Court marriageରେ ବ୍ୟକ୍ତିଗତ ଉପସ୍ଥିତି ସହ ଅନଲାଇନ ଉପସ୍ଥିତି ମଧ୍ୟ ସାମିଲ : ଦିଲ୍ଲୀ ହାଇକୋର୍ଟ

Published By : Prameya-News7 Bureau | September 09, 2021 IST

ନୂଆଦିଲ୍ଲୀ ୯।୯: ବିବାହ ପଞ୍ଜିକରଣରେ ବର ଓ କନ୍ୟାଙ୍କ ସମ୍ବଦ୍ଧିତ ଅଧିକାରୀଙ୍କ ସମ୍ମୁଖରେ ବ୍ୟକ୍ତିଗତ ଉପସ୍ଥିତି ନେଇ ଦିଲ୍ଲୀ ହାଇକୋର୍ଟ ଗୁରୁବାର ମହତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଏଭଳି ଆବଶ୍ୟକତାରେ ଭିଡିଓ କନଫରେନ୍‌ସିଂରେ ମଧ୍ୟ ଉପସ୍ଥିତି ସାମିଲ ଥିବା କହିଛନ୍ତି। ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ରେଖା ପଲ୍ଲୀ ୨୦୦୭ ମସିହାରେ ଯେତେବେଳେ ନ୍ୟାୟାଳୟରେ ଭଡିଓ କନଫରେନସିଂ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିଲା ସେତେବେଳେ ଉଚ୍ଚ ନ୍ୟାୟାଳୟ ଭର୍ଚୁଆଲ ମାଧ୍ୟମରେ ପଞ୍ଜିକରଣର ଅନୁମତି ଦେଇଥିଲେ ବୋଲି କହିଛନ୍ତି।

ଆମେରିକାରେ ରହୁଥିବା ଏକ ଯୋଡିଙ୍କ ଶୁଣାଣି କରୁଥିବା ବେଳେ ସେମାନେ ଭିଡିଓ କନଫେରନସିଂରେ ବିବାହ ପଞ୍ଜିକରଣ ନିମନ୍ତେ ଅନୁରୋଧ କରିଥିଲେ। ମାମଲାର ଶୁଣାଣି କରୁଥିବା ତତ୍କାଳୀନ ନ୍ୟାୟାଧୀଶ ବ୍ୟକ୍ତିଗତ ଉପସ୍ଥିତି ଆବଶ୍ୟକତାରେ ଭିଡିଓ କନଫରେନସିଂରେ ଉପସ୍ଥିତି ସାମିଲ ହେବା ଜରୁରି ବୋଲି କହିଥିଲେ। ଏଣୁ ସେ ସକ୍ଷମ ଅଧିକାରୀଙ୍କ ସମ୍ମୁଖରେ ଆଭାଷୀ ଅନୁମତି ନିବେଦନ କରୁଥିବା ଆବେଦନକୁ ଗ୍ରହଣ କରିଥିଲେ ଓ ଆବେଦନକାରୀ ଦମ୍ପତ୍ତିଙ୍କୁ ଏଥିଲାଗି ଦିନେ ଦୁଇ ଦିନ ମଧ୍ୟରେ ଅନୁମତି ମିଳିଯିବ ବୋଲି ମଧ୍ୟ କହିଥିଲେ।

{"id":508962,"sizeSlug":"full","linkDestination":"none"}

ତେବେ ଏବେକାର ଏକ ମାମଲାରେ ଦମ୍ପତ୍ତି ୨୦୧୪ ମସିହାରେ ବିବାହ ପଞ୍ଜିକରଣ ବାଧ୍ୟତାମୂଳକ ହେବା ପୂର୍ବରୁ ସେମାନେ ହିନ୍ଦୁ ରିତିନୀତିରେ ବିବାହ କରିଥିବା କହିଛନ୍ତି। ତେବେ ବିବାହ ପରେ ସେମାନେ ବିଦେଶ ଚାଲିଯିବା ଯୋଗୁ ସେମାନଙ୍କ ବିବାହ ପଞ୍ଜିକରଣ କରିପାରିନାହାନ୍ତି। ତେବେ ସେମାନଙ୍କ ବିବାହ ପଞ୍ଜିକରଣ ନଥିବାରୁ ଆମେରିକାରେ ଗ୍ରୀନକାର୍ଡ ଆବେଦନ ଲାଗି ସେମାନେ ଏବେ ଯୋଗ୍ୟ ହୋଇପାରୁ ନାହାନ୍ତି।

ଏଥିଲାଗି ଦମ୍ପତ୍ତି ସ୍ଥାନୀୟ ବିବାହ ପଞ୍ଜିକରଣ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ଦମ୍ପତ୍ତିଙ୍କ ବ୍ୟକ୍ତିଗତ ଉପସ୍ଥିତି ଅନିବାର୍ଯ୍ୟ ବୋଲି କହିଛନ୍ତି। ତେବେ ଆଭାଷୀ ଉପସ୍ଥିତି ନିମନ୍ତେ ଏସଡିଜେଏମଙ୍କ କୋର୍ଟରେ କରିଥିବା ଆବେଦନର ଜବାବ ନମିଳିବାରୁ ସେମାନେ ଏବେ ଦିଲ୍ଲୀ ହାଇକୋର୍ଟଙ୍କୁ ଆବେଦନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.