ନିର୍ଭୟା ଦୋଷୀ ପବନ ଗୁପ୍ତାର ଆବେଦନ ହାଇକୋର୍ଟରେ ଖାରଜ, ରାଜକ୍ଷମା ନିବେଦନ ଲାଗି ଜାରି ହେଲା ନୋଟିସ୍

Published By : Prameya-News7 Bureau | December 19, 2019 IST

ନୂଆଦିଲ୍ଲୀ ୧୯।୧୨ :  ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ମଧ୍ୟରୁ ଗୁରୁବାର ପବନ ଗୁପ୍ତାର ଆବେଦନ ଦିଲ୍ଲୀ ହାଇକୋର୍ଟରେ  ଅଗ୍ରାହ୍ୟ ହୋଇଯାଇଛି। ଅନ୍ୟପକ୍ଷରେ କୋର୍ଟ  ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଦୋଷୀମାନଙ୍କୁ କ୍ଷମା ନିବେଦନ ଲାଗି ନୋଟିସ୍ ଜାରି କରିଛନ୍ତି। ସେହିପରି ପବନର ବୟସ ନେଇ କୋର୍ଟଙ୍କୁ ନକଲି ଆଫିଡେଭିଟ୍ ଓ କାଗଜପତ୍ର ପ୍ରଦାନ କରିଥିବା ଓକିଲଙ୍କୁ ବିଚାରପତି ୨୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।

{"id":199829,"width":580,"height":435,"sizeSlug":"large"}

ଗୁରୁବାର ଓକିଲ ଏ.ପି.ସିଂହ ପବନ ଗୁପ୍ତାର ଆବେଦନ କୋର୍ଟରେ ଉପସ୍ଥାପନ କରି ନିର୍ଭୟାକାଣ୍ଡ ବେଳେ ସେ ନାବାଳକ ଥିବା ଓ ତାକୁ ଆଇନ ନାବାଳକ ବିଚାର କରିନଥିବା ଓକିଲ କହିଥିଲେ। ତେବେ କୋର୍ଟ ସମୟ ଦେଲେ ପବନର ଆୟୁ ସମ୍ପର୍କିତ ତଥ୍ୟ କୋର୍ଟରେ ଉପସ୍ଥାପନ କରି ପାରିବେ ବୋଲି ଜଣାଇଥିଲେ। ଏଣୁ କୋର୍ଟ ପବନର ଆୟୁ ସମ୍ପର୍କିତ କାଗଜପତ୍ର ଦାଖଲ ହୋଇସାରିଥିବା ଜଣାଇଥିଲେ। ଏଣୁ ଏ ନେଇ କୋର୍ଟରେ ପିଟିସନ ଦାଖଲ କରିଥିବା ଓକିଲଙ୍କୁ ବିଚାରପତି କୋର୍ଟରେ ହାଜର ହେବାକୁ ବାର୍ତ୍ତା ପଠାଇଥିଲେ। ତେବେ ସେ କୋର୍ଟରେ ହାଜର ହୋଇନଥିଲେ। ଏଣୁ ପବନର ବୟସ ନେଇ ଓକିଲ ଜାଲି ସତ୍ୟପାଠ ଓ କାଗଜପତ୍ର ଦାଖଲ କରିଥିବା କହି ସମ୍ପୃକ୍ତ ଓକିଲଙ୍କୁ ୨୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେବା ସହ ତାଙ୍କ ଆଚରଣ ସମ୍ପର୍କରେ ବାରକାଉନସିଲଙ୍କୁ ଜଣାଇଛନ୍ତି।

{"id":199831,"sizeSlug":"large"}

ନିର୍ଭୟାଦୋଷୀଙ୍କୁ ଜାରି ହେଲା କ୍ଷମାନିବେଦନ ନୋଟିସ୍
ଅନ୍ୟପଟେ କୋର୍ଟ ଗୁରୁବାର ନିର୍ଭୟା ଦୋଷୀମାନଙ୍କୁ କ୍ଷମା ନିବେଦନ କରିବାକୁ ଚାହୁଁଛନ୍ତି କି ନା ସେ ନେଇ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ନୋଟିସ କରିଛନ୍ତି। କୋର୍ଟଙ୍କ ନୋଟିସ୍ ନେଇ ଜେଲ କର୍ତ୍ତୃପକ୍ଷ ସେମାନଙ୍କୁ ଜଣାଇ ଦେଇଛନ୍ତି। ଯଦି ସେମାନେ  କ୍ଷମାନିବେଦନ କରିବାକୁ ଚାହାନ୍ତି ତେବେ ୭ ଦିନ ମଧ୍ୟରେ କରିପାରନ୍ତି ବୋଲି ଜେଲ କର୍ତ୍ତୃପକ୍ଷ ସେମାନଙ୍କୁ କହିଛନ୍ତି। ତେବେ କ୍ଷମା ନିବେଦନ ପୂର୍ବରୁ ୪ ଦୋଷୀଙ୍କ ମଧ୍ୟରୁ ଅକ୍ଷୟର ଓକିଲ କୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିବେ ବୋଲି ଜଣାଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.