Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ଭ୍ୟାକ୍ସିନ୍‌କୁ ନେଇ ସରକାରଙ୍କୁ ତାଗିଦ୍‌ କଲେ ଦିଲ୍ଲୀ ହାଇକୋର୍ଟ‌, ପ୍ରଥମେ ଦେଶର ଚାହିଦା ପୂରଣ କର ପରେ ବିଦେଶ କଥା ଚିନ୍ତା କରିବ

11/03/2021 at 3:25 PM

ନୂଆଦିଲ୍ଲୀ, ୧୧/୦୩:  କରୋନାକୁ ନେଇ ସାରା ବିଶ୍ୱ ଏବେବି ଚିନ୍ତାରେ ଅଛି । ବିଭିନ୍ନ ଦେଶ ଏହାର ସଂକ୍ରମଣକୁ କିପରି କମାଇବେ ସେ ନେଇ ତତ୍ପର ଥିବା ବେଳେ କିଛି ଦେଶ ଭ୍ୟାକ୍ସିନ୍‌ ବାହାର କରିବାରେ ଏବେବି ଲାଗିଛନ୍ତି । ହେଲେ ବାରମ୍ୱାର ଫେଲ୍‌ ମାରିବା ପରେ ଭାରତ କୋଭିଡ୍‌ ଭ୍ୟାକ୍ସିନ୍‌କୁ ଲୋକଙ୍କ ପାଇଁ ପହଞ୍ଚାଇବାରେ ସକ୍ଷମ ହୋଇଛି । ଖାଲି ଭାରତ ଭିତରେ ଏହି ଭ୍ୟାକ୍ସିନ୍‌ର ବ୍ୟବହାର କରାଯାଇ ନାହିଁ । ଏହାକୁ ଭରାତ ସରକାର ବିଶ୍ୱର ବିଭିନ୍ନ କୋଣରେ ପହଞ୍ଚାଇବାରେ ବିଶେଷ ଭୂମିକା ଗ୍ରହଣ କରିଛି ।

କେନ୍ଦ୍ର ସରକାର ପ୍ରଥମେ ଭାରତର ଆବଶ୍ୟକତାକୁ ପୂରଣ ନକରି ବିଦେଶକୁ ଏହି ଟିକାର ବ୍ୟବସାୟିକ ରପ୍ତାନି କରୁଛନ୍ତି । ଯେଉଁ ଦେଶମାନେ ଏହାର ଫାଇଦା ପାଉଛନ୍ତି ବା ଭାରତ ଯେଉଁ ଦେଶମାନଙ୍କୁ ଭ୍ୟାକ୍ସିନ୍‌ ପ୍ରେରଣ କରୁଛି ସେମାନଙ୍କ ମଧ୍ୟରେ କିଛି ଶତ୍ରୁ ଦେଶ ମଧ୍ୟ ରହିଛନ୍ତି । ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କ ଉପରେ ଖପ୍ପା ହୋଇଥିବା ଜଣାପଡ଼ିଛି । ପ୍ରଥମେ ଭାରତରେ ଗୁଡ୍‌ଉଇଲ୍‌ ବା ନାମ କମାଇବା ପରେ ବିଦେଶ କଥା ଚିନ୍ତା କରିବାକୁ କୋର୍ଟ କେନ୍ଦ୍ରକୁ କହିଛନ୍ତି । ଓକିଲମାନଙ୍କ ଦ୍ୱାରା କରାଯାଇଥିବା ଆବେଦନର ବିଚାର କରି ଜଷ୍ଟିସ୍‌ ଭିପିନ୍‌ ସାଙ୍ଘି ଏବଂ ଜଷ୍ଟିସ୍‌ ରେଖା ପାଲିଙ୍କୁ ନେଇ ଗଠିତ ଖଣ୍ଡପୀଠ  ଏହିପରି ଶୁଣାଣି କରିଛନ୍ତି ।

ପୂର୍ବରୁ ନ୍ୟାୟପାଳିକା ସହିତ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କ ସହିତ ସମସ୍ତ ଜର୍ଜ, କୋର୍ଟ ଷ୍ଟାଫ୍‌ ଏବଂ ଓକିଲମାନଙ୍କୁ ପ୍ରାଥମିକତା ଭିତ୍ତିରେ ଭ୍ୟାକ୍ସିନ୍‌ ଦେବାକୁ ଓକିଲମାନେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । ସଲିସିଟର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ ତୁସାର ମେହେଟା କେନ୍ଦ୍ର ସରକାରଙ୍କ ଭ୍ୟାକ୍ସିନେସନ୍‌ ବା ଟିକାକରଣର ପ୍ରଥମିକତାକୁ ନେଇ ପୂର୍ବରୁ ଯୁକ୍ତି କରିଥିଲେ । ଭାରତରେ ବାସ କରୁଥିବା ନାଗରିକମାନଙ୍କୁ ପ୍ରଥମେ ଟିକା ନଦେଇ ସରକାର ସୁନାମ କମାଇବା ପାଇଁ ବିଦେଶକୁ ପଠାଉଥିବା ସେ ଏଥିରେ କହିଥିଲେ ।       

   Related Posts