ମିଥ୍ୟା ଖବର ଏବଂ ଘୃଣ୍ୟ ବିବୃତ୍ତି ହଟାଇବା ନେଇ ଗୁଗୁଲ୍‌ ଓ ଅନ୍ୟ ସୋସିଆଲ୍ ସାଇଟ୍‌କୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ

Published By : Prameya-News7 Bureau | March 12, 2020 IST

ନୂଆଦିଲ୍ଲୀ ।୩: ସୋସିଆଲ ମିଡିଆରେ ପ୍ରଚାରିତ ମିଥ୍ୟା ଖବର ଏବଂ ଘୃଣ୍ୟ ବିବୃତ୍ତି ହଟାଇବା ପାଇଁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ପୂର୍ବତନ ବିଚାରକ କେ.ଏନ୍ ଗୋବିନ୍ଦାଚାର୍ଯ୍ୟଙ୍କ ଦ୍ବାରା ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲା ଉପରେ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ଏହା ସହିତ ହାଇକୋର୍ଟ ଗୁଗୁଲ ଇଣ୍ଡିଆ, ଫେସବୁକ୍ ଏବଂ ଟ୍ବିଟରକୁ ମଧ୍ୟ ଜବାବ ମାଗିଛନ୍ତି। ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩ ପାଇଁ ଧାର୍ଯ୍ୟ କରାଯାଇଛି।

ପ୍ରଧାନ ବିଚାରପତି ଡି.ଏନ୍ ପଟେଲ ଏବଂ ଜଷ୍ଟିସ୍ ସି ହରି ଶଙ୍କରଙ୍କ ଖଣ୍ଡପୀଠ ଉକ୍ତ ସୋସିଆଲ ମିଡିଆ ସଂସ୍ଥାର ଅଧିକାରୀମାନଙ୍କୁ ସୋସିଆଲ ମିଡିଆରୁ ମିଥ୍ୟା ଖବର ହଟାଇବାର ବିବରଣୀ ଦାଖଲ କରିବାକୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀ ସୋସିଆଲ ମିଡିଆରେ ମିଥ୍ୟା ଖବର ଏବଂ ଘୃଣା ଭାଷଣ ପ୍ରଚାର କରି ଭାଷାର ସ୍ବାଧିନତାର ଅପବ୍ୟବହାର ଏବଂ ଭାରତୀୟ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି। ଆବେଦନରେ ସମାନ ବାର୍ତ୍ତା ଥିବାରୁ ସମାଜରେ ବିଭାଜନ ଏବଂ ଦଙ୍ଗା ଭଳି ପରିସ୍ଥିତି ଉପୁଜିଛି। ତେଣୁ, ସୋସିଆଲ ମିଡିଆରେ ଦଙ୍ଗା ସହ ଜଡିତ ମିଥ୍ୟା ଖବର ଏବଂ ଘୃଣାର ବକ୍ତବ୍ୟ ହଟାଇବା ପାଇଁ ପଦକ୍ଷେପ ବିଷୟରେ ଏହି କମ୍ପାନୀଗୁଡିକରୁ ସୂଚନା ମଗାଯାଇଛି | ଯଦି ଏହିଭଳି ବାର୍ତ୍ତାଗୁଡିକ ହଟାନଯାଏ, ତେବେ ତାହାର କାରଣ ମଧ୍ୟ ପଚରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.