Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଅକ୍ସିଜେନ ସଙ୍କଟ ନେଇ କେନ୍ଦ୍ର ଉପରେ ବର୍ଷିଲେ ହାଇକୋର୍ଟ: ଲୋକେ ପ୍ରତିଦିନ ମରୁଛନ୍ତି, ଯେମିତି ହେଲେ ବି ସମସ୍ୟା ସମାଧାନ କର

29/04/2021 at 3:08 PM

ନୂଆଦିଲ୍ଲୀ ୨୯/୦୪ : ଦେଶରେ ଅକ୍ସିଜେନ ସଙ୍କଟ ଦେଖାଦେବା ପରେ ଅଦାଲତ ଆକ୍ସନ ମୋଡ଼କୁ ଆସିଛନ୍ତି। ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ ସଙ୍କଟକୁ ନେଇ ଗୁରୁବାର ଦିନ ହାଇକୋର୍ଟ ଶୁଣାଣି କରିଛନ୍ତି। ଶୁଣାଣିରେ ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅକ୍ସିଜେନ ସପ୍ଲାଏ ଅଟକାଇଥିବା କେନ୍ଦ୍ର ସରକାରଙ୍କ ଉପରେ ଆରୋପ ଲଗାଇଛନ୍ତି। କେନ୍ଦ୍ର ସରକାର କେବଳ ଆଦେଶ ଜାରି କରୁଛନ୍ତି ବୋଲି ଦିଲ୍ଲୀ ସରକାର କହିଛନ୍ତି। ଅଦାଲତ କେନ୍ଦ୍ର ସରକାରଙ୍କୁ ଜରୁରୀ ପଦକ୍ଷେପ ନେବାକୁ କହିଛନ୍ତି।

ହାଇକୋର୍ଟରେ ଦିଲ୍ଲୀ ସରକାର କହିଛନ୍ତି ଯେ କେନ୍ଦ୍ର ସରକାର ଅକ୍ସିଜେନ ସପ୍ଲାଏରେ ବାଧା ସୃଷ୍ଟି କରୁଛନ୍ତି ସେ କହିଛନ୍ତି କେନ୍ଦ୍ର କୌଣସି ଦୃଢ ପଦକ୍ଷେପ ନେଉନାହାନ୍ତି। ସେ ଆରୋପ ଲଗାଇଛନ୍ତି ଯେ କେନ୍ଦ୍ର ସରକାର କେବଳ ଆଦେଶ ଜାରି କରୁଛନ୍ତି। କେନ୍ଦ୍ର ନିଜ କାମରେ ସମ୍ପୂର୍ଣ୍ଣ ଅସଫଳ। ଅଦାଲତ କେନ୍ଦ୍ରର ଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ଦିଲ୍ଲୀ ସରକାର ଅଦାଲତରେ ଦାବି କରିଛନ୍ତି।

ଅଦାଲତ ମଧ୍ୟ ଦିଲ୍ଲୀ ସ୍ଥିତିକୁ ନେଇ ମନ୍ତବ୍ୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଅନ୍ୟ ରାଜ୍ୟମାନଙ୍କରୁ ମଧ୍ୟ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। କୌଣସି ରୋଗୀକୁ ଚିକିତ୍ସା ପାଇଁ ମନା କରାଯାଇ ପାରିବନାହିଁ। ଦିଲ୍ଲୀ ସମେତ ମୁମ୍ବାଇ ଓ ଅନ୍ୟ ସହରରେ ମଧ୍ୟ ଅକ୍ସିଜେନ ସଙ୍କଟ ଦେଖାଦେଲାଣି। ଏହି ସଙ୍କଟ ଦୂର କରିବାକୁ ଅକ୍ସିଜେନ ଏକ୍ସପ୍ରେସ ଓ ନୂଆ ପ୍ଲାଣ୍ଟ ନିର୍ମାଣ କରିବାକୁ ଉପାୟ କରାଯାଉଛି।

କେନ୍ଦ୍ର ସରକାରଙ୍କ ତରଫରୁ ଅଦାଲତରେ ଉପସ୍ଥିତ ଥିବା ସଲିସିଟର ଜେନେରାଲ କହିଛନ୍ତି ଯେ ସରକାର ଦିଲ୍ଲୀ ସହ ଅଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀର ଆବଶ୍ୟକତା ପୁରା କରିବାକୁ ଅନ୍ୟ ରାଜ୍ୟକୁ ସଙ୍କଟରେ ପକାଇହେବନି। ସେ କହିଛନ୍ତି ଯେ ଦିଲ୍ଲୀରେ ୭୦୦ ମାଟ୍ରିକ୍ ଟନ୍ ଅକ୍ସିଜେନ ଆବଶ୍ୟକ। ୩୩୦ ରୁ ୩୪୦ ମାଟ୍ରିକ୍ ଟନ୍ ଯାଏଁ ଅକ୍ସିଜେନ ସପ୍ଲାଏ କରାଯାଉଛି। ବର୍ତ୍ତମାନ ପରିସ୍ଥିତିରେ ଏହି ପରିମାଣର ଅକ୍ସିଜେନ ପର୍ଯ୍ୟାପ୍ତ ବୋଲି ସଲିସିଟର ଜେନେରାଲ କହିଛନ୍ତି।

ହାଇକୋର୍ଟ ମଧ୍ୟ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ଲୋକ ପ୍ରତିଦିନ ମରୁଛନ୍ତି, ଏହିଭଳି ସ୍ଥିତିରେ ଆପଣ କିଛି ବ୍ୟବସ୍ଥା କରିବା ଉଚିତ। କୋର୍ଟ କହିଛନ୍ତି ଯେ ଲୋକେ ସମସ୍ୟା ସମ୍ମୁଖୀନ ହେଉଛନ୍ତି। ହସ୍ପିଟାଲରେ ବେଡ୍ ଖାଲି ପଡିଛି କାରଣ ଅକ୍ସିଜେନ ନାହିଁ। ଏହି ସମସ୍ୟା ସମାଧାନ କେନ୍ଦ୍ରକୁ କରିବାକୁ ପଡିବ। ତେବେ କେନ୍ଦ୍ର ମାମଲା କିଭଳି ସମାଧାନ କରିବ ତାହା ତାଙ୍କ ଉପରେ ନିର୍ଭର କରୁଛି ବୋଲି  ଅଦାଲତ କରିଛନ୍ତି। କେନ୍ଦ୍ର ମହାରାଷ୍ଟ୍ରକୁ ପଠାଇଥିବା ଅକ୍ସିଜେନକୁ ନେଇ ମଧ୍ୟ ଅଦାଲତ ପ୍ରଶ୍ନ କରିଛନ୍ତି।

   Related Posts