Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଦିଲ୍ଲୀ ସ୍ଵାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କରୋନା ପଜିଟିଭ୍, ପ୍ରଥମ ରିପୋର୍ଟ ଥିଲା ନେଗେଟିଭ୍, ବିଧାୟିକା ଆତିଶି ବି କୋଭିଡ୍-୧୯ ଶିକାର

17/06/2020 at 8:01 PM

ନୂଆଦିଲ୍ଲୀ ୧୭।୦୬: ଦିଲ୍ଲୀ ସ୍ଵାସ୍ଥ୍ୟ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ତାଙ୍କଠାରେ କରୋନା ଲକ୍ଷଣ ନଜର ଆସିବା ପରେ ମଙ୍ଗଳବାର ଟେଷ୍ଟ କରାଇଥିଲେ ଏବଂ ରିପୋର୍ଟ ନେଗେଟିଭ୍ ଆସିଥିଲା।  ଏହା ମଧ୍ୟରେ ସେ ପୁନର୍ବାର ପରୀକ୍ଷଣ କରାଇଥିଲେ, ଯେଉଁଥିରେ ରିପୋର୍ଟ ଏବେ ପଜିଟିଭ୍ ଆସିଛି। ଅନ୍ୟପଟେ ଆପ୍‌ ବିଧାୟିକା ଆତିଶି ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

୫୫ ବର୍ଷୀୟ ସତ୍ୟେନ୍ଦ୍ର ଜୈନ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସଭିଙ୍କ ଚିନ୍ତା ବଢି ଯାଇଛି। କାରଣ ସେ ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ସହିତ ମଙ୍ଗଳବାର ହୋଇଥିବା ବୈଠକରେ ସାମିଲ ହୋଇଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସମେତ ଦିଲ୍ଲୀ ସରକାରର ଅନେକ ମନ୍ତ୍ରୀ ଓ ଅଧିକାରୀ ସାମିଲ ଥିଲେ। ସବୁଠୁ ବଡ କଥା ବୈଠକର ଯେଉଁ ଫଟୋ ସାମ୍ନାକୁ ଆସିଛି ସେଥିରେ ସାମାଜିକ ଦୂରତା ଖାସ୍ ନଜର ଆସିନାହିଁ।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଜୋରରେ ଜ୍ଵର ଏବଂ ନିଃଶ୍ଵାସ ନେବାରେ କଷ୍ଟ ଅନୁଭବ ହେବାରୁ ସେ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଦିଲ୍ଲୀ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଏବେ ଜ୍ଵର ଏବଂ କମ୍ ଅମ୍ଳଜାନ ସ୍ତରର ସମସ୍ୟା ରହିଛି। ଏବେ ତାଙ୍କ ଚିକିତ୍ସା ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚାଲିଛି।

ବିଧାୟକ ଆତିଶ କରୋନା ପଜିଟିଭ୍

ଏହା ପୂର୍ବରୁ ଆମ୍ ଆଦମୀ ପାର୍ଟିର କାଲକାଜି ବିଧାନସଭା କ୍ଷେତ୍ରର  ବିଧାୟିକା ଆତିଶି କରୋନାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଆତିଶି କହିଛନ୍ତି ଜୁନ ୧୬ରେ ତାଙ୍କଠାରେ ଥଣ୍ଡା-କାଶର ଲକ୍ଷଣ ଦେଖାଯିବା ପରେ କରୋନା ଟେଷ୍ଟ କରାଇଥିଲେ। ଆଜି ଏହାର ରିପୋର୍ଟରେ କରୋନା ପଜିଟିଭ୍ ଆସିଛି। ସଂପ୍ରତି ଆତିଶିଙ୍କଠାରେ କରୋନାର ହାଲୁକା ଲକ୍ଷଣ ରହିଛି। ସେ ନିଜକୁ ଘରେ କ୍ଵାରେଣ୍ଟାଇନ୍ କରିଛନ୍ତି। ଆତିଶି କରୋନା ମାମଲାରେ ସ୍ଵାସ୍ଥ୍ୟ ବିଭାଗ ସହିତ ମିଶି କାମ କରୁଥିଲେ। ଜୁନ ୧୧ରେ ସ୍ଵାସ୍ଥ୍ୟ ବିଭାଗର ଜଣେ ଅଧିକାରୀ  କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରେ ଜୁନ ୧୧ରୁ ଆତିଶି ନିଜକୁ ଆଇସୋଲେଟ୍ କରି ଦେଇଥିଲେ।

ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ବଢି ଚାଲିଛି। ସୋମବାର ଦିଲ୍ଲୀ ସରକାରର ଅଧିକାରୀ ବୁଲେଟିନ୍‌ରେ କୁହାଯାଇଛି ଯେ, ରାଷ୍ଟ୍ରୀୟ ରାଜଧାନୀ ୨୪ ଘଣ୍ଟା ଭିତରେ କରୋନାର ୧୬୪୭ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୪୨,୮୨୯ରେ ପହଞ୍ଚିଛି। ଅନ୍ୟପଟେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୪୦୦ରେ ପହଞ୍ଚି ଯାଇଛି।  

   Related Posts