ନିର୍ଭୟା ମାମଲା: ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ଅପିଲ, ଯେଉଁମାନଙ୍କ ବିକଳ୍ପ ନାହିଁ ସେମାନଙ୍କୁ ଦିଆଯାଉ ଦଣ୍ଡ

Published By : Prameya-News7 Bureau | February 02, 2020 IST

ନୂଆଦିଲ୍ଲୀ ୨।୨:  ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ଦଣ୍ଡବିଧାନ ନିମନ୍ତେ କେନ୍ଦ୍ର ସରକାର ରବିବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ଗୃହମନ୍ତ୍ରାଳୟ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟରେ ପିଟିସନ ଦାଖଲ କରିଥିବା ବେଳେ ବିଚାରପତି ଜଷ୍ଟିସ୍ ସୁରେଶ କୈତ୍ ମାମଲାର ଶୁଣାଣି କରୁଛନ୍ତି।

{"id":219229,"width":576,"height":324,"sizeSlug":"large"}

ସରକାରଙ୍କ ପକ୍ଷରୁ ସୋଲିସିଟର ଜେନେରାଲ ମେହେଟ୍ଟା ତାଙ୍କ ତର୍କ ଉପସ୍ଥାପନ କରି ନିର୍ଭୟା ଦୋଷୀମାନେ ଆଇନର ଦୂରୁପଯୋଗ କରୁଥିବାର ଗୁରୁତର ଅଭିଯୋଗ କରିଛନ୍ତି। ମାମଲାରେ ୩ ଜଣ ଦୋଷୀଙ୍କ କ୍ୟୁରେଟିଭ ପିଟିସନ କୋର୍ଟ ଖାରଜ କରିସାରିଥିବା ବେଳେ ସେମାନଙ୍କ କ୍ଷମା ନିବେଦନକୁ ମଧ୍ୟ ରାଷ୍ଟ୍ରପତି ଅଗ୍ରାହ୍ୟ କରିସାରିଛନ୍ତି। ତେବେ ମାମଲାର ଜଣେମାତ୍ର ଦୋଷୀ ପବନ ଏପର୍ଯ୍ୟନ୍ତ ନା କୋର୍ଟଙ୍କୁ କ୍ୟୁରେଟିଭ ପିଟିସନ  ଦେଉଛନ୍ତି ନା ରାଷ୍ଟ୍ରପତିଙ୍କୁ କ୍ଷମା ଯାଚନା କରୁଛନ୍ତି। ଏଣୁ ଅନ୍ୟ ୩ ଅପରାଧୀଙ୍କ ଦଣ୍ଡବିଧାନରେ ଏବେ ବାଧା ଉପୁଜିଛି। ପବନ ଜାଣିଶୁଣି ଆଇନରେ ଥିବା ବିକଳ୍ପର ଏପର୍ଯ୍ୟନ୍ତ ଉପଯୋଗ କରୁନଥିବା ସୋଲିସିଟର ଜେନେରାଲ କହିଥିବା ବେଳେ ଯେଉଁମାନଙ୍କ ଲାଗି ବିକଳ୍ପ ସମାପ୍ତ ହୋଇଯାଇଛି ସେମାନଙ୍କୁ ଦଣ୍ଡିତ କରିବାଲାଗି ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ନିବେଦନ କରିଛନ୍ତି।

{"id":219230,"width":578,"height":775,"sizeSlug":"large"}

ସୋଲିସିଟର ଜେନେରାଲ କହିଛନ୍ତି ଯେ ପବନ ଗୁପ୍ତା ଏକ ସଙ୍ଗରେ ୨ଟି ଅଧିକାର ଉପଭୋଗ କରୁଛି। ସେ ୨୦୧୭ ମସିହାରେ କୋର୍ଟଙ୍କ ରାୟର ୨୨୫ ଦିନ ପରେ ରିଭ୍ୟୁ ପିଟିସନ ଦାଖଲ କରିଥିଲା। ତେବେ ଏପର୍ଯ୍ୟନ୍ତ ସେ କ୍ୟୁରେଟିଭ ପିଟିସନ ଅଥବା କ୍ଷମା ନିବେଦନ କରୁନାହିଁ। ସେ ଯଦି ପରବର୍ତ୍ତି ଆଇନଗତ ପଦକ୍ଷେପ ନ ନିଏ ତେବେ ଅନ୍ୟ ଦୋଷୀଙ୍କୁ ବି ଦଣ୍ଡିତ କରାଯାଇ ପାରିବନି କି କୋର୍ଟଙ୍କ ଦଣ୍ଡାଦେଶ ପାଳନ ହୋଇ ପାରିବନି ବୋଲି କହିଛନ୍ତି ସୋଲିସିଟର ଜେନେରାଲ। ତେବେ ଦୋଷୀ ଯୋଦି ୯୦ ଦିନ ମଧ୍ୟରେ ନିଜର ରକ୍ଷା ଲାଗି ଆଇନଗତ ପଦକ୍ଷେପ ନ ନିଏ ତେବେ ତାକୁ ଦଣ୍ଡିତ କରିବାରେ ସରକାରୀ ଅଧିକାରୀଙ୍କୁ ଅଟକା ଯାଇପାରିବନି ବୋଲି ମେହେଟା କୋର୍ଟଙ୍କୁ କହିଛନ୍ତି।

{"id":219231,"width":581,"height":326,"sizeSlug":"large"}

ତେବେ ସୋଲିସିଟର ଜେନେରାଲଙ୍କ ତର୍କ ପରେ ଡିଫେନ୍ସ ଓକିଲ ଏ.ପି.ସିଂହ ହାଇକୋର୍ଟରେ ଦୋଷୀଙ୍କ ପକ୍ଷରୁ ନିଜର ତର୍କ ରଖିଛନ୍ତି। କହିଛନ୍ତି ଦୋଷୀମାନେ ଆଇନରେ ମିଳିଥିବା ଅଧିକାରର ଉପଯୋଗ କରୁଛନ୍ତି। ଆଇନର କୌଣସି ପୁସ୍ତକର କୌଣସିଠାରେ କ୍ଷମା ନିବେଦନ ଲାଗି ସମୟ ସୀମା ଉଲ୍ଲେଖ ନାହିଁ। ତେବେ ଏଥିରେ ସରକାରଙ୍କ ଆପତ୍ତି କାହିଁକି ବୋଲି ସିଂହ ପ୍ରଶ୍ନ କରିଛନ୍ତି।

{"id":219232,"width":573,"height":517,"sizeSlug":"large"}

ସେହିପରି ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଅଧିବକ୍ତା ରେବେକା ଜନ ତାଙ୍କର ତର୍କ ଉପସ୍ଥାପନ କରି ନିର୍ଭୟା ମାମଲାରେ ଉଭୟ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାର ଶୁଣାଣିରେ ବିଳମ୍ବ କରିଥିବାର ଅଭିଯୋଗ ଆଣିଛନ୍ତି। ସେହିପରି ମାମଲାରେ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷ ବି ନୁହଁନ୍ତି, ଏଥିରେ ଦୋଷୀଙ୍କ ବିରୋଧରେ ଆବେଦନ କରିବା ଲାଗି ଅଧିକାର ପାଇଲେ କେଉଁଠୁ ବୋଲି ପ୍ରଶ୍ନ କରିଛନ୍ତି। ଯେହେତୁ କେନ୍ଦ୍ର ସରକାର ମାମଲାର ପକ୍ଷ ନୁହଁନ୍ତି ତେହେତୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବା ୟୁକ୍ତି ସଙ୍ଗତ ନୁହେଁ ବୋଲି କହିଛନ୍ତି। ସେହିପରି ପାଟିଆଲା ହାଉସକୋର୍ଟଙ୍କ ରାୟକୁ କେଉଁ ଆଧାରରେ ସରକାର ହାଇକୋର୍ଟରେ ଚାଲେଞ୍ଜ କରୁଛନ୍ତି ସେ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ରେବେକା ଜନ। ତେବେ ଉଭୟ ପକ୍ଷଙ୍କ ତର୍କ ଶୁଣିବା ପରେ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.