ଦିଲ୍ଲୀରେ ପୋଲଟ୍ରି ଆମଦାନୀ ଓ କାରବାର କଟକଣା ପ୍ରତ୍ୟାହୃତ, Tweetରେ ସୂଚିତ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | January 14, 2021 IST

ନୂଆଦିଲ୍ଲୀ ୧୪।୧: ଦିଲ୍ଲୀରେ ବାର୍ଡ ଫ୍ଲୁ ଜଣାପଡିବା ପରେ ସରକାର ପୋଲଟ୍ରି ବଜାର ଉପରେ ରାଜ୍ୟ ସରକାର ଜାରି କରିଥିବା କଟକଣା ଗୁରୁବାର ପ୍ରତ୍ୟାହାର କରିନେଇଛନ୍ତି। ଦିଲ୍ଲୀ ବଜାରରୁ ସଂଗ୍ରୁହୀତ ନମୁନା ପରୀକ୍ଷଣର ରିପୋର୍ଟ ନେଗେଟିଭ ଆସିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି।

ଏଣୁ ଦିଲ୍ଲୀକୁ କୁକୁଡା ଓ ଅଣ୍ଡା ଆମଦାନୀ ଉପରେ ସରକାର ଲାଗୁ କରିଥିବା କଟକଣା ପ୍ରତ୍ୟାହାର ହୋଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ବାର୍ଡ ଫ୍ଲୁ ଲାଗି କରାଯାଇଥିବା ପରୀକ୍ଷଣର ରିପୋର୍ଟ ଆସିଥିବା ଉଲ୍ଲେଖ କରିଛନ୍ତି। ଏଥିରେ କୁକୁଡାଙ୍କ ଠାରେ ଭୂତାଣୁ ନଥିବା ପ୍ରମାଣିତ ହୋଇଥିବା ବେଳେ ସରକାର ଆମଦାନୀ ଓ ବ୍ୟବସାୟ ଉପରେ ଲଗାଇଥିବା କଟକଣା ପ୍ରତ୍ୟାହାର କରିଥିବା ଲେଖିଛନ୍ତି।

wp:embed {"url":"https://twitter.com/ArvindKejriwal/status/1349660245556043778","type":"rich","providerNameSlug":"twitter","responsive":true,"className":""}
https://twitter.com/ArvindKejriwal/status/1349660245556043778
/wp:embed

ଏଥିଲାଗି ଗାଜିପୁର ପୋଲେଟ୍ରି ମାର୍କେଟରୁ ଅନୁନ୍ୟ ୧୦୦ଟି ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ ନିମନ୍ତେ ପଠାଯାଇଥିଲା। ତେବେ ସମସ୍ତ ନମୁନା ନେଗେଟିଭ ଆସିଛି। ରାଜଧାନୀ ଦିଲ୍ଲୀର ଚିକେନ ଆବଶ୍ୟକତା ପ୍ରାୟତଃ ଗାଜିପୁର ମାର୍କେଟ ପୂରଣ ହୋଇଥାଏ। ତେବେ ରିପୋର୍ଟ ନଗେଟିଭ ଆସିବା ପରେ ସରକାର ଲଗାଇଥିବା କଟକଣା ପ୍ରତ୍ୟାହାର କରିନେଇଛନ୍ତି।

ରାଜଧାନୀର କେତେକ ସ୍ଥାନରୁ ବତକ ଓ କାଉଙ୍କ ଅସ୍ୱଭାବିକ ମୃତ୍ୟୁକୁ ନେଇ ବାର୍ଡ ଫ୍ଲୁ ପରୀକ୍ଷଣ କରାଯିବାରେ ଜାତୀୟ ରାଜଧାନୀକୁ ବାର୍ଡ ଫ୍ଲୁ ଆସିଥିବା ଜଣାପଡିଥିଲା। ଏଣୁ ସରକାର ତରବରିଆ ଭାବେ ରାଜଧାନୀରେ ପୋଲଟ୍ରି ଉତ୍ପାଦ ବିକ୍ରି ଓ ଆମଦାନୀ ଉପରେ କଟକଣା ଲଗାଇଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.