ଦିଲ୍ଲୀ ସରକାରଙ୍କ ବଡ ଘୋଷଣା, ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ବିନା ପରୀକ୍ଷାରେ ପାସ୍

Published By : Prameya-News7 Bureau | March 30, 2020 IST

ନୂଆଦିଲ୍ଲୀ ୩୦।୦୩: କରୋନା ଭାଇରସ୍ କାରଣରୁ ଦିଲ୍ଲୀ ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ସରକାର ନର୍ସରୀଠୁ ନେଇ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କୁ ବିନା ପରୀକ୍ଷାରେ ଶ୍ରେଣୀ ଉତ୍ତୀର୍ଣ୍ଣ କରିବାକୁ ଘୋଷଣା କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଓ ଶିକ୍ଷା ମନ୍ତ୍ରୀ ମନିଷ ସିସୋଦିଆ ମିଳିତ ସାମ୍ବାଦିକ ସମ୍ମିଳନୀରେ  ଏହି ଘୋଷଣା କରିଛନ୍ତି ଯେ, ଦିଲ୍ଲୀର ନସର୍ରୀଠୁ ନେଇ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ସ୍କୁଲର ବିଦ୍ୟାର୍ଥୀଙ୍କୁ ବିନା ପରୀକ୍ଷାରେ ପାସ୍ କରାଯିବ।

ଉଲ୍ଲେଖଯୋଗ୍ୟ, ଏହି ସମୟରେ ଦେଶ ୨୧ ଦିନିଆ ଲକ୍‌ଡାଉନ୍‌ରେ ରହିଛି। ଏହା ଏପ୍ରିଲ ୧୪ରେ ସମାପ୍ତ ହେବ। ଲକ୍‌ଡାଉନ୍‌ କାରଣରୁ ସ୍କୁଲ ପରୀକ୍ଷା ସ୍ଥଗିତ ରହିଛି। ଏମିତିରେ ଅନେକ ରାଜ୍ୟ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କୁ ବିନା ପରୀକ୍ଷାରେ ପାସ୍ କରାଇବାକୁ ଘୋଷଣା କରିଛନ୍ତି। ଏବେ ଦିଲ୍ଲୀ ସରକାର ମଧ୍ୟ ଏହି ଘୋଷଣା କରିଛନ୍ତି।

ମନିଷ ସିସୋଦିଆ କହିଛନ୍ତି ଯେ, ଉତ୍ତର- ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା କାରଣରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର ପରୀକ୍ଷା ହୋଇପାରିନଥିଲା। ଏହା ପରେ କରୋନା ଭାଇରସ୍ କାରଣରୁ ଏହି ସବୁ ପରୀକ୍ଷା ସ୍ଥଗିତ ରହିଛି। ତେଣୁ ଏବେ ଦିଲ୍ଲୀର ନସର୍ରୀଠୁ ନେଇ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ସ୍କୁଲର ବିଦ୍ୟାର୍ଥୀଙ୍କୁ ବିନା ପରୀକ୍ଷାରେ ପାସ୍ କରାଯିବ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ମହାରାଷ୍ଟ୍ର, ଗୁଜରାଟ, ମଧ୍ୟ ପ୍ରଦେଶ ଓ ଅନ୍ୟରାଜ୍ୟରେ ନବମ ପର୍ଯ୍ୟନ୍ତ ଏବଂ ଯୁକ୍ତ ୨ ପ୍ରଥମ ବର୍ଷର ବିଦ୍ୟାର୍ଥୀଙ୍କୁ ବିନା ପରୀକ୍ଷାରେ ପାସ୍ ଘୋଷଣା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.