Oxygen ମାମଲା : ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ-ଏବେ କେନ୍ଦ୍ର ସରକାର କହିବେ ଯେ ‘କୋଭିଡ-୧୯ ବୋଲି କିଛି ନଥିଲା’

Published By : Prameya-News7 Bureau | July 21, 2021 IST

ନୂଆଦିଲ୍ଲୀ ୨୧।୭ : କରୋନା ଦ୍ୱିତୀୟ ଲହର କାଳରେ ଅକ୍ସିଜେନ ଅଭାବ ଯୋଗୁ ଲୋକଙ୍କ ମୃତ୍ୟୁ ଅଭିଯୋଗକୁ କେନ୍ଦ୍ର ସରକାର ଅସ୍ୱୀକାର କରିଛନ୍ତି। ଯାହାକୁ ନେଇ ବିରୋଧୀ ଦଳମାନେ ଏବେ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ଦିଲ୍ଲୀ ଆମଆଦମୀ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ହୁଏତ ଖୁବ୍ ଶୀଘ୍ର  କେନ୍ଦ୍ର ସରକାର ଏହା ବି କହିପାରନ୍ତି ଯେ ‘କୋଭିଡ-୧୯ ବୋଲି କିଛି ନଥିଲା’।

{"id":483729,"sizeSlug":"large","linkDestination":"none"}

ଜୈନ କହିଛନ୍ତି ଯେ ଯଦି ଅକ୍ସିଜେନ ଅଭାବ ଯୋଗୁ କୌଣସି ମୃତ୍ୟୁ ହୋଇ ନାହିଁ ହସ୍ପିଟାଲମାନେ ହାଇକୋର୍ଟକୁ କାହିଁକି ଯାଇଥିଲେ? ଏଣୁ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ମୁଖା ଖୋଲିଯାଇଛି ବୋଲି ସେ କହିଛନ୍ତି। ଘଟଣାରେ ପୀଡ଼ିତଙ୍କୁ ନ୍ୟାୟ ଦେବା ଲାଗି ଆମେ ଅକ୍ସିଜେନ ଅଭାବର ଯାଞ୍ଚ ନିମନ୍ତେ ଅଡିଟ କମିଟି କରିଥିଲୁ। ଯାହାକୁ କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଜରିଆରେ ଅଟକାଇ ଦେଇଛନ୍ତି। ସରକାର ଏବେ କଟା ଘାରେ ଚୁନ ଦେଉଛନ୍ତି। ଏଣୁ ଆମେ ଅଡିଟ କମିଟିକୁ ମଞ୍ଜୁର କରିବା ଲାଗି ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ପୁଣି ଥରେ ଅନୁରୋଧ କରୁଛୁ ବୋଲି କହିଛନ୍ତି।

{"id":483730,"sizeSlug":"large","linkDestination":"none"}

ଉଲ୍ଲେଖ ଯୋଗ୍ୟଯେ ମଙ୍ଗଳବାର ରାଜ୍ୟ ସଭାରେ ଅକ୍ସିଜେନ ଅଭାବ ଯୋଗୁ କେତେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ସରକାରଙ୍କୁ ପ୍ରଶ୍ନ କରାଯାଇଥିଲା। ଏହା ଉପରେ ସରକାରଙ୍କ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ଅକ୍ସିଜେନ ଅଭାବରୁ ଗୋଟିଏ ବି ମୃତ୍ୟୁ ହୋଇ ନଥିବା ଗୃହକୁ କହିଥିଲେ। ସେ କହିଥିଲେ ଯେ ସ୍ୱାସ୍ଥ୍ୟ ରାଜ୍ୟମାନଙ୍କ ବିଷୟ ଓ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନେ କୋଭିଡ ଓ ମୃତ୍ୟୁ ମାମଲାରେ ନିୟମିତ କେନ୍ଦ୍ରକୁ ସୂଚିତ କରିଥାନ୍ତି। ଏଥିରେ କୌଣସି ରାଜ୍ୟ ସରକାର ଅକ୍ସିଜେନ ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବାର ସୂଚିତ କରିନଥିବା ସେ ଗୃହକୁ କହିବା ପରେ ବିରୋଧୀ ଦଳ ସରକାରଙ୍କୁ ଘେରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.