ଆଜି ଘୋଷଣା ହୋଇପାରେ ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ, ଦିଲ୍ଲୀ ହାଇକୋର୍ଟରେ ହେବ ଶୁଣାଣି

Published By : Prameya-News7 Bureau | February 05, 2020 IST

ନୂଆଦିଲ୍ଲୀ ୫।୨: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀଙ୍କୁ କେବେ ଦଣ୍ଡ ଦିଆଯିବ ସେନେଇ ଆଜି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହେବ । ଫାଶୀ ଦଣ୍ଡାଦେଶ ଉପରେ ତଳକୋର୍ଟ ସ୍ଥଗିତାଦେଶ ଜାରି କରିଥିବାରୁ ଏହାକୁ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଦୋଷୀମାନଙ୍କୁ ତୁରନ୍ତ ଫାଶୀ ଦେବା ଲାଗି ଆବେଦନରେ ଦର୍ଶାଇଥିଲେ। ଯାହା ଉପରେ ଆଜି ଶୁଣାଣି କରିବେ ହାଇକୋର୍ଟ। 

{"id":220207,"sizeSlug":"large"}

ଫେବ୍ରୁଆରୀ ୧ ତାରିଖ ସକାଳ ୬ଟାରେ ଦୋଷୀଙ୍କୁ ଫାଶୀ ଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହା ବିରୋଧରେ ନିର୍ଭୟା ଦୋଷୀ ମୁକେଶ ଏବଂ ବିନୟ ଦର୍ଶାଇଥିଲେ ଯେ, ଏପର୍ଯ୍ୟନ୍ତ ସେମାନଙ୍କ ରାଜକ୍ଷମା ଆବେଦନ ନିଷ୍ପତ୍ତି ଆସିନାହିଁ। ତେଣୁ ଫାଶୀ ରଦ୍ଦ କରିବାକୁ ଆବେଦନ କରିଥିଲେ। ତଳକୋର୍ଟ ଫାଶୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଥିବା ବେଳେ ଏହାକୁ କେନ୍ଦ୍ର ସରକାର ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ରବିବାର ଦିନ ଏହା ଉପରେ ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.