Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ରାମ ଦେବଙ୍କୁ କୋର୍ଟ ସମନ୍, କରୋନାର ଏଲୋପ୍ୟାଥିକ ଚିକିତ୍ସା ସମ୍ପର୍କିତ ମନ୍ତବ୍ୟ ଲାଗି ଫଶିଲେ

27/10/2021 at 7:25 PM

ନୂଆଦିଲ୍ଲୀ ୨୭।୧୦: ଯୋଗ ଗୁରୁ ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟ ବୁଧବାର ସମନ ଜାରି କରିଛନ୍ତି। କରୋନାର ଏଲୋପ୍ୟାଥିକ ଚିକିତ୍ସା ସମ୍ପର୍କିତ ମନ୍ତବ୍ୟ ଲାଗି ବିଭିନ୍ନ ଡାକ୍ତରୀ ସଂଘ ପକ୍ଷରୁ ରୁଜୁ ମୋକଦ୍ଦମା ଆଧାରରେ କୋର୍ଟ ଏହି ସମନ ଜାରି କରିଥିବା ବେଳେ ଜବାବ ଦାଖଲ ଲାଗି ତାଙ୍କୁ ୪ ସପ୍ତାହ ସମୟ ଦେଇଥିବା ‘ଲାଇଭ ଲ’ସୂତ୍ରରୁ ପ୍ରକାଶ।

ଗତ ମେ ମାସରେ ଦେଶରେ କରୋନା ଭାଇରସ ମହାମାରୀ ଉତ୍କଟ ରୂପ ଧାରଣ କରିଥିଲା। ଅକ୍ସିଜେନ ଅଭାବରୁ ଲୋକେ ଛଟପଟ ହୋଇ ପ୍ରାଣ ହରାଉଥିବା ବେଳେ ରାମଦେବ ଏଲୋପ୍ୟାଥି ଚିକିତ୍ସା ପଦ୍ଧତୀ ଏବଂ ଅନୁମୋଦିତ ଔଷଧ ନେଇ ପ୍ରଶ୍ନ ଉଠାଇଥିଲେ।  ସେ କହିଥିଲେ ଯେ କରୋନା ଭାଇରସର ଚିକିତ୍ସା ଲାଗି ଡ୍ରଗସ୍ କଣ୍ଟ୍ରୋଲର ଜେନେରାଲ (ଡିସିଜିଏ)ଙ୍କ ଅନୁମୋଦିତ ରେମଡିସଭିର ଓ ଫେବିପିରଭିର  ସମ୍ପୂର୍ଣ୍ଣ ବିଫଳ ହୋଇଛି। ଲୋକେ ଅକ୍ସିଜେନ ଅଭାବ ନୁହେଁ ଏଲୋପ୍ୟାଥିକ ଔଷଧ ଯୋଗୁ ପ୍ରାଣ ହରାଉଛନ୍ତି। ଭିଡିଓ କ୍ଲିପିଙ୍ଗରେ ରାମଦେବଙ୍କ  ଏପରି ବୟାନକୁ ନେଇ ଭାରତୀୟ ଚିକିତ୍ସକ ସଂଘ (ଆଇଏମଏ) ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଏଥିରେ ଡାକ୍ତର ସଂଘ ମହାମାରୀର ପ୍ରକୋପରେ ବାବା ରାମଦେବ ଏଲୋପ୍ୟାଥିକ ଚିକିତ୍ସା ବିରୋଧରେ ଭୁଲ ସୂଚନା ରଟାଉଥିବା ଅଭିଯୋଗ କରିଥିଲେ। ବୁଧବାର ମାମଲାର ଶୁଣାଣି ହୋଇଛି। ବିଚାରପତି ଜଷ୍ଟିସ୍ ସି. ହରିଶଙ୍କର ଯୋଗଗୁରୁଙ୍କ ଭିଡିଓ ବୟାନ ଦେଖିଥିବା କହିଛନ୍ତି। ଏଥିରୁ ରାମଦେବଙ୍କ ଓକିଲଙ୍କୁ ତାଙ୍କ ମହକିଲ ଏଲୋପ୍ୟାଥିକ ଚିକିତ୍ସା ପ୍ରୋଟକଲକୁ ତିରସ୍କାର କରୁଥିବା ଦେଖା ଯାଇଛି। ଏଣୁ ଏହା ସୁଟ୍ ଲାଗି ଯଥାର୍ଥ ବୋଲି ସେ କହିଛନ୍ତି।

ଆଇଏମଏ ତାଙ୍କ ନିବେଦନରେ କେନ୍ଦ୍ର ସରକାର ହୁଏତ ରାମଦେବଙ୍କୁ ମହାମାରୀ ରୋଗ ଅଧିନିୟମ ଆଇନର ଧାରାରେ ବୁକ୍‌ କରିପାରନ୍ତି ଅଥବା ତାଙ୍କ ଅଭିଯୋଗକୁ ସ୍ୱୀକାର କରି ଆଧୁନିକ ଚିକିତ୍ସା ସୁବିଧା ଭଙ୍ଗ କରନ୍ତୁ ବୋଲି କହିଛନ୍ତି। ରାମଦେବ କେବଳ ଏଲୋପ୍ୟାଥିକ ଡାକ୍ତର, ଚିକିତ୍ସା ପଦ୍ଧତୀ, ଭାରତୀୟ ଔଷଧ ନିୟନ୍ତ୍ରକ ନୁହନ୍ତି ତତ୍କାଳୀନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ  ଡା. ହର୍ଷ ବର୍ଦ୍ଧନଙ୍କ କ୍ଷମତାକୁ ମଧ୍ୟ ବୟାନରେ ଆହ୍ୱାନ ଦେଇଥିଲେ। ତେବେ ସେତେବେଳେ ପତଞ୍ଜଳି ୟୋଗ ପୀଠ ଏହାର ଜବାବରେ ଆଧୁନିକ ବିଜ୍ଞାନ ଅଥବା ଏହାର ଅଭ୍ୟାସ କରୁଥିବା ଅଭିଜ୍ଞ ଡାକ୍ତରଙ୍କ ପ୍ରତି ଯୋଗଗୁରୁଙ୍କ  ସେପରି କୌଣସି ଦୁର୍ଭାବନା ନଥିବାର କୁହାଯାଇଥିଲା।

   Related Posts