Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

କେଜରିଓ୍ବାଲ ସରକାର ବିରୋଧରେ ମାତ୍ର ୨ବର୍ଷର ଶିଶୁ କରିଛି ହାଇକୋର୍ଟରେ କେସ୍

9/06/2020 at 11:38 AM

ନୂଆଦିଲ୍ଲୀ ୯/୬: ରାଜଧାନୀ ଦିଲ୍ଲୀରେ ବଢ଼ୁଥିବା କରୋନା ମାମଲା ମଧ୍ୟରେ ସମସ୍ତ ପ୍ରକାରର ଗତିବିଧିକୁ ଖୋଲି ଦିଆଯାଇଛି। ବଜାରରୁ ମଲ୍ ଯାଏଁ,ମନ୍ଦିରରୁ ମସଜିଦ୍ ସବୁ କିଛି ଖୋଲିଯାଇଛି। ଲୋକେ ଏଥିପାଇଁ ଆଶ୍ବସ୍ତି ଅନୁଭବ କରିଥିବାବେଳେ ଜଣେ ୨ବର୍ଷର ଶିଶୁ ଅସନ୍ତୋଷ ପ୍ରକାଶ କରିଛି। ଏହି ଶିଶୁଟି ଲକଡାଉନରେ ଛାଡ଼ ଏବଂ ଦିଲ୍ଲୀରେ ଟେଷ୍ଟିଂ ବ୍ୟବସ୍ଥା ଉପରେ କେଜରିଓ୍ବାଲ୍ ସରକାର ବିରୋଧରେ ଦିଲ୍ଲୀ ହାଇକୋର୍ଟ ଆଡ଼କୁ ମୁହାଁଇଛି।

୨ବର୍ଷର ଶିଶୁଟି ନିଜ ବାପାଙ୍କ ଜରିଆରେ ଦିଲ୍ଲୀ ହାଇ କୋର୍ଟରେ ଆବେଦନ କରିଛି। ଆବେଦନରେ କୁହାଯାଇଛି ଯେ ଦିଲ୍ଲୀରେ ଲକ୍ଷଣ ଦେଖାଯାଉନଥିବା ଲୋକଙ୍କ ଟେଷ୍ଟିଂ ଉପରେ ରୋକ ଲାଗିବାରୁ ଅବସ୍ଥା ବିଗିଡ଼ି ଯାଇଛି। ଏହା ବ୍ୟତୀତ ବେଡ ଏବଂ ଭେଣ୍ଟିଲେଟର ଭଳି ସୁବିଧା ନଥିବା ଯୋଗୁଁ ପରିସ୍ଥିତି ଖରାପ ହୋଇଚାଲିଛି।

ଏହି ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଗ୍ରହଣ କରିଛି ଏବଂ ମଙ୍ଗଳବାର ମାମଲା ଶୁଣାଣି ପାଇଁ ତାଲିକା କରାଯାଇଛି। କୋର୍ଟ ଦିଲ୍ଲୀ ସରକାରଙ୍କଠୁ ଜୁନ୍ ୨ତାରିଖର ଅର୍ଡ଼ରର ସେହି କପିକୁ ମାଗିଛନ୍ତି ଯେଉଁଥିରେ ଲକ୍ଷଣ ଦେଖାଯାଉନଥିବା ଲୋକଙ୍କ ଟେଷ୍ଟିଂ ସହ ଜଡ଼ିତ କଥା କୁହାଯାଇଥିଲା।

ଆବେଦନକାରୀଙ୍କ ଓକିଲଙ୍କ କହିବା ଅନୁସାରେ ଲକ୍ଷଣ ଦେଖାଯାଉନଥିବା ଲୋକଙ୍କ ଟେଷ୍ଟିଂ ଉପରେ କଟକଣା ଲଗାଇବା ICMR ର ନିୟମ ବିରୁଦ୍ଧ। ଆବେଦନରେ ଦାବି କରାଯାଇଛି ଯେ ସରକାରଙ୍କ ଏପରି ଆଦେଶ ଦିଲ୍ଲୀରେ କରୋନା ରୋଗୀଙ୍କ ସଂଖ୍ୟା କମ୍ କରିବାର ଉଦ୍ଦେଶ୍ୟରେ ଦିଆଯାଇଛି। ଏହା ଯୋଗୁଁ ଦିଲ୍ଲୀରେ କରୋନାର ପ୍ରସାର ଆହୁରି ବଢ଼ିବାର ଆଶଙ୍କା ରହିଛି।

   Related Posts