେ କୋଭିଡ ନିୟମର ସଶକ୍ତ ପାଳନ ନିମନ୍ତେ କୋର୍ଟଙ୍କୁ ନିର୍ଭର ପ୍ରତିଶ୍ରୁତି ଦେବା ପରେ ଏଥିଲାଗି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି।

{"id":439043,"width":840,"height":546,"sizeSlug":"large","linkDestination":"none"}

ତେବେ ଦିଲ୍ଲୀରେ ଏବେ କରୋନା ସଂକ୍ରମଣ ବଢିବଢି ଚାଲିଛି। ଏଥିରେ ଦିଲ୍ଲୀ ସରକାର ଯଦି କୌଣସି ନୂଆ କଟକଣା ଲାଗୁ କରନ୍ତି ତେବେ ତାକୁ ମଧ୍ୟ ମରକଜକୁ ପାଳନ କରିବାକୁ ହେବ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ସରକାରୀ ଓକିଲ ରଜତ ନାୟର ନବରାତ୍ରି ପାଳନ ବେଳେ କାଲକାଜୀ ମନ୍ଦିରରେ ଅନଲାଇନ ଦର୍ଶନ ହେଉଥିବାର କହିଥିଲେ। ତେବେ କୋର୍ଟ ମରକଜର ପ୍ରଥମ ମହଲା ଖୋଲିବାକୁ ଅନୁମତି ଦେଇଛନ୍ତି। ଉପର ମହଲା ସବୁ ବନ୍ଦ ରହିବା ସହ ସେଠାରେ କାହାରିକୁ ରହିବାକୁ ଅନୁମତି ଦିଆଯିବନି ବୋଲି କହିଛନ୍ତି। ସେହିପରି ମରକଜର ସିସିଟିଭି ଫୁଟେଜ ରଖିବାକୁ କୋର୍ଟ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟଯେ ଗତବର୍ଷ ଲକଡାଉନ ଜାରି କାଳରେ ନିଜାମୁଦ୍ଦିନ ମରକଜରେ ଅଟକି ରହିଥିବା ଶ୍ରଦ୍ଧାଳୁ ଦେଶରେ କୋଭିଡ-୧୯ ପ୍ରସାରଣର କାରଣ ହୋଇଥିଲେ। ମରକଜରେ ଅନେକ ଲୋକ ଏକତ୍ର ଥିବାର ଚର୍ଚ୍ଚା ହେବା ପରେ ପୋଲିସ ଅଞ୍ଚଳକୁ ଘେରାଉ କରି ଲୋକଙ୍କୁ ବାହାରକୁ ଆଣିବା ସହ ସେମାନଙ୍କ କୋଭିଡ ଯାଞ୍ଚ କରାଇଥିଲା। ସେବେଠାରୁ ମରକଜକୁ ବନ୍ଦ କରିଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.