ଦିଲ୍ଲୀରେ Covid ଦ୍ୱିତୀୟ ଲହରକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅସ୍ୱୀକାର, କହିଲେ ସଂକ୍ରମଣ ଆରମ୍ଭ ଦିନରୁ ରାଜଧାନୀ ଛାଡିନି ଭୂତାଣୁ

Published By : Prameya-News7 Bureau | September 03, 2020 IST

ନୂଆଦିଲ୍ଲୀ ୩।୯: ରାଜଧାନୀ ଦିଲ୍ଲୀରେ କୋଭିଡ ଦ୍ୱିତୀୟ ଲହର ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏଭଳି ଆଶଙ୍କାକୁ ଅମୂଳକ କହିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ସେ କହିଛନ୍ତି ଯେ ସଂକ୍ରମଣ ଆରମ୍ଭ ଦିନରୁ ଭୂତାଣୁ ଜାତୀୟ ରାଜଧାନୀ ଛାଡିନି। ଏଥିରେ ଲହରର ପ୍ରଶ୍ନ ଉଠୁଛି କେଉଁଠୁ। ଏଣୁ ଏହାକୁ ରାଜଧାନୀରେ କୋଭିଡ-୧୯ର ଦ୍ୱିତୀୟ ଲହର କୁହାଯାଇପାରିବନି ବୋଲି ଜୈନ ଗୁରୁବାର କହିଛନ୍ତି।

{"id":324635,"width":575,"height":379,"sizeSlug":"large"}

ଗୋଟିଏ ଦିନରେ ରାଜଧାନୀ ଦିଲ୍ଲୀରେ ୨ହଜାର ୫୦୦ ନୂଆ ମାମଲା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ପ୍ରତିକ୍ରିୟା ଦେଇଛନ୍ତି। ପ୍ରାୟ ୨ ମାସ ପରେ ଦିଲ୍ଲୀରେ ପ୍ରଥମ ଥର ଗୋଟିଏ ଦିନରେ ଏତେ ସଂଖ୍ୟକ ସଂକ୍ରମିତ ମିଳିଛନ୍ତି। ଏଣୁ ରାଜଧାନୀରେ ଆତଙ୍କ ଖେଳିଯାଇଥିବା ବେଳେ କରୋନା ଦ୍ୱିତୀୟ ଲହର ନେଇ ଲୋକେ ଚର୍ଚ୍ଚା କରୁଛନ୍ତି। ତେବେ ଦିଲ୍ଲୀ ସରକାର ଏବେ ପରୀକ୍ଷଣ ହାର ବୃଦ୍ଧି କରିଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଏଣୁ ସଂଖ୍ୟା ବଢିବା ସ୍ୱଭାବିକ। ଏହାକୁ ନେଇ ଏତେ ଆତଙ୍କିତ ଅଥବା ବ୍ୟତିବ୍ୟସ୍ତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି।   

{"id":324636,"sizeSlug":"large"}

ଯଦି ରାଜଧାନୀ ସମ୍ପୂର୍ଣ୍ଣ ଭୂତାଣୁ ମୁକ୍ତ ହୋଇଥାନ୍ତା ଓ କିଛି ଦିନ ଅନ୍ତରାଳରେ ପୁଣି ସଂକ୍ରମଣ ଆରମ୍ଭ ହୋଇଥାନ୍ତା ତେବେ ଏହାକୁ ଆମେ କରୋନା ଲହର ବୋଲି କହିପାରିଥାନ୍ତେ। ହେଲେ ଏପରି ଦିନ ନାହିଁ ଯେଉଁଦିନ ଦିଲ୍ଲୀର କୌଣସି ନା କୌଣସି ସ୍ଥାନରୁ ଲୋକେ ସଂକ୍ରମିତ ମିଳି ନାହାନ୍ତି। ତେବେ ସଂକ୍ରମିତଙ୍କ ସଂଖ୍ୟା ବଢିଥିଲେ ହେଁ ମୃତ୍ୟୁ ହାର ହ୍ରାସ ପାଇବା ଏକ ଶୁଭ ଲକ୍ଷଣ ବୋଲି ଜୈନ କହିଛନ୍ତି। ଏକ ସମୟରେ ଦିଲ୍ଲୀରେ ମୃତ୍ୟୁ ହାର ୩.୫ ପ୍ରତିଶତ ଥିଲା। ହେଲେ ଏବେ ଏହି ହାରରେ ୧ ପ୍ରତିଶତ ହ୍ରାସ  ଅର୍ଥାତ ୨.୫ ପ୍ରତିଶତକୁ ଖସିଛି।

{"id":324637,"sizeSlug":"large"}

ଦିଲ୍ଲୀରେ ଯେପରି ସଂକ୍ରମଣର ଗୋଟିଏ ବି ମାମଲା ନ ରହେ ସେଥିଲାଗି ଏବେ ଟେଷ୍ଟିଂ ବଢାଇ ଦିଆଯାଇଛି। ଗୋଟିଏ ଦିନରେ ୩୦ରୁ ୩୫ ହଜାର ପରୀକ୍ଷଣ ହେଉଥିବାରୁ ଗୋଟିଏ ଗୋଟିଏ ଦିନରେ ଅଚାନକ ଏତେ ସଂଖ୍ୟକ ସଂକ୍ରମିତ ମିଳୁଥିବା ଜୈନ କହିଛନ୍ତି। ଏହାଦ୍ୱାରା ସଂକ୍ରମିତ ନିଜେ ନିଜ ଆଡୁ ସତର୍କତା ଅବଲମ୍ବନ କରିବେ ଓ ଅଧିକ ୧୦ଜଣ ସଂକ୍ରମିତ ହେବେ ନାହିଁ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.