ବିଗିଡିଲା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ, ଭୀଷଣ ଜ୍ୱର ସହିତ ନିଶ୍ୱାସ ନେବାରେ ହେଉଛି ସମସ୍ୟା

Published By : Prameya-News7 Bureau | June 16, 2020 IST

ନୂଆଦିଲ୍ଲୀ ୧୬।୦୬: ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟବସ୍ଥା ବିଡିଗିଯାଇଛି । ଭୀଷଣ ଜ୍ୱର ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ରାଜୀବ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମେଡିକାଲ ସୁତ୍ରରୁ ଜଣାପଡିଛି ଯେ, ସତ୍ୟେନ୍ଦ୍ର ଜୈନଙ୍କ ଅକ୍ସିଜେନ୍‌ ଲେବୁଲ ବହୁତ କମ୍‌ ରହିଛି । ଯାହା ଫଳରେ ଆଜି ତାଙ୍କର କରୋନା (COVID-19 ) ଟେଷ୍ଟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ରିପୋର୍ଟ ଆସିନାହିଁ ।  

ସୂଚନାଯୋଗ୍ୟ ଯେ, ଗତରାତି ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଭୀଷଣ ଜ୍ୱର ହୋଇଥିଲା । ଏହାସହିତ ତାଙ୍କ ମଧ୍ୟ ନିଶ୍ୱାସ ନେବାରେ ଅସୁବିଧା ମଧ୍ୟ ହେଉଥିଲା । ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟ ବିଗିଡିବା ଦେଖି ତାଙ୍କ ରାଜୀବ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାର ତାଙ୍କର କୋଭିଡ୍‌ ଟେଷ୍ଟ ମଧ୍ୟ କରାଯାଇଛି । ସେହିପରି କିଛି ଦନି ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍‌ଙ୍କ ମଧ୍ୟ ଭୀଷଣ ଜ୍ୱର ହେବା ସହ କାଶ ମଧ୍ୟ ହେଉଥିଲେ । ଯାହାକୁ ନଜର ରଖି ତାଙ୍କର କରୋନା ଟେଷ୍ଟ କରାଯାଇଥିଲା । କିନ୍ତୁ ଯାଞ୍ଚରେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା।

ଦିଲ୍ଲୀରେ ବର୍ତ୍ତମାନ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଅଣାୟତ୍ତ ହେବାର ଲାଗିଛି । ସୋମବାର ସୁଦ୍ଧା ଦିଲ୍ଲୀ ସରକାରଙ୍କ ଅନୁଯାୟୀ ରାଜଧାନୀରେ ୨୪ଘଣ୍ଟାରେ କରୋନାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୬୪୭ ବୃଦ୍ଧି ପାଇଛି । ଏହାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨ହଜାର ୮୨୯ରେ ପହିଞ୍ଚିଛି । ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା କରୋନାରେ ମୃତ୍ୟୁ ସଂଖ୍ୟା ୧୪୦୦ରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.