TTFIଙ୍କ ବିରୋଧରେ ମନିକା ବାତ୍ରାଙ୍କ ଅଭିଯୋଗର ତଦନ୍ତ ଲାଗି କେନ୍ଦ୍ରକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | September 23, 2021 IST

ନୂଆଦିଲ୍ଲୀ ୨୩।୯: କୌଣସି ଅନ୍ତର୍ଜାତୀୟ ପ୍ରତିଯୋଗୀତା ନିମନ୍ତେ ମନୋନୟ ଲାଗି ଜାତୀୟ କୋଚିଂ ଶିବିରରେ ଯୋଗଦେବା ବାଧ୍ୟତା ମୂଳକ ବୋଲି ଟେବୁଲଟେନିସ ଫେଡେରେସନ ଅଫ ଇଣ୍ଡିଆ (ଟିଟିଏଫଆଇ)ଙ୍କ ଆଦେଶ ଉପରେ ଦିଲ୍ଲୀ ହାଇକୋର୍ଟ ଗୁରୁବାର ରୋକ ଲଗାଇଛନ୍ତି। ସେପଟେ ଟିଟି ଫେଡେରେସନଙ୍କ ବିରୋଧରେ ଖେଳାଳି ମନିକା ବାତ୍ରା ଆଣିଥିବା ଅଭିଯୋଗର ତଦନ୍ତ ନିମନ୍ତେ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି।  

{"id":516585,"sizeSlug":"full","linkDestination":"none"}

ଜଷ୍ଟିସ୍ ରେଖା ପଲ୍ଲୀ ମାମଲାର ଶୁଣାଣି କରି ଯଦି ଆବଶ୍ୟକ ପଡେ କ୍ରିଡା ମନ୍ତ୍ରାଳୟ ଟିଟିଏଫଆଇଙ୍କ ମାମଲାରେ ଦଖଲ ମଧ୍ୟ ଦେଇପାରନ୍ତି ବୋଲି କହିଛନ୍ତି। ଜଷ୍ଟିସ୍ ପଲ୍ଲୀ ବତ୍ରାଙ୍କ ପିଟିସନର ଶୁଣାଣିରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ବାତ୍ରାଙ୍କୁ  ଆଗାମୀ ଏସିୟାନ ଟେବୁଲଟେନିସ୍ ଚାମ୍ପିୟନସିପ୍‌ ଲାଗି ଭାରତୀୟ ଦଳରୁ ବାଦ ଦିଆଯାଇଛି। ସେ ଅଭିଯୋଗ କରିଛନ୍ତି ଯେ ଜାତୀୟ କୋଚ୍‌ ସୌମ୍ୟଦୀପ ରାୟ ତାଙ୍କର ଜଣେ ବ୍ୟକ୍ତିଗତ ପ୍ରଶିକ୍ଷଣାର୍ଥୀଙ୍କୁ ଗୋଟିଏ ଅଲିମ୍ପିକ୍ କ୍ୱାଲିଫାୟର ମ୍ୟାଚ୍‌ ଦେବାକୁ ଚାପ ପକାଉଥିଲେ।

{"id":516587,"sizeSlug":"full","linkDestination":"none"}

ତେବେ ବିଚାରପତି କହିଛନ୍ତି ଯେ ଜାତୀୟ ଶିବିରରେ ଯୋଗଦେବା ସେତେବେଳେ ଅନିବାର୍ଯ୍ୟ ଥିଲା ଯେତେବେଳେ ଜାତୀୟ କୋଚ୍‌ଙ୍କ ବିରୋଧରେ ଅଭିଯୋଗ ଲମ୍ବିତ ଥିଲା। ତେବେ ଏହା ଆତ୍ମବିଶ୍ୱାସକୁ ପ୍ରେରିତ କରେନି ବୋଲି କୋର୍ଟ କହିଛନ୍ତି। ତେବେ ଏଭଳି ଅଭିଯୋଗର ତଦନ୍ତ ଲାଗି ଫେଡେରେସନ ଗଠନ କରିଥିବା କମିଟିକୁ ନେଇ କୋର୍ଟ ଅଶନ୍ତୋଷ ବ୍ୟକ୍ତ କରିଛନ୍ତି ଓ ପ୍ରସଙ୍ଗରେ କେନ୍ଦ୍ରକୁ ହସ୍ତକ୍ଷେପ  କରିବାକୁ କହିଥିବା ବେଳେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.